Posted inଖେଳ

ଖାଲି ଷ୍ଟାଡିୟମରେ ଆୟୋଜନ ହୋଇପାରେ ଫ୍ରେଞ୍ଚ୍‌ ଓପନ୍‌

ଲସ୍‌ ଏଞ୍ଜେଲ୍ସ,୧୦।୫ (ଏଏଫ୍‌ପି): କରୋନା ଭାଇରସ ସଂକ୍ରମଣ କାରଣରୁ ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ ରୋଲାଣ୍ଡ ଗ୍ୟାରସ୍‌ରେ ଖାଲି ଷ୍ଟାଡିୟମରେ ଆୟୋଜନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଫ୍ରେଞ୍ଚ୍‌ ଟେନିସ ମୁଖ୍ୟ ବର୍ନାଡ ଗୁଇଡିସେଲି ରବିବାର ଏ ନେଇ ସୂଚନା ଦେଇଛନ୍ତି। ପୂର୍ବରୁ କୋଭିଡ୍‌-୧୯ ମହମାରୀ କାରଣରୁ ଫ୍ରେଞ୍ଚ୍‌ ଓପନ୍‌କୁ ୪ ମାସ ଘୁଞ୍ଚାଯାଇଛି। ପ୍ରଥମେ ଫ୍ରେଞ୍ଚ୍‌ ଓପନ ମେ ୨୪ରୁ ଜୁନ୍‌ ୭ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଏହାକୁ ପରେ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୪ ତାରିଖ ମଧ୍ୟରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ଟୁର୍ନାମେଣ୍ଟ ଆୟୋଜନ କରିବା ନେଇ ସବୁ ବିକଳ୍ପ ଖୋଲା ରହିଛି ବୋଲି ସେ କହିଛନ୍ତି।
ଷ୍ଟାଡିୟମରେ ଫ୍ରେଞ୍ଚ୍‌ ଓପନ୍‌ ଖେଳାଯାଇଥାଏ ଓ ଟିଭିରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯାଇଥାଏ। ଏହି ଟୁର୍ନାମେଣ୍ଟକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ସଂଖ୍ୟାରେ ଦର୍ଶନ ଅପେକ୍ଷା କରି ରହିଛନ୍ତି। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିକୋଣରୁ ବିଚାର କଲେ ଏହି ଟୁର୍ନାମେଣ୍ଟକୁ ଖାଲି ଷ୍ଟାଡିୟମରେ ଆୟୋଜନ କରାଯିବା ସହ ଟିଭିରେ ସିଧା ପ୍ରସାରଣ କରାଯାଇପାରିବ। ଟେଲିଭିଜନ ରାଇଟରୁ ଟୁର୍ନାମେଣ୍ଟର ଏକ ତୃତୀୟାଂଶ ଅର୍ଥ ସଂଗ୍ରହ କରାଯାଇଥାଏ। ତେଣୁ ଫାଙ୍କା ଷ୍ଟାଡିୟମରେ ପ୍ରେଞ୍ଚ୍‌ ଓପନ୍‌ ଆୟୋଜନର ବିକଳ୍ପକୁ ଅଣଦେଖା କରି ହେବନାହିଁ ବୋଲି ଗୁଇଡିସେଲ କହିଛନ୍ତି। ଏହି ମହାମାରୀ କାରଣରୁ ମାର୍ଚ୍ଚ ମଧ୍ୟଭାଗରୁ ସବୁ ଟେନିସ ଟୁର୍ନାମେଣ୍ଟକୁ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କିମ୍ବା ବାତିଲ କରାଯାଇଛି।
ତେବେ ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଓ୍ବିମ୍ବେଲଡନକୁ ବାତିଲ କରାଯାଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମଥର ପାଇଁ ଏହି ମୋଗ ଟେନିସ ଇଭେଣ୍ଟକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ୟୁଏସ୍‌ ଓପନକୁ ମଧ୍ୟ ଘୁଞ୍ଚାଯାଇଛି। ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୩ ମଧ୍ୟରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ୟୁଏସ୍‌ ଓପନ୍‌ ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପ୍ରତ୍ୟେକ ବର୍ଷ ରୋଲାଣ୍ଡ ଗ୍ୟାରସ୍‌ରେ ବହୁ ଦର୍ଶକ ଟେନିସ ଉପଭୋଗ କରିବାକୁ ଆସିଥାନ୍ତି। ଫ୍ରେଞ୍ଚ୍‌ ଓପନ୍‌କୁ ଆହୁରି ଗୋଟିଏ ସପ୍ତାହ ଘୁଞ୍ଚାଯାଇପାରେ ଓ ଏହା ସେପ୍ଟେମ୍ବର ୨୭ରେ ଆରମ୍ଭ ହୋଇପାରେ ବୋଲି ଗୁଇଡିସେଲି କହିଛନ୍ତି। ଏହା ହେଲେ ୟୁଏସ୍‌ ଓ ଫ୍ରେଞ୍ଚ୍‌ ଓପନ୍‌ ମଧ୍ୟରେ ଦୁଇ ସପ୍ତାହ ଦୂରତ୍ୱ ରହିବ। ଟୁର୍ନାମେଣ୍ଟ ଆୟୋଜନ ନେଇ ଏଟିପି, ଡବ୍ଲ୍ୟୁଟିଏ ଓ ଆଇଟିଏଫ୍‌ ମୁଖ୍ୟଙ୍କ ସହ ନିୟମିତ ଆଲୋଚନା କରୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri