ଖୁସିରେ ବୁଲି ପାଳିଲେ

ଭୁବନେଶ୍ୱର,୧୫।୨ (ବ୍ୟୁରୋ): ଭାଲେଣ୍ଟାଇନ୍ସ ଡେ’କୁ ଧୁମ୍‌ଧାମରେ ପାଳନ କରିବା ଲାଗି ବହୁ ପୂର୍ବରୁ ପ୍ରସ୍ତୁତ ହୋଇଥିଲେ ପ୍ରେମୀଯୁଗଳ। ପ୍ରେମ ଓ ଭଲପାଇବାକୁ ଆହୁରି ଗଭୀର କରିବାକୁ ବିଭିନ୍ନ ସ୍ଥାନରେ ଏକାଠି ହୋଇଥିଲେ। ମନର ମଣିଷ ସହ ନିରୋଳାରେ କିଛି ସମୟ ବିତାଇବା ପାଇଁ ସମସ୍ତଙ୍କ ମନରେ ଥିଲା ଉତ୍ସାହ। ପ୍ରଥମଥର ପାଇଁ ରାଜଧାନୀ ଭୁବନେଶ୍ୱରରେ ବିନା କୌଣସି ଭୟରେ ପ୍ରେମୀଯୁଗଳମାନେ ଭାଲେଣ୍ଟାଇନ୍ସ ଡେ’ ସେଲିବ୍ରେଶନ କରିଥିଲେ। ପାର୍କ, ରେସ୍ତୋରଁା, ସିନେମା ହଲ୍‌, ଶପିଂ ମଲ୍‌ ଓ ପର୍ଯ୍ୟଟନସ୍ଥଳୀରେ ଦିନତମାମ ଗହଳି ରହିଥିବାବେଳେ ପୋଲିସର ଉପସ୍ଥିତି ପ୍ରେମୀଯୁଗଳଙ୍କୁ ଆଶ୍ୱସ୍ତି ଦେଇଥିଲା। ତେବେ ଅନ୍ୟବର୍ଷଗୁଡ଼ିକ ଭଳି ଚଳିତବର୍ଷ କିନ୍ତୁ ଭାଲେଣ୍ଟାଇନ୍ସ ଡେ’ରେ କୌଣସି ବିରୋଧୀ ଗୋଷ୍ଠୀଙ୍କୁ ପାର୍କ କିମ୍ବା ଜନଗହଳିପୂର୍ଣ୍ଣ ସ୍ଥାନରେ ଦେଖିବାକୁ ମିଳି ନ ଥିଲା। ପୂର୍ବ ପ୍ରତିଶ୍ରୁତି ମୁତାବକ ଉଭୟ ବଜରଙ୍ଗ ଦଳ ଏବଂ କଳିଙ୍ଗ ସେନା ଭାଲେଣ୍ଟାଇନ୍ସ ଡେ’କୁ ବିରୋଧ କରିବା ପରିବର୍ତ୍ତେ ଏହି ଦିନକୁ ଶହୀଦ ଦିବସ ଭାବେ ପାଳନ କରିଥିଲେ। ୨୦୧୯ ଫେବୃୟାରୀ ୧୪ରେ ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଯେଉଁ ୪୦ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ, ସେମାନଙ୍କ ଉଦ୍ଦେଶ୍ୟରେ ଦିନଟିକୁ ସର୍ମପଣ କରି ବିଭିନ୍ନ କାର୍ଯ୍ୟକ୍ରମମାନ କରିଥିଲେ।
ଭାଲେଣ୍ଟାଇନ୍ସ ଡେ ବିରୋଧୀ ଗୋଷ୍ଠୀଙ୍କ ଉତ୍ପାତ ଏବଂ ଆକ୍ରମଣ ଭୟରେ ପୂର୍ବରୁ ପ୍ରେମ ଦିବସରେ ପାର୍କ ମାଟି ମାଡ଼ୁ ନ ଥିବା ପ୍ରେମୀଯୁଗଳଙ୍କୁ ଶୁକ୍ରବାର କିନ୍ତୁ ନିର୍ଦ୍ୱନ୍ଦ୍ୱରେ ପାର୍କ ଏବଂ ଅନ୍ୟାନ୍ୟ ସ୍ଥାନରେ ବୁଲୁଥିବା ଦେଖିବାକୁ ମିଳିଥିଲା। ସେହିଭଳି ଏହି ଦିନ ରାଜଧାନୀର ଅଧିକାଂଶ ପାର୍କରେ କର୍ତ୍ତୃପକ୍ଷ ଭୟରେ ତାଲା ପକାଉଥିବାବେଳେ ଏଥର କିନ୍ତୁ ସମସ୍ତ ପାର୍କ ଖୋଲା ରହିଥିଲା। ଇନ୍ଦିରା ଗାନ୍ଧୀ ପାର୍କ, ବିଜୁ ପଟ୍ଟନାୟକ ପାର୍କ, ସାଇନ୍ସ ପାର୍କ, ବଟାନିକାଲ ଗାର୍ଡେନ ଓ ଜୟଦେବ ବାଟିକାରେ ଏକାଠି ହୋଇ ବହୁ ଯୋଡ଼ି ଭାଲେଣ୍ଟାଇନ୍ସ ଡେ’ ପାଳନ କରିଥିଲେ। ଏହି ସବୁ ସ୍ଥାନ ସମେତ ଖଣ୍ଡଗିରି ଓ ଉଦୟଗିରି, ଆଇନକ୍ସ, ଏସ୍‌ପ୍ଲାନେଡ୍‌ ଓ ଶିଖରଚଣ୍ଡୀ ଭଳି ସ୍ଥାନରେ ପୋଲିସ ମୁତୟନ ହୋଇଥିବାରୁ ଅଧିକ ଗହଳି ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?