କ୍ୟାନସର ପୀଡିତ ହୀନସ୍ତା: ଦଲାଲ କବଳରେ ରୋଗୀ

କେନ୍ଦୁଝର, ୨୬ା୬ (ସ୍ବ.ପ୍ର.)-ସରକାର ଗରୀବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇଦେବା ସହ କ୍ୟାନସର ରୋଗୀଙ୍କ ଲାଗି ମଧ୍ୟ ମାଗଣା ଚିକିତ୍ସା ବ୍ୟବସ୍ଥା କରିଛନ୍ତି। କିନ୍ତୁ କେନ୍ଦୁଝର ଜିଲାର ସାହାରପଡା ବ୍ଲକର ଖଜିରାପାଟ ପଞ୍ଚାୟତର ଦୁଆଘାଟର କ୍ଷେତ୍ରବାସୀ ଦେହୁରୀ (୫୦) ନାମକ ଜଣେ ଗରୀବ ଆଦିବାସୀ ରୋଗୀ ମାଗଣା ଚିକିତ୍ସା ସୁବିଧା ପାଉନଥିବା ଏବଂ ଖର୍ଚ୍ଚାନ୍ତ ହୋଇ ବିନା ଚିକିତ୍ସାରେ ଘରେ ମୃତ୍ୟୁ ସହ ସଂଗ୍ରାମ କରୁଥିବାରୁ ସରକାରଙ୍କ ଏହି ସବୁ ସେବାର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କ୍ଷେତ୍ରବାସୀଙ୍କର ସ୍ତ୍ରୀ, ପୁଅ ଓ ୨ ଝିଅ ଅଛନ୍ତି। ସରକାରଙ୍କ ଅନ୍ତୋର୍ଦୟ ଯୋଜନାରେ ମିଳୁଥିବା ଚାଉଳରେ ଚଳୁଛନ୍ତି। ମୂଲମଜୂରୀ କରି ଘର ଚଳାଉଥିବା କ୍ଷେତ୍ରବାସୀ ପ୍ରଥମେ କିଡନୀ ରୋଗରେ ପୀଡ଼ିତ ଥିଲେ ା ବହୁ କଷ୍ଟରେ ୨ ଝିଅଙ୍କୁ ବାହା ଦେଇଛନ୍ତି। ତାଙ୍କ ଚିକିତ୍ସା ପାଇଁ ବହୁ ଅର୍ଥ ଖର୍ଚ୍ଚ କରିଥିଲେ ହେଁ ଭଲ ହେଉନାହିଁ ା ଚଳିତ ମାସ ୫ ତାରିଖରେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ଆସି ଚିକିତ୍ସିତ ହୋଇଥିଲେ। ଅବସ୍ଥା ଭଲ ନ ଥିବାରୁ ଡାକ୍ତର ତାଙ୍କୁ କଟକ ବଡଡାକ୍ତରଖାନାକୁ ନେବାକୁ କହିଥିଲେ ା ଆମ୍ବୁଲାନ୍ସ ସେବା ନ ମିଳିବାରୁ ଘରୋଇ ଆମ୍ବୁଲାନ୍ସରେ ୭ ତାରିଖରେ ଗଲେ ା ଏଥିପାଇଁ ୪୫୦୦ ଟଙ୍କା ଦେବାକୁ ପଡିଥିଲା ା ଘରୋଇ ଆମ୍ବୁଲାନସ ତାଙ୍କୁ କଟକ ନେବା ପରିବର୍ତ୍ତେ ଭୂବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନେଇଯାଇଥିଲେ ା ଗରୀବ କ୍ଷେତ୍ରବାସୀ କିଛି ଜାଣି ପାରି ନ ଥିଲେ ା ଘରୋଇ ଡାକ୍ତରଖାନାରେ ପ୍ରଥମେ ୫ ହଜାର ଟଙ୍କା ଜମା ଦେବାକୁ କହିଥିଲେ। ଏହା ପରେ ବିଭିନ୍ନ ପ୍ରକାରର ଚିକିତ୍ସା, ଔଷଧ ଆଦି ବାବଦକୁ ପାଖାପାଖି ୪୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିବା ତାଙ୍କ ଜ୍ୱାଇଁ ଅରୁଣ କୁମାର ନାୟକ କହିଛନ୍ତନ୍ତି। ଏହା ଛଡା ସେମାନେ ତାଙ୍କ ଠାରୁ ସ୍ମାର୍ଟ କାର୍ଡ ମଧ୍ୟ ନେଇଯାଇ ଛାଡିବା ବେଳେ ଫେରାଇଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି।
ସେଠାରେ ତାଙ୍କର କ୍ୟାନସର ହୋଇଥିବା କହି ଘରୋଇ ଡାକ୍ତରଖାନା ୧୨ ତାରିଖରେ କଟକ ବଡ ଡାକ୍ତରଖାନାକୁ ପଠାଇଦେଇଥିଲେ। ସେଠାରୁ କଟକ ବଡଡାକ୍ତରଖାନାକୁ ଆସିବା ପରେ ସେଠାରେ ତାଙ୍କୁ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିିଟାଲକୁ ପଠାଇଦେଇଥିଲେ। ସେଠାରେ ଘରୋଇ ଡାକ୍ତରଖାନାର ପରୀକ୍ଷା ରିପୋର୍ଟ କୁ ଗ୍ରହଣ ନ କରି ପୁଣି ପରୀକ୍ଷା କରିବାକୁ କହିଥିଲେ ା ଫଳରେ ସେମାନଙ୍କୁ ୧୩ ତାରିଖରୁ ଡାକ୍ତରଖାନା ବାରଣ୍ଡାରେ କଟାଇବାକୁ ପଡିଥିଲା ା ଡାକ୍ତରଖାନାରେ ଆଡମିଶନ ନ ହେବାରୁ ଏବଂ ବହୁ ଖର୍ଚ୍ଚାନ୍ତ ହେବା ପରେ ଶେଷରେ ନିରାଶ ହୋଇ ୫ ଦିନ ପରେ ୧୮ ତାରିଖରେ ଘରକୁ ବାଧ୍ୟ ହୋଇ ଫେରିଆସିଥିଲେ ବୋଲି ପରିବାର ଲୋକ କହିଛନ୍ତି। ଏବେ ଘରେ କଷ୍ଟ ଯନ୍ତ୍ରଣାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ସହାୟତା ପାଇଁ ତାଙ୍କ ସ୍ତ୍ରୀ ବଇଲୋ ଦେହୁରୀ ଅନୁରୋଧ କରିଛନ୍ତି।
କଟକ ସ୍ଥିତ ଏସସିବି ମେଡିକାଲ କଲେଜ ହସପିଟାଲକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ଘରୋଇ ଆମ୍ବୁଲାନସ ଭୁବନେଶ୍ୱର ସ୍ଥିତ ଘରୋଇ ଡାକ୍ତରଖାନାକୁ ନେବା ପଛରେ କଣ କାରଣ ଅଛି ତାହା ବୁଝାପଡ଼ୁନି। ତେବେ ଉକ୍ତ ଆମ୍ବୁଲାନ୍ସ ଚାଳକକୁ ପଚରାଉଚରା କରିବାକୁ ଦାବି ହୋଇଛି। ଏଭଳି ବହୁ ରୋଗୀ ଉକ୍ତ ଘରୋଇ ଡାକ୍ତରଖାନାକୁ ପଠାଇଯାଇଥିବା ଜଣାପଡିଛି ା ଏହା ପଛରେ କେତେକ ଡାକ୍ତରଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଥିବାରୁ ଜିଲାପାଳ ଏହାର ତଦନ୍ତ କରିବାକୁ ଦାବି ହେଉଛି ା
ଏନେଇ ଏଡିଏମଓ ଡ. ଗୁରୁପ୍ରସାଦ ମିଶ୍ର କହିଛନ୍ତି ଯେ ଏଭଳି ଘରୋଇ ଆମ୍ବୁଲାନ୍ସ ବା ଅନ୍ୟ କର୍ମଚାରୀ ଙ୍କ ସମ୍ପୃକ୍ତି ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ା


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri