କ୍ୱାରାଣ୍ଟାଇନ କେନ୍ଦ୍ରରେ କଳାର ସ୍ପର୍ଶ ପ୍ରତିଭା ଦେଖାଇଲେ ପ୍ରବାସୀ

ବଅଁରପାଳ,୧୨ା୬(ଡି.ଏନ.ଏ.)- ସ୍କୁଲରେ ପଢ଼ିଲା ବେଳେ ଭଲ ଚିତ୍ର ଆଙ୍କୁଥିଲେ। ଏହା ସେତେବେଳେ ତାଙ୍କ ପରିଚୟ ପାଲଟିଥିଲା। ହେଲେ ସେହି ପ୍ରତିଭାର ବିକାଶ ପୂର୍ବରୁ ପରିବାରର ବୋଝ ତାଙ୍କୁ କେରଳରେ ଶ୍ରମିକ କରିଦେଲା। ସେବେଠାରୁ ଆଉ ତୂଳୀ ଧରି ନ ଥିବା ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗିରିଧିବାସିଆ ଗ୍ରାମର ବିକାଶ ଭୋଇ (୧୮) ଏବେ ଗଁା କ୍ୱାରାଣ୍ଟାଇନ କେନ୍ଦ୍ରରେ ଦେଇଛନ୍ତି ଯାଦୁକରୀ କଳାର ସ୍ପର୍ଶ। କାନ୍ଥ, ପିଲରଗୁଡ଼ିକରେ ସେ ଆଙ୍କିଥିବା ଚିତ୍ର ସଙ୍ଗରୋଧ କେନ୍ଦ୍ରର ଅନ୍ୟ ସାଥୀମାନଙ୍କୁ ବେଶ୍‌ ଚକିତ କରିଦେଇଛି। ଗ୍ରାମବାସୀ, ସରପଞ୍ଚ ତାଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି।
ବିକାଶ କହିଛନ୍ତି, ବହୁ ଦୁଃଖ କଷ୍ଟରେ ସେ ୧୦ମ ଶ୍ରେଣୀ ଯାଏ ପଢ଼ିପାରିଛନ୍ତି। ପରିବାରର ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁ ସେ ଅଧିକ ପଢ଼ିବା ପରିବର୍ତ୍ତେ କେରଳ ଚାଲି ଯାଇଥିଲେ। ସେଠାରେ ଏକ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କରୋନା କଟକଣା ପରଠାରୁ ସେ ବହୁ ଦୁଃଖ କଷ୍ଟରେ ସେଠାରେ ଫସି ରହିଥିଲେ। ଗତ ୫ ତାରିଖରେ ସେ କେରଳରୁ ଫେରିଛନ୍ତି। ତାଙ୍କୁ ବଅଁରପାଳସ୍ଥିତ ପି.ବି.କେ. ହାଇସ୍କୁଲ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଛି। ତେଣୁ ସେଠାରେ ଅଯଥାରେ ବସି ସମୟ ନଷ୍ଟ କରିବା ବଦଳରେ ସେ ସ୍କୁଲ ପିଲାଙ୍କ ପାଇଁ ସୁନ୍ଦର ଚିତ୍ରକଳାମାନ ଅଙ୍କନ କରିବାକୁ ଇଚ୍ଛା କରିଥିଲେ। ପ୍ରଥମେ କାଗଜରେ ବିଭିନ୍ନ ଚିତ୍ର ଆଙ୍କି ସେ ବଅଁରପାଳ ସରପଞ୍ଚ ଫକୀର ନାଏକଙ୍କୁ ଦେଇଥିଲେ। ଅନୁମତି ମିଳିଲେ ବିଦ୍ୟାଳୟ ପରିସରର ସୌନ୍ଦର୍ଯ୍ୟ ବଢ଼ାଇବେ ବୋଲି କହିଥିଲେ। ତାଙ୍କ କଥା ରଖି ସରପଞ୍ଚ ତୂଳୀ ଓ ବିଭିନ ରଙ୍ଗ ଯୋଗାଇ ଦେବା ପରେ ସେ କାନ୍ଥ ଓ ପିଲରଗୁଡ଼ିକରେ ଗଣେଶ, ଜଗନ୍ନାଥ ଓ ବିଭିନ୍ନ ଦେବଦେବୀଙ୍କ ଚିତ୍ର ସହ ଫୁଲ ଏବଂ ଗଛମାନ ଆଙ୍କିଛନ୍ତି। ଏଥିରେ ଜଣେ ସହଯୋଗ ମଧ୍ୟ କରିଛନ୍ତି। ଓଡ଼ିଶାରେ ତାଙ୍କୁ ଭଲ କାମଟିଏ ମିଳିଗଲେ ଆଉ କେରଳ ଯିବେ ନାହିଁ ବୋଲି ବିକାଶ ପ୍ରକାଶ କରିଛନ୍ତି। ବିକାଶଙ୍କ ଏପରି ପ୍ରତିଭା ସମ୍ପର୍କରେ ସରପଞ୍ଚ ନାଏକ ଏବଂ ସାମାଜିକ କର୍ମୀ ଅଭୟ ସେନାପତି କହିଛନ୍ତି, ବିକାଶ ଚିତ୍ରକଳା ଅଙ୍କନ ପାଇଁ ଇଚ୍ଛା ପ୍ରକାଶ କରିବା ପରେ ତାଙ୍କୁ ପଞ୍ଚାୟତ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଥିଲା। ସେ ବେଶ୍‌ ସୁନ୍ଦର କାରୁକାର୍ଯ୍ୟ ମାନ କରି ସ୍କୁଲର ସୌନ୍ଦର୍ଯ୍ୟ ବଢ଼ାଇ ଦେଇଛନ୍ତି। କ୍ୱାରାଣ୍ଟାଇନ ଅବଧି ପୂରଣ ପରେ ବିକାଶଙ୍କୁ ଏଥିପାଇଁ ପାରିଶ୍ରମିକ ଦିଆଯାଇ ସମ୍ମାନର ସହ ଘରକୁ ପଠାଇ ଦିଆଯିବ ବୋଲି ସରପଞ୍ଚ ନାଏକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେରରେ ଚାଞ୍ଚଲ୍ୟ: ପାଇପଲାଇନ ନିକଟରୁ ମିଳିଲା ୨ ମୃତଦେହ, ହତ୍ୟା ସନ୍ଦେହ

ତାଳଚେର,୨୪।୧୨(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଥାନାର ୧୪୯ନଂ ଜାତୀୟ ରାଜପଥର ଲିଙ୍ଗରାକଟା ଗ୍ରାମ ନିକଟସ୍ଥ ନାଲକୋର ପାଇପଲାଇନ ନିକଟରେ ବୁଧବାର ସକାଳ ସମୟରେ ରାସ୍ତାର...

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri