Posted inଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ଓଡ଼ିଶା ପାଇଁ ସ୍ବର୍ଣ୍ଣ ଜିତିଲେ ଦୀନେଶ

ଭୁବନେଶ୍ୱର, ୧୩ା୧ (କ୍ରୀଡ଼ା ପ୍ରତିନିଧି)-  ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ୨୦୨୦ରେ ଚମତ୍କାର ପ୍ରଦର୍ଶନ କରି ଇତିହାସ ସୃଷ୍ଟି କରିଛନ୍ତି ଓଡ଼ିଶାର ଦୀନେଶ କୁମାର। ସେ ରବିବାର ଅନୁଷ୍ଠିତ ୨୧ ବର୍ଷରୁ କମ୍‌ ୩୦ କିଲୋମିଟର ଟାଇମ୍‌ ଟ୍ରାଏଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟକୁ ଗର୍ବିତ କରିଛନ୍ତି। ତୀବ୍ର ସଂଘର୍ଷପୂର୍ଣ୍ଣ ପ୍ରତିଯୋଗିତାରେ ସେ ୪୦:୧୧:୧୩୩ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ୨୦୧୯ ଜାତୀୟ ଜୁନିୟର ଟାଇମ୍‌ ଟ୍ରାଏଲ (୩୦ କିଲୋମିଟର)ଚାମ୍ପିୟନ ମନୀଷ କୁମାର ଏବଂ ୪୦ କିଲୋମିଟର ଜାତୀୟ ରୌପ୍ୟ ବିଜେତା ଜିଟି ଗଗନ ରେଡ୍ଡୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିବାରୁ ଏହି ବିଜୟ ସହଜ ନ ଥିଲା ବୋଲି ପରେ ଦୀନେଶ କହିିଛନ୍ତି। ବଙ୍କା ଓ ଉଠାପକା ରାସ୍ତା ଯୋଗୁ ସାଇକେଲର ସ୍ପିଡ୍‌କୁ ବଜାୟ ରଖିବାରେ ସମସ୍ୟା ହେଉଥିଲେ ମଧ୍ୟ ସେଥିପ୍ରତି ଭୃକ୍ଷେପ ନ କରି ମୁଁ ଆଗକୁ ବଢ଼ିଥିଲି ବୋଲି ସେ ପ୍ରକାଶ କରିଛନ୍ତି। ରେସ୍‌ରେ ତାଙ୍କର ଆଭରେଜ ସ୍ପିଡ୍‌ ଘଣ୍ଟାପ୍ରତି ୪୪.୭୯ କିଲୋମିଟର ରହିଥିଲା।
ଗୋଟିଏ ପଦକରେ ରାଉରକେଲାର ଦୀନେଶଙ୍କ ଅଭିଯାନ ଶେଷ ହୋଇନାହିଁ। ସୋମବାର ସେ ରୋଡ୍‌ ରେସ୍‌ ଏବଂ ପରେ ଟ୍ରାକ୍‌ ଇଭେଣ୍ଟରେ ଭାଗ ନେବେ। ସ୍ବର୍ଣ୍ଣ ସଫଳତା ପାଇଁ ମୋ ସାଙ୍ଗସାଥୀମାନେ ବହୁତ ଖୁସି ଅଛନ୍ତି। ମୋର ଆହୁରି ୨ଟି ଇଭେଣ୍ଟ ବାକି ରହିଛି। ସେଗୁଡ଼ିକ ଶେଷ ହେବାପରେ ଯାଇ ମୁଁ ସାଥୀ ମାନଙ୍କ ସହ ଖୁସି ମନାଇବି ବୋଲି ୧୯ ବର୍ଷୀୟ ଦୀନେଶ କହିଛନ୍ତି। ଦୀନେଶ ଏକ ସାଧାରଣ ପରିବାରରୁ ଆସିଛନ୍ତି। ତାଙ୍କ ପିତା ଜଣେ ଦୋକାନୀ। ପିଲାଦିନରୁ ସାଇକ୍ଲିଂ ପ୍ରତି ତାଙ୍କର ପ୍ରଗାଢ଼ ଆଗ୍ରହ ରହିଥିଲା। ଏପରିକି ବେଳେବେଳେ ବାଇକ୍‌ ଛାଡ଼ି ସେ ସାଇକେଲରେ ଲଙ୍ଗ୍‌ ଡ୍ରାଇଭ୍‌ରେ ଯାଉଥିଲେ। ଏଥିରେ ସେ ଆନନ୍ଦ ଅନୁଭବ କରୁଥିଲେ। ୨୦୧୫ରେ ସେ କେରଳରେ ଅନୁଷ୍ଠିତ ନ୍ୟାଶନାଲ ଟ୍ରାକ୍‌ ଚାମ୍ପିୟନଶିପ୍‌ରେ ଭାଗ ନେଇଥିଲେ। ଭଲ ପ୍ରଦର୍ଶନ କରିବାରୁ ସେ ଦିଲ୍ଲୀସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ପାଇଁ ମନୋନୀତ ହୋଇଥିଲେ। ଏହା ତାଙ୍କୁ ଅଧିକ ଉତ୍ସାହିତ କରିଥିଲା। ତାଙ୍କ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଥିଲା। ଦୁଇ ବର୍ଷ ପରେ ଭାରତୀୟ ବାୟୁ ସେନାରେ ନିଯୁକ୍ତି ମିଳିବା ପରଠାରୁ ସେ ପଟିଆଲାସ୍ଥିତ ଏନଆଇଏସ୍‌ଠାରେ ସେ ଅଭ୍ୟାସ କରି ଆସୁଛନ୍ତି। ”ମୁଁ ପିତାମାତାଙ୍କ ୪ର୍ଥ ସନ୍ତାନ। ଏକ ସାଧାରଣ ପରିବାରରୁ ଆସିଥିବାରୁ ଆର୍ଥିକ ଦୃଷ୍ଟିକୋଣରୁ ପ୍ରତିଯୋଗିତାମୂଳକ କ୍ରୀଡ଼ା ପ୍ରତି ଢ଼ଳିବା ସହଜ ନ ଥିଲା। ମାତ୍ର ସାଇକ୍ଲିଂ ପ୍ରତି ଏତେଟା ମୋହ ଦେଖି ମୋ ବାପା ମୋତେ ଉତ୍ସାହିତ କରିଥିଲେ। ବର୍ତ୍ତମାନ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି“ ବୋଲି ଦୀନେଶ ପ୍ରକାଶ କରିଛନ୍ତି। ଏହି ସଫଳତା ପାଇଁ କୋଚ୍‌ ସୁଶୀଲ ଦାସ, ଓଡିଶା ସାଇକେଲ ସଂଘର ସମ୍ପାଦକ ବିଜୟ ରାଉତ, ସୁଶାନ୍ତ ବେହେରା, ନୁରସିଂହ ଚରଣ ସାହୁ , ଗୋପୀନାଥ ପଣ୍ଡା, ସୁଭାଷ ଦାସ ଓ ନିହାର ଜେନା ପ୍ରମୁଖ ଦୀନେଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଜଗଦୀଶ ବାରିକ ଏହି ପ୍ରତିଯୋଗିତାର ଜିମ୍ନାଷ୍ଟିକ୍ସ ଇଭେଣ୍ଟରେ ଓଡ଼ିଶା ପାଇଁ ପ୍ରଥମ ସ୍ବର୍ଣ୍ଣ ଜିତିଥିଲେ। ସେ ୧୭ ବର୍ଷରୁ କମ୍‌ ପୁରୁଷ ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସର ଭଲ୍ଟ ଟେବୁଲରେ ସ୍ବର୍ଣ୍ଣ ଏବଂ ହୋରିଜଣ୍ଟାଲ ବାର୍‌ସରେ ରୌପ୍ୟ ପଦକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri