ଖରାଦିନେ ସିଲ୍କ ଶାଢ଼ି ପିନ୍ଧିବାକୁ ନେଇ ବଦଳାନ୍ତୁ ଚିନ୍ତାଧାରା: ଏହିପରି ବାଛନ୍ତୁ ଶାଢ଼ି

ଖରାଦିନେ ସିଲ୍କ ଶାଢ଼ି ପିନ୍ଧିବାକୁ ପ୍ରାୟ କେହି ପସନ୍ଦ କରି ନ ଥାନ୍ତି। ଯଦିଓ କୌଣସି ପର୍ବପର୍ବାଣିରେ ସେହି ଭଳି ଶାଢ଼ି ପନ୍ଧିଥାନ୍ତି, ସେଥିରେ ଅନେକ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପଡିଥାଏ। ଗରମ ଲାଗୁନି, ତମେ କେମିତି ପିନ୍ଧିଛ, ତମେ ଏହାକୁ ପିନ୍ଧି ରହିପାରୁଛ ଏମିତି କେତେ କ’ଣ। ଏ ନେଇ ପ୍ରାୟ କେତେକ ମହିଳା ସିଲ୍କ ଲୁଗାକୁ ଶୀତ ବସ୍ତ୍ରରେ ସହିତ ରଖି ଦେଇଥାନ୍ତି। ମାତ୍ର ଏହି ଚିନ୍ତାଧାରା ବଦଳାଇବା ସହି ଏହା ଜାଣିବା ଜରୁରୀ ହୋଇଥା କି ଖରାଦିନେ କିପରି ସିଲ୍କ ଶାଢ଼ି ପିନ୍ଧିବା ଦ୍ୱାରା ଗରମ ନ ଲାଗିବ।
ଡିଜାଇନର ଗୌରାଙ୍ଗଙ୍କ କହିବା ଅନୁଯାୟୀ, କଟନ୍‌ ପରି ସିଲ୍କ ମଧ୍ୟ ହାଲ୍କା ହୋଇଥାଏ। ଖରାଦିନ ପାଇଁ ଓର୍‌ଗାଞ୍ଜା ସିଲ୍କ ପିନ୍ଧିବା ବେଶ୍‌ ଭଲ।

ଡିଜାଇନର ବ୍ରାଣ୍ଡ ସିଇଓ ପଲକ ଶାହାଙ୍କ କହିବା ଅନୁଯାୟୀ ସିଲ୍କ କପଡାକୁ ନେଇ ମନର ଭ୍ରମ ଦୂର କରିବାକୁ ପଡ଼ିଥାଏ। ଏହି ଦିନଗୁଡିକରେ ଗୁଜରାଟୀ, କଟନ ଓ ଚନ୍ଦେରି ଶାଢ଼ି ପିନ୍ଧିବା ଫଳରେ ଗରମ ଅନୁଭୂତ ହୋଇ ନ ଥାଏ।

ଏହିପରି ଭାବରେ କରନ୍ତୁ ଗରମରେ ସିଲ୍କ କପଡା ସିଲେକ୍‌ଶନ
ଟିିସୁ ଓ ଅର୍‌ଗାଞ୍ଜା ଭଳି ହାଲ୍‌କା ଶାଢ଼ି ପିନ୍ଧନ୍ତୁ।
ସିଲ୍କ ମିଶ୍ରଣ ମଧ୍ୟ ବାଛି ପାରିବା।
ଏଥିରେ ହାଲ୍‌କା ରଙ୍ଗବାଲା ପିନ୍ଧିପାରିବେ ।
ଜରିବାଲା ସିଲ୍କ ବ୍ୟବହାର କରନ୍ତୁ ନାହିଁ।

ଶାଢ଼ିଠୁ ବେଟର ଅନାରକଲି, ଏବଂ ଦୁପଟା ବ୍ୟବହାର କରିପାରିବେ।

ଏହି ସବୁ ସିଲ୍କ ଗରମ ଦିନରେ ପିନ୍ଧିବେ

ମାଲାବରି ସିଲ୍କ

ଆଇ ସିଲ୍କ

ମିଶ୍ରୁ ସିଲ୍କ

କଟନ ସିଲ୍କ
ଚଣ୍ଡିଗଡ଼ ସିଲ୍କ

କୋଟା ସିଲ୍କ