Posted inଖେଳ

ଖେଳାଳିଙ୍କ ଧର୍ମଘଟ ପଛରେ ଷଡ଼ଯନ୍ତ୍ର ରହିଛି: ବିସିବି

ଢାକା, ୨୩ା୧୦ (ପି.ଟି.)-ଜାତୀୟ ଖେଳାଳିଙ୍କ ଅଦ୍ଭୁତପୂର୍ବ ଧର୍ମଘଟ ପଛରେ ଷଡ଼ଯନ୍ତ୍ର ରହିଥିବା ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ସଭାପତି ନାଜିବୁଲ ହସନ ମଙ୍ଗଳବାର କହିିଛନ୍ତି। ଅନ୍ୟପକ୍ଷରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଭାରତ ଟୁର୍‌ରେ ବାଂଲାଦେଶ ଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ସୋମବାର ଟେଷ୍ଟ ଓ ଟି୨୦ ଅଧିନାୟକ ଶକିବ ଅଲ୍‌ ହସନ, ମହମୁଦୁଲ୍ଲା ଏବଂ ମୁସ୍‌ଫିକର ରହିମଙ୍କ ଭଳି ଦେଶର କେତେଜଣ ଟପ୍‌ ଖେଳାଳି ସେମାନଙ୍କ ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ କ୍ରିକେଟ କାର୍ଯ୍ୟକଳାପକୁ ବର୍ଜନ କରିବେ ବୋଲି ଏକ ଖବରଦାତା ସମ୍ମିଳନୀରେ ଧମକ ଦେଇଛନ୍ତି। ଦାବିଗୁଡ଼ିକ ମଧ୍ୟରେ ପ୍ରଥମ ଶ୍ରେଣୀ ଖେଳାଳିଙ୍କ ବେତନ ବୃଦ୍ଧି ଅନ୍ୟତମ। ଧର୍ମଘଟ ଯୋଗୁ ବାଂଲାଦେଶ କ୍ରିକେଟ ଦଳର ନଭେମ୍ବର ୩ରୁ ହେବାକୁଥିବା ଭାରତ ଟୁର୍‌ ଅନିଶ୍ଚିତ ମଧ୍ୟକୁ ଠେଲି ହୋଇଯାଇଛି। ଏହି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ବିସିବି ପକ୍ଷରୁ ଡାଇରେକ୍ଟରମାନଙ୍କର ଏକ ଜରୁରୀ ବୈଠକ ଡକାଯାଇଥିଲା। ଏହି ଷଡ଼ଯନ୍ତ୍ର ପଛରେ କାହାର ହାତ ରହିଛି ତାଙ୍କୁ ଆମେ ଖୋଜି ବାହାର କରିବୁ ବୋଲି ହସନ କହିଛନ୍ତି। ଖେଳାଳିମାନେ ସେମାନଙ୍କର ଦାବି ସମ୍ପର୍କରେ ବୋର୍ଡ ସହିତ ଆଲୋଚନା ନ କରି ସର୍ବସାଧାରଣରେ ବିକ୍ଷୋଭ ପ୍ରଦର୍ଶନ କରିବା ଦ୍ୱାରା ଦେଶରେ ଖେଳର ଭାବମୂର୍ତ୍ତି ନଷ୍ଟ ହୋଇଥିବା ସେ କହିଛନ୍ତି। ଖେଳାଳିମାନେ ଏତେ ପରିମାଣରେ ଉତ୍ତ୍ୟକ୍ତ ହୋଇପଡ଼ିବେ ଏହା ଆମ କଳ୍ପନା ବାହାରେ ଥିଲା। ଏହା ଆମକୁ ଖୁବ୍‌ ବାଧିଛି ବୋଲି ବିସିବି ନିର୍ଦ୍ଦେଶକ ଜାଲା ୟୁନୁସ କହିଛନ୍ତି। ଖେଳାଳିମାନେ ସମସ୍ତ ପ୍ରକାର କ୍ରିକେଟ କାର୍ଯ୍ୟକଳାପକୁ ବର୍ଜନ କରିବା ଲାଗି ଯେଉଁ ଧମକ ଦେଇଛନ୍ତି,ତାହା ବ୍ଲାକ୍‌ମେଲ୍‌ ଛଡ଼ା ଆଉ କିଛି ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

ବିଦ୍ୟୁତ୍‌ତାର ଚୋରି ଘଟଣାରେ ଯୁବକଙ୍କୁ ଥାନାରେ ଅଟକ ରଖି ଛାଡ଼ିଦେଲା ପୋଲିସ, ତାତିଲେ ଗ୍ରାମବାସୀ

ବାସୁଦେବପୁର,୩୦ା୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଜାମଝାଡ଼ି ରାସ୍ତାର ପରପୋଖରୀ ଛକଠାରେ ବିଦ୍ୟୁତତାର ଚୋରି ଘଟଣାରେ ଦୁଇ ଯୁବକଙ୍କୁ ଥାନାରେ ଅଟକ ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ…

ଜନଗଣନା ଫର୍ମ ବାଣ୍ଟିଲେ ଜିଲାପାଳ, SIRକୁ ନେଇ ଗଞ୍ଜାମବାସୀ ଉତ୍ସାହିତ

ଛତ୍ରପୁର,୩୦ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଶନିବାରଠାରୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ୍‌ଓ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ…

ବଜ୍ରକାପ୍ତା ବିକ୍ରି ପାଇଁ ଏତିକି ଟଙ୍କାରେ ଛିଡ଼ିଥିଲା ଦାମ୍‌, ହଠାତ୍‌ ପହଞ୍ଚିଗଲା ବନବିଭାଗ, ୨ ଜଣଙ୍କୁ ଧରି…

ନବରଙ୍ଗପୁର,୩୦ା୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଡିଏଫ୍‌ଓ ଉଦୟନ ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏକ ବଜ୍ରକାପ୍ତା ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି…

ଦାବି ବିଶ୍ୱଗୁରୁର, ହେଲେ ଦେଶରେ ଗୋଟିଏ ବି ପରୀକ୍ଷା କରାଇପାରୁନାହାନ୍ତି; CUET ବିଭ୍ରାଟକୁ ନେଇ ମୋଦିଙ୍କୁ ଘେରିଲେ ରାହୁଲ

ନୂଆଦିଲ୍ଲୀ,୩୦।୫: ଦେଶର ବିଭିନ୍ନ କେନ୍ଦ୍ରରେ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ୟୁଜି (CUET-UG) ୨୦୨୬ ପରୀକ୍ଷା ବିଳମ୍ୱରେ ଆରମ୍ଭ ହେବାକୁ ନେଇ ପ୍ରବଳ ହଙ୍ଗାମା ହୋଇଛି। ପରବର୍ତ୍ତୀ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri