Posted inଫୁରସତ

କ୍ୟାନସର ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟାଙ୍କ ଚାକିରି ଛାଡ଼ିଲେ ଏହି ବ୍ୟକ୍ତି

କ୍ୟାନସର ପୀଡ଼ିତ ବନ୍ଧୁ ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଜଣେ ବ୍ୟକ୍ତି ବ୍ୟାଙ୍କ ଚାକିରି ଛାଡ଼ି ଦେଇଛନ୍ତି। ଏଥିସହିତ ୯୬ ସପ୍ତାହରେ ୧୯୬ ଦେଶ ଭ୍ରମଣ କରି ସହାୟତା ରାଶି ଯୋଗାଡ଼ କରିଛନ୍ତି। ଇଂଲଣ୍ଡର ନିକ୍‌ ବଟର ଏପରି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ଦୁଇବର୍ଷ ପୂର୍ବରୁ ସେ ବିଶ୍ୱ ଭ୍ରମଣରେ ବାହାରିଥିଲେ। ତାଙ୍କର ଏହି ଇଚ୍ଛା ୨ ଦିନ ତଳେ ପୂରଣ ହୋଇଛି। ୨୦୧୬ ମସିହାରେ ମସ୍କୋରେ କ୍ୟାନସର ନିରୋଧ ପାଇଁ ଏକ ମାରାଥନ ଦୌଡ଼ର ଆୟୋଜନ କରାଯାଇଥିଲା। ସେଠାରେ କ୍ୟାବିନ୍‌ ବେବର ନାମକ ଜଣେ ବ୍ୟକ୍ତିଙ୍କ ସହ ନିକ୍‌ଙ୍କର ସାକ୍ଷାତ ହୋଇଥିଲା। କ୍ୟାବିନ୍‌ ନିକ୍‌ଙ୍କୁ କହିଥିଲେ ତାଙ୍କୁ କ୍ୟାନସର ହୋଇଛି। ଯାହା ଶେଷ ପର୍ଯ୍ୟାୟରେ। ସେ ନିକ୍‌ଙ୍କୁ କହିଥିଲେ, ‘କ୍ୟାନସର ହେବା ପର୍ଯ୍ୟନ୍ତ ଅପେକ୍ଷା କର ନାହିଁ’। ତାଙ୍କର ଏହି କଥା ପଦିଏ ନିକ୍‌ଙ୍କ ହୃଦୟ ତରଳାଇ ଦେଇଥିଲା। ଫଳରେ ସେ ବ୍ୟାଙ୍କ ଚାକିରି ଛାଡ଼ି କ୍ୟାନସର ପୀଡ଼ିତଙ୍କ ପାଇଁ ଅର୍ଥ ଯୋଗାଡ଼ରେ ଲାଗିପଡ଼ିଲେ। ସେ ପ୍ରଥମେ ଏହି ଅଭିଯାନ ୨୦୧୮ ଜାନୁୟାରୀରେ କାନାଡାରୁ ଆରମ୍ଭ କରିଥିଲେ। ପ୍ରାୟ ୯୬ ସପ୍ତାହରେ ଅନେକ ଦେଶ ଭ୍ରମଣ କରି କ୍ୟାନସର ପୀଡ଼ିତଙ୍କ ପାଇଁ ଅର୍ଥ ଯୋଗାଡ଼ କରିଛନ୍ତି।
ଖାଲି ଏତିକି ନୁହେଁ, ୧୯୬ ଦେଶ ବୁଲିବା ପାଇଁ ଏହି ଅଭିଯାନରେ ସେ ୧୦ଟି ପାସପୋର୍ଟ, ୧୨୦ଟି ଭିଜା, ୨୦୧ ଫ୍ଲାଇଟ୍‌, ୪୫ଟି ଟ୍ରେନ୍‌, ୧୫ଟି ବସ୍‌ ଏବଂ ୨୮୦ ଟ୍ୟାକ୍ସିରେ ସେ ସମଗ୍ର ବିଶ୍ୱ ଭ୍ରମଣ କରିଛନ୍ତି। ଏହି ଯାତ୍ରା ସମୟରେ ତାଙ୍କ ସହ ଅନେକ ଦୁର୍ଘଟଣା ମଧ୍ୟ ଘଟିଛି। ତଥାପି ସେ ହାରି ଯାଇନାହାନ୍ତି। ଏହି ମାରାଥନ ଦୌଡ଼ରେ ରବିବାର ସେ ଏଥେନ୍ସରେ ପହଞ୍ଚିଛନ୍ତି। ବିଭିନ୍ନ ଦେଶ ଭ୍ରମଣ କରି ସେ ୨.୩୦ କୋଟିରୁ ଅଧିକ ଅର୍ଥ ସଂଗ୍ରହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri