ଖଣ୍ଡଗିରି ଯାତ୍ରା: ନଗ୍ନନୃତ୍ୟ ବିରୋଧରେ ତେଜିଲା ସ୍ବର; ଥାନାରେ ଅଭିଯୋଗ କଲା ଓଡ଼ିଶା ନାରୀ ସଚେତନ ମଞ୍ଚ

ଭୁବନେଶ୍ୱର, ୯ା୨(ବ୍ୟୁରେ): ଖଣ୍ଡଗିରି ଯାତ୍ରାରେ ନଗ୍ନନୃତ୍ୟ ପ୍ରଦର୍ଶନକୁ ଓଡ଼ିଶା ନାରୀ ସଚେତନ ମଞ୍ଚ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି। ମଞ୍ଚ ସଭାପତି ଡଲି ରଥଙ୍କ ନେତୃତ୍ୱରେ ଏକ ଦଳ ପୋଲିସ କମିଶନର(ସିପି) ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଦାବିପତ୍ର ଦେବାକୁ ଯାଇଥିଲେ। ସିପି ନ ଥିବାରୁ ତାଙ୍କ ଉଦ୍ଦେଶ୍ୟରେ ମଞ୍ଚ ପକ୍ଷରୁ ଜଣେ ଏସିପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ମଞ୍ଚ ନେତ୍ରୀମାନେ ଖଣ୍ଡଗିରି ଥାନାକୁ ଯାଇ ଅଭିଯୋଗ କରିଥିଲେ। ସେମାନେ ଅଭିଯୋଗରେ ଦର୍ଶାଇଥିଲେ ଯେ, ବିଏମ୍‌ସି, କମିଶନରେଟ ପୋଲିସ ଓ ଜିଲା ପ୍ରଶାସନର କଟକଣା କରାଯାଇଥିଲା। ଏହାସତ୍ତ୍ୱେ ଖଣ୍ଡଗିରି ଯାତ୍ରାରେ ଜଣେ ବିଧାୟକଙ୍କ ଯାତ୍ରାପାର୍ଟିରେ ନଗ୍ନ ନୃତ୍ୟ ପ୍ରଦର୍ଶନ କରାଯାଉଛି। ତେଣୁ ଯାତ୍ରା ପାର୍ଟି ମାଲିକ, ଆୟୋଜକ ଏବଂ ନଗ୍ନନୃତ୍ୟ କରୁଥିବା ଯୁବତୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯାଉ। ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର ଅଭିଯୋଗ ରଖିବା ସହ ଏହା ଉପରେ ନଜର ରଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯଦି ପୁନର୍ବାର ଯାତ୍ରାରେ ନଗ୍ନନୃତ୍ୟ କରାଯାଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ମହାପାତ୍ର ସେମାନଙ୍କୁ କହିଥିଲେ।

ମଞ୍ଚର ସଭାପତି ଡଲି ରଥ କହିଛନ୍ତି ଯେ, ସର୍ବସାଧାରଣ ସ୍ଥାନରେ ନଗ୍ନ ନୃତ୍ୟ ପ୍ରଦର୍ଶନ କଲେ ଆଇନଗତ ଅପରାଧ। ତେଣୁ ଆୟୋଜକ, ଯାତ୍ରାପାର୍ଟି ମ୍ୟାନେଜର ଓ ଡ୍ୟାନ୍ସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିୟମ ରହିଛି। ହେଲେ ପୋଲିସ ଜାଣିଶୁଣି ଚୁପ୍‌ ରହିଛି। ଜଣେ ବିଧାୟକଙ୍କ ଯାତ୍ରାପାର୍ଟିରେ ଏଭଳି ନଗ୍ନ ନୃତ୍ୟ ପ୍ରଦର୍ଶନ ହେଉଛି। ତେଣୁ ଏଭଳି ନୃତ୍ୟ କରାଇବା ପାଇଁ ପରୋକ୍ଷରେ ବିଧାୟକଙ୍କ ସମର୍ଥନ ରହିଥିବା ସେ ଅଭିଯୋଗ କରିଛନ୍ତି। ଯଦି ଆଗାମୀ ଦିନରେ ଏଭଳି ନଗ୍ନ ନୃତ୍ୟ ପ୍ରଦର୍ଶନ କରାଯାଏ ତେବେ ମଞ୍ଚ ପକ୍ଷରୁ ଯାତ୍ରା ପାର୍ଟିରେ ଗେଟ୍‌ ଆଗରେ ଆନ୍ଦୋଳନ କରାଯିବ ବୋଲି ରଥ କହିଛନ୍ତି।
ଥାନାରେ ଅଭିଯୋଗ କରିବା ପରେ ନାରୀ ନେତ୍ରୀମାନେ ନଗ୍ନନୃତ୍ୟ ପ୍ରଦର୍ଶନ କରାଯାଉଥିବା ଯାତ୍ରା ପାର୍ଟି ନିକଟକୁ ଯାଇଥିଲେ। ସେଠାରେ ଯାତ୍ରାପାର୍ଟିର ମୁଖ୍ୟ ଗେଟ୍‌ ଆଗରେ ଲଗାଯାଇଥିବା ବ୍ୟାନ୍‌ରଗୁଡିକୁ ସେମାନେ ଯାଞ୍ଚ କରିଥିଲେ, ଯେଉଁଥିରେ ଅଶ୍ଳିଳତା ପ୍ରଦର୍ଶନ କରାଯାଇଥିଲା ତାହାକୁ ଚିରିବା ପାଇଁ ଉଦ୍ୟମ କରିଥିଲେ। ମହିଳା ନେତ୍ରୀମାନେ ଯାତ୍ରା ଆୟୋଜକ କମିଟି ସଦସ୍ୟ ଗୁଗୁଲି ରଥଙ୍କ ସହ ଆଲୋଚନା କରିଥିଲେ। ପୁଣି ଯଦି ଅଶ୍ଳିଳ ନୃତ୍ୟ ପ୍ରଦର୍ଶନ କରାଯାଏ ତେବେ ଆମେ ଆଇନ ହାତକୁ ନେବୁ ବୋଲି ନାରୀ ନେତ୍ରୀମାନେ ଚେତାବନୀ ଦେଇଥିଲେ। ଏନେଇ ଆୟୋଜକଙ୍କ ପକ୍ଷରୁ ଆଉ ନଗ୍ନନୃତ୍ୟ ହେବନାହିଁ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri