କ୍ୟାବିନେଟ୍‌ରୁ ଶଶିଭୂଷଣ, ବଦ୍ରି, ଉଷା, ପ୍ରଫୁଲ୍ଲ ସାମଲ ବାଦ୍‌

ଭୁବନେଶ୍ୱର,୨୯।୫(ବ୍ୟୁରୋ): ବିଜେଡି ବିଧାୟକ ଦଳ ନେତା ନବୀନ ପଟ୍ଟନାୟକ ବୁଧବାର ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ ସହ ୧୧ କ୍ୟାବିନେଟ୍‌ ଏବଂ ୯ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ବରିଷ୍ଠ ଏବଂ ଅଭିଜ୍ଞଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ମନ୍ତ୍ରିମଣ୍ଡଳ ତାଲିକା ପ୍ରସ୍ତୁତ କରାଯାଇଥିବା କୁହାଯାଇଛି। ଆଶାୟୀ ଥିବା ଏକାଧିକ ପ୍ରଭାବଶାଳୀ ନେତାଙ୍କୁ ପୂର୍ବପରି ସଂଗଠନ ଦାୟିତ୍ୱରେ ରଖାଯାଇଛି। ପୂର୍ବଥର ମନ୍ତ୍ରୀ ଥିବା କେତେକଙ୍କୁ ଚଳିତ ଥର ବାଦ୍‌ ଦିଆଯାଇଛି।
ଚଳିତ ଥର ବିଜୟଶ୍ରୀ ରାଉତରାୟ, ଶଶିଭୂଷଣ ବେହେରା, ବଦ୍ରିନାରାୟଣ ପାତ୍ର, ସୂର୍ଯ୍ୟ ପାତ୍ର, ପ୍ରଫୁଲ୍ଲ ସାମଲ, ଉଷା ଦେବୀ , ମହେଶ୍ୱର ମହାନ୍ତି (ପରାଜିତ), ରମେଶ ମାଝିଙ୍କୁ କ୍ୟାବିନେଟ୍‌ରେ ଦେଖିବାକୁ ମିଳିବ ନାହିଁ। ବିଜୟଶ୍ରୀ ନିର୍ବାଚନ ଲଢି ନ ଥିଲେ। ରମେଶ ମାଝି ନବରଙ୍ଗପୁର ଲୋକ ସଭା ଆସନରୁ ଏମ୍‌ପି ଭାବେ ନିର୍ବାଚିତ ହୋଇଛନ୍ତି। ସୂର୍ଯ୍ୟଙ୍କୁ ମନ୍ତ୍ରୀପଦ ବଦଳରେ ଚଳିତଥର ବାଚସ୍ପତି କରାଯିବା ନେଇ ନିଷ୍ପତ୍ତି ହୋଇଛି। ବଦ୍ରି ନାରାୟଣ ପାତ୍ରଙ୍କୁ ମନ୍ତ୍ରୀ କରାଯାଇନାହିଁ। ସେହିପରି ଗତଥର ରାଷ୍ଟ୍ରମନ୍ତ୍ରୀ ଥିବା ନୃସିଂହ ସାହୁ, ସ୍ନେହାଙ୍ଗିନୀ ଛୁରିଆ, ଚନ୍ଦ୍ରସାରଥି ବେହେରା ଓ ଅନନ୍ତ ଦାସଙ୍କୁ ପୁନର୍ବାର ସୁଯୋଗ ଦିଆଯାଇନାହିଁ। ସେହିଭଳି ଆଲୋଚିତ ବହୁ ପ୍ରମୁଖ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନାହଁି। । ଯାହାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ଏମାନେ ହେଉଛନ୍ତି- କେନ୍ଦ୍ରାପଡା ଜିଲାରୁ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ଶଶିଭୂଷଣ ବେହେରା, ଯାଜପୁରରୁ ପ୍ରଣବ ପ୍ରକାଶ ଦାସ, ସମ୍ବଲପୁରରୁ ରୋହିତ ପୂଜାରୀ, କଟକରୁ ଦେବୀ ପ୍ରସାଦ ମିଶ୍ର, ଗଞ୍ଜାମ ଜିଲାରୁ ଉଷା ଦେବୀ ଓ ପ୍ରଦୀପ ପାଣିଗ୍ରାହୀ, କଳାହାଣ୍ଡିରୁ ଭୂପିନ୍ଦର ସିଂ, ବୌଦ୍ଧରୁ ପ୍ରଦୀପ ଅମାତ ଏବଂ ନୟାଗଡରୁ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ନିର୍ଭୀକ ନେତୃତ୍ୱକୁ ନେଇ ନେତା କହିଲେ…

ପାଟଣା,୫ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀସ୍ତରୀୟ ୧୧୦ତମ ବିଜୁ ଜୟନ୍ତୀ ପାଟଣା ମୁଖ୍ୟାଳୟ ଆନନ୍ଦେଶ୍ୱର ଶିବ ମନ୍ଦିର ସନ୍ନିକଟ କଲ୍ୟାଣମଣ୍ଡପଠାରେ ବିଜେଡି ତରଫରୁ ଗୁରୁବାର…

ବିଜୁବାବୁଙ୍କୁ ଭାରତରତ୍ନ ମିଳିବା ନେଇ ଦାବି ଉଠାଇଲା ବିଜେଡି

ବରଗଡ଼,୫ା୩(ପ୍ରେମାନନ୍ଦ ଖମାରୀ): ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ୧୧୦ତମ ଜୟନ୍ତୀ ବିଜୁ ଜନତା ଦଳ ବରଗଡ଼ ଜିଲା ତରଫରୁ ଗୁରୁବାର ପାଳିତ ହୋଇଯାଇଛି। ପୂର୍ବତନ ବିଧାୟକ…

ବିଜୁବାବୁଙ୍କ ୧୧୦ତମ ଜନ୍ମଜୟନ୍ତୀ ପାଳିତ, ବିଜୁ ବାବୁ ଅମର ରହେ ନାରାରେ କମ୍ପିଲା….

ନନ୍ଦପୁର/ପାଡୁଆ, ୫ା୩ (ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ କୂଲାବିର ପଞ୍ଚାୟତ ସ୍ଥିତ ଧବଳେଶ୍ଵର ମନ୍ଦିର ପରିସରରେ ଗୁରୁବାର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୧୦…

ଓଡ଼ିଶାରେ ବିଜେଡି-କଂଗ୍ରେସ ମେଣ୍ଟ ସମ୍ପର୍କରେ ନବୀନଙ୍କ ବିସ୍ଫୋରକ ବୟାନ, କହିଲେ…

ଭୁବନେଶ୍ୱର,୫।୩: ରାଜ୍ୟ ସଭା ପାଇଁ ଗୁରୁବାର ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର, ଦତ୍ତେଶ୍ବର ହୋତା। ସଂତୃପ୍ତ ଓ ଦତ୍ତେଶ୍ବରଙ୍କ ପ୍ରାର୍ଥିପତ୍ର ଦାଖଲ ପରେ ବିଜେଡି ସୁପ୍ରିମୋ ନବୀନ…

‘ବିଜୁବାବୁଙ୍କ ନୀତି ଆଦର୍ଶକୁ ପାଥେୟ କରି ସମାଜସେବାରେ ବ୍ରତୀ ହେବାକୁ ଆହ୍ବାନ’

ବଞ୍ଚୋ,୫ା୩(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ହାଟଡିହୀ ବ୍ଲକରେ ଗୁରୁବାର ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ବିଜୁ…

ଶ୍ରୀମନ୍ଦିରର ୩ ସେବକଙ୍କୁ କୈଫିୟତ ତଲବ: ଜଣେ ସେବକଙ୍କ ଶାଢ଼ିବନ୍ଧା ଆଦେଶ ପ୍ରତ୍ୟାହାର ନେଇ…

ପୁରୀ,୫ା୩(ଅଜିତ କୁମାର ମହାନ୍ତି): ଫେବୃଆରୀ ୨୮ରେ ସେବାପୂଜାରେ ବିଳମ୍ବ, କର୍ତ୍ତବ୍ୟରତ ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର ଓ ବିଶୃଂଖଳ ଆଚରଣ ଅଭିଯୋଗରେ ତିନିଜଣ ସେବକଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର, ପାଖରେ ଅଛନ୍ତି ନବୀନଙ୍କ ସହ…

ଭୁବନେଶ୍ୱର,୫ା୩: ରାଜ୍ୟ ସଭା ପାଇଁ ଗୁରୁବାର ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର। ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ଆଜି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ…

ବୈଶାଖ ନପଶୁଣୁ ଉତ୍କଟ ଜଳ ସମସ୍ୟା, ବ୍ଲକ ଅଫିସ୍ ସମ୍ମୁଖରେ ଗରା ବାଲିଟି ଧରି ମହିଳାଙ୍କ ପ୍ରତିବାଦ

ପାଟଣା,୫।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଡୁମୁରିଆ ପଂଚାୟତ ତଣ୍ଡ ବାଙ୍କ ଘାଟ ସାହିରେ ପାଣି ସମସ୍ୟା ଦେଖାଦେଇଛି । ସେଠାରେ ଏକ ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri