Posted inଖେଳ

ଖାଲି ଷ୍ଟାଡିୟମରେ ଆୟୋଜନ ହୋଇପାରେ ଫ୍ରେଞ୍ଚ୍‌ ଓପନ୍‌

ଲସ୍‌ ଏଞ୍ଜେଲ୍ସ,୧୦।୫ (ଏଏଫ୍‌ପି): କରୋନା ଭାଇରସ ସଂକ୍ରମଣ କାରଣରୁ ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ ରୋଲାଣ୍ଡ ଗ୍ୟାରସ୍‌ରେ ଖାଲି ଷ୍ଟାଡିୟମରେ ଆୟୋଜନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଫ୍ରେଞ୍ଚ୍‌ ଟେନିସ ମୁଖ୍ୟ ବର୍ନାଡ ଗୁଇଡିସେଲି ରବିବାର ଏ ନେଇ ସୂଚନା ଦେଇଛନ୍ତି। ପୂର୍ବରୁ କୋଭିଡ୍‌-୧୯ ମହମାରୀ କାରଣରୁ ଫ୍ରେଞ୍ଚ୍‌ ଓପନ୍‌କୁ ୪ ମାସ ଘୁଞ୍ଚାଯାଇଛି। ପ୍ରଥମେ ଫ୍ରେଞ୍ଚ୍‌ ଓପନ ମେ ୨୪ରୁ ଜୁନ୍‌ ୭ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଏହାକୁ ପରେ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୪ ତାରିଖ ମଧ୍ୟରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ଟୁର୍ନାମେଣ୍ଟ ଆୟୋଜନ କରିବା ନେଇ ସବୁ ବିକଳ୍ପ ଖୋଲା ରହିଛି ବୋଲି ସେ କହିଛନ୍ତି।
ଷ୍ଟାଡିୟମରେ ଫ୍ରେଞ୍ଚ୍‌ ଓପନ୍‌ ଖେଳାଯାଇଥାଏ ଓ ଟିଭିରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯାଇଥାଏ। ଏହି ଟୁର୍ନାମେଣ୍ଟକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ସଂଖ୍ୟାରେ ଦର୍ଶନ ଅପେକ୍ଷା କରି ରହିଛନ୍ତି। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିକୋଣରୁ ବିଚାର କଲେ ଏହି ଟୁର୍ନାମେଣ୍ଟକୁ ଖାଲି ଷ୍ଟାଡିୟମରେ ଆୟୋଜନ କରାଯିବା ସହ ଟିଭିରେ ସିଧା ପ୍ରସାରଣ କରାଯାଇପାରିବ। ଟେଲିଭିଜନ ରାଇଟରୁ ଟୁର୍ନାମେଣ୍ଟର ଏକ ତୃତୀୟାଂଶ ଅର୍ଥ ସଂଗ୍ରହ କରାଯାଇଥାଏ। ତେଣୁ ଫାଙ୍କା ଷ୍ଟାଡିୟମରେ ପ୍ରେଞ୍ଚ୍‌ ଓପନ୍‌ ଆୟୋଜନର ବିକଳ୍ପକୁ ଅଣଦେଖା କରି ହେବନାହିଁ ବୋଲି ଗୁଇଡିସେଲ କହିଛନ୍ତି। ଏହି ମହାମାରୀ କାରଣରୁ ମାର୍ଚ୍ଚ ମଧ୍ୟଭାଗରୁ ସବୁ ଟେନିସ ଟୁର୍ନାମେଣ୍ଟକୁ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କିମ୍ବା ବାତିଲ କରାଯାଇଛି।
ତେବେ ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଓ୍ବିମ୍ବେଲଡନକୁ ବାତିଲ କରାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମଥର ପାଇଁ ଏହି ମୋଗ ଟେନିସ ଇଭେଣ୍ଟକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ୟୁଏସ୍‌ ଓପନକୁ ମଧ୍ୟ ଘୁଞ୍ଚାଯାଇଛି। ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୩ ମଧ୍ୟରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ୟୁଏସ୍‌ ଓପନ୍‌ ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରତ୍ୟେକ ବର୍ଷ ରୋଲାଣ୍ଡ ଗ୍ୟାରସ୍‌ରେ ବହୁ ଦର୍ଶକ ଟେନିସ ଉପଭୋଗ କରିବାକୁ ଆସିଥାନ୍ତି। ଫ୍ରେଞ୍ଚ୍‌ ଓପନ୍‌କୁ ଆହୁରି ଗୋଟିଏ ସପ୍ତାହ ଘୁଞ୍ଚାଯାଇପାରେ ଓ ଏହା ସେପ୍ଟେମ୍ବର ୨୭ରେ ଆରମ୍ଭ ହୋଇପାରେ ବୋଲି ଗୁଇଡିସେଲି କହିଛନ୍ତି। ଏହା ହେଲେ ୟୁଏସ୍‌ ଓ ଫ୍ରେଞ୍ଚ୍‌ ଓପନ୍‌ ମଧ୍ୟରେ ଦୁଇ ସପ୍ତାହ ଦୂରତ୍ୱ ରହିବ। ଟୁର୍ନାମେଣ୍ଟ ଆୟୋଜନ ନେଇ ଏଟିପି, ଡବ୍ଲ୍ୟୁଟିଏ ଓ ଆଇଟିଏଫ୍‌ ମୁଖ୍ୟଙ୍କ ସହ ନିୟମିତ ଆଲୋଚନା କରୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

ଇରାନ-ଆମେରିକା ଯୁଦ୍ଧବିରତିରେ ପାକିସ୍ତାନ ନୁହେଁ, ଏହି ଦେଶ ଅସଲ ଖେଳାଳି! ଟ୍ରମ୍ପ କଲେ ବଡ଼ ଖୁଲାସା

ଓ୍ବାଶିଂଟନ୍‌,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏଥିପାଇଁ ସେ ପାକିସ୍ତାନକୁ ଶ୍ରେୟ ଦେଇଛନ୍ତି । ହେଲେ ଏହି ସମୟରେ ଏକ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri