ଖନ୍ତାପଡ଼ା ଥାନା ଘେରାଉ ଘଟଣା: ଆଇନକୁ ହାତକୁ ନ ନେବା ପାଇଁ ପୋଲିସର ପରାମର୍ଶ

ବାହାନଗା, ୩୦ା୯(ଡି.ଏନ.ଏ.)-ମଦ ବିରୋଧୀ ମହିଳାଙ୍କ ଦ୍ୱାରା ରବିବାର ସନ୍ଧ୍ୟାରେ ଖନ୍ତାପଡା ଥାନା ଘେରାଉ ଘଟଣା ପରେ ସୋମବାର ମହିଳା ସଦସ୍ୟାମାନଙ୍କ ସହିତ ପୋଲିସ୍‌ର ବୈଠକ ଅନୁଷ୍ଠିତ ହୋଇଥିଲା। ଚୋରା ମଦ ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ। ଏହାସହ ଆଇନକୁ ହାତକୁ ନ ନେବା ପାଇଁ ଏସ୍‌ଡିପିଓ ପ୍ରଭାସ ପାଲ୍‌ ସଦସ୍ୟାମାନଙ୍କୁ ପରାମର୍ଶ ଦେଇଛନ୍ତି।
ମଦ ବେପାରୀଙ୍କ ବିରୋଧରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ପଞ୍ଚାୟତରେ ୨୬ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଏକଜୁଟ୍‌ ହୋଇ ଆନ୍ଦୋଳନ ଆରମ୍ଭ କରିଥିଲେ। ସେମାନେ ଦୁଇ ମଦବେପାରୀଙ୍କ କାବୁ କରି ତାଙ୍କ ଘର ଭିତରୁ ୪୦ଲିଟର ମଦ ଜବତ କରି ଖନ୍ତାପଡା ଥାନାକୁ ଆଣିଥିଲେ। ସେଠାରେ ଆନ୍ଦୋଳନକାରୀମାନେ ବେପାରୀଙ୍କୁ ପୋଲିସ୍‌ ଜିମା ଦେବା ସହ ଥାନା ଭିତରେ ମଦ ଢାଳି ପ୍ରତିବାଦ କରିଥିଲେ। ଏହାପରେ ପୋଲିସ୍‌ ମଦବେପାରୀଙ୍କ ସହ ବୁଝାମୁଣା କରିଥିବା ଅଭିଯୋଗରେ ମହିଳାମାନେ ଥାନା ଘେରାଉ କରିଥିଲେ। ମାତ୍ର ଥାନାରେ ଆଇଆଇସି ଶ୍ରୀବଲ୍ଲଭ ସାହୁ ନ ଥିବାରୁ ଏସ୍‌ଡିପିଓ ମହିଳାମାନଙ୍କୁ ବୁଝାଶୁଝା କରି ସୋମବାର ଥାନାକୁ ଆସିଲେ ଆଲୋଚନା କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିବାରୁ ମହିଳା ଥାନା ଘେରାଉରୁ ହଟିଥିଲେ ା ସେହି ଅନୁଯାୟୀ ସୋମବାର ପୂର୍ବାହ୍ନରେ ପଞ୍ଚାୟତର ୨୬ ମହିଳା ଏସ୍‌ଏଚ୍‌ଜିର ୫୦ରୁ ଊର୍ଦ୍ଧ୍ୱ ସଦସ୍ୟା ଖନ୍ତାପଡା ଥାନାକୁ ଆସିଥିଲେ। ଥାନାରେ ଆଇଆଇସି ଶ୍ରୀବଲ୍ଲଭ ସାହୁ, ଏସ୍‌ଡିପିଓ ପାଲ୍‌ଙ୍କ ଉପସ୍ଥିତିରେ ମହିଳା ସଦସ୍ୟାଙ୍କ ପ୍ରତିନିଧି ସୁରମା ମହାଳିକ, ଅନୁସୂୟା ଲାହାଙ୍କ ସମେତ ଧର୍ମେନ୍ଦ୍ର ଲାହା, ପୂର୍ବତନ ସରପଞ୍ଚ ନଳିନୀ ପାଣିଗ୍ରାହୀଙ୍କ ସମେତ ସଦସ୍ୟା ଅନିତା ନାୟକ, ପୂର୍ଣ୍ଣିମା ଜେନା, ମାଳତୀ ଦାସ, ସରସ୍ବତୀ ନାୟକ, ସୁମୋ ଦାସ, ଝରଣା ଦାସ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲୋଚନା କରିଥିଲେ। ମହିଳାମାନେ ମଦବେପାରୀଙ୍କ ସମ୍ପର୍କରେ ଜଣାଇଲେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବ ବୋଲି ବୈଠକରେ ପ୍ରତିଶ୍ରୁତି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri