କ୍ୱାରାଣ୍ଟାଇନ କେନ୍ଦ୍ରରେ କଳାର ସ୍ପର୍ଶ

ବଅଁରପାଳ,୧୩ା୬(ଡି.ଏନ.ଏ.) – ସ୍କୁଲରେ ପଢ଼ିଲା ବେଳେ ଭଲ ଚିତ୍ର ଆଙ୍କୁଥିଲେ। ଏହା ସେତେବେଳେ ତାଙ୍କ ପରିଚୟ ପାଲଟିଥିଲା। ହେଲେ ସେହି ପ୍ରତିଭାର ବିକାଶ ପୂର୍ବରୁ ପରିବାରର ବୋଝ ତାଙ୍କୁ କେରଳରେ ଶ୍ରମିକ କରିଦେଲା। ସେବେଠାରୁ ଆଉ ତୂଳୀ ଧରି ନ ଥିବା ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗିରିଧିବାସିଆ ଗ୍ରାମର ବିକାଶ ଭୋଇ (୧୮) ଏବେ ଗଁ।  କ୍ୱାରାଣ୍ଟାଇନ କେନ୍ଦ୍ରରେ ଦେଇଛନ୍ତି ଯାଦୁକରୀ କଳାର ସ୍ପର୍ଶ। କାନ୍ଥ, ପିଲରଗୁଡ଼ିକରେ ସେ ଆଙ୍କିଥିବା ଚିତ୍ର ସଙ୍ଗରୋଧ କେନ୍ଦ୍ରର ଅନ୍ୟ ସାଥୀମାନଙ୍କୁ ବେଶ୍‌ ଚକିତ କରିଦେଇଛି। ଗ୍ରାମବାସୀ, ସରପଞ୍ଚ ତାଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି।


ବିକାଶ କହିଛନ୍ତି, ବହୁ ଦୁଃଖ କଷ୍ଟରେ ସେ ୧୦ମ ଶ୍ରେଣୀ ଯାଏ ପଢ଼ିପାରିଛନ୍ତି। ପରିବାରର ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁ ସେ ଅଧିକ ପଢ଼ିବା ପରିବର୍ତ୍ତେ କେରଳ ଚାଲି ଯାଇଥିଲେ। ସେଠାରେ ଏକ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କରୋନା କଟକଣା ପରଠାରୁ ସେ ବହୁ ଦୁଃଖ କଷ୍ଟରେ ସେଠାରେ ଫସି ରହିଥିଲେ। ଗତ ୫ ତାରିଖରେ ସେ କେରଳରୁ ଫେରିଛନ୍ତି। ତାଙ୍କୁ ବଅଁରପାଳସ୍ଥିତ ପି.ବି.କେ. ହାଇସ୍କୁଲ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଛି। ତେଣୁ ସେଠାରେ ଅଯଥାରେ ବସି ସମୟ ନଷ୍ଟ କରିବା ବଦଳରେ ସେ ସ୍କୁଲ ପିଲାଙ୍କ ପାଇଁ ସୁନ୍ଦର ଚିତ୍ରକଳାମାନ ଅଙ୍କନ କରିବାକୁ ଇଚ୍ଛା କରିଥିଲେ। ପ୍ରଥମେ କାଗଜରେ ବିଭିନ୍ନ ଚିତ୍ର ଆଙ୍କି ସେ ବଅଁରପାଳ ସରପଞ୍ଚ ଫକୀର ନାଏକଙ୍କୁ ଦେଇଥିଲେ। ଅନୁମତି ମିଳିଲେ ବିଦ୍ୟାଳୟ ପରିସରର ସୌନ୍ଦର୍ଯ୍ୟ ବଢ଼ାଇବେ ବୋଲି କହିଥିଲେ। ତାଙ୍କ କଥା ରଖି ସରପଞ୍ଚ ତୂଳୀ ଓ ବିଭିନ ରଙ୍ଗ ଯୋଗାଇ ଦେବା ପରେ ସେ କାନ୍ଥ ଓ ପିଲରଗୁଡ଼ିକରେ ଗଣେଶ, ଜଗନ୍ନାଥ ଓ ବିଭିନ୍ନ ଦେବଦେବୀଙ୍କ ଚିତ୍ର ସହ ଫୁଲ ଏବଂ ଗଛମାନ ଆଙ୍କିଛନ୍ତି। ଏଥିରେ ଜଣେ ସହଯୋଗ ମଧ୍ୟ କରିଛନ୍ତି। ଓଡ଼ିଶାରେ ତାଙ୍କୁ ଭଲ କାମଟିଏ ମିଳିଗଲେ ଆଉ କେରଳ ଯିବେ ନାହିଁ ବୋଲି ବିକାଶ ପ୍ରକାଶ କରିଛନ୍ତି। ବିକାଶଙ୍କ ଏପରି ପ୍ରତିଭା ସମ୍ପର୍କରେ ସରପଞ୍ଚ ନାଏକ ଏବଂ ସାମାଜିକ କର୍ମୀ ଅଭୟ ସେନାପତି କହିଛନ୍ତି, ବିକାଶ ଚିତ୍ରକଳା ଅଙ୍କନ ପାଇଁ ଇଚ୍ଛା ପ୍ରକାଶ କରିବା ପରେ ତାଙ୍କୁ ପଞ୍ଚାୟତ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଥିଲା। ସେ ବେଶ୍‌ ସୁନ୍ଦର କାରୁକାର୍ଯ୍ୟ ମାନ କରି ସ୍କୁଲର ସୌନ୍ଦର୍ଯ୍ୟ ବଢ଼ାଇ ଦେଇଛନ୍ତି। କ୍ୱାରାଣ୍ଟାଇନ ଅବଧି ପୂରଣ ପରେ ବିକାଶଙ୍କୁ ଏଥିପାଇଁ ପାରିଶ୍ରମିକ ଦିଆଯାଇ ସମ୍ମାନର ସହ ଘରକୁ ପଠାଇ ଦିଆଯିବ ବୋଲି ସରପଞ୍ଚ ନାଏକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri