କ୍ଷୀର ଉତୁରିଲେ ଦେଇଥାଏ ଏସବୁ ଅଶୁଭ ସଙ୍କେତ

ହିନ୍ଦୁଧର୍ମରେ କ୍ଷୀରକୁ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଏ। ଏହା ସହିତ କ୍ଷୀର ଉତୁରିପଡ଼ିଲେ ଘରକୁ କେହି ବନ୍ଧୁ ଆସିବାର ସଙ୍କେତ ଦେଇଥାଏ। କିନ୍ତୁ କ୍ଷୀର ଉତୁରିବା ମଧ୍ୟ କିଛି ଅଶୁଭ ସଙ୍କେତ ଦେଇଥାଏ। ଜାଣନ୍ତୁ ଏ ସମ୍ପର୍କରେ…
ବାସ୍ତୁଶାସ୍ତ୍ର ଅନୁସାରେ, କ୍ଷୀରକୁ ଚନ୍ଦ୍ରମା କାରକ କୁହାଯାଏ। ଚନ୍ଦ୍ରମା ବ୍ୟକ୍ତିର ମନ, ମସ୍ତିଷ୍କ, ଆର୍ଥିକ ସ୍ଥିତି ଏବଂ ପାରିବାରିକ ସ୍ଥିତି ସହିତ ସମ୍ବନ୍ଧ ରହିଛି। ତେଣୁ କ୍ଷୀର ଉତୁରିଲେ ଏସବୁ ପ୍ରଭାବିତ ହୋଇଥାଏ। କ୍ଷୀର ଉତୁରିଲେ ମଣିଷର କ୍ରୋଧ ବଢ଼ିଯାଏ। ପରିବାରରେ କଳହ ଲାଗିବା ସହ ରୋଗବେମାରରେ ଘାଣ୍ଟି ହେବାର ଭୟ ରହିଥାଏ। ପ୍ରତିଦିନ କ୍ଷୀର ଉତୁରିଲେ ଆର୍ଥକ ସ୍ଥିତି ଦୁର୍ବଳ ହେବାର ସଙ୍କେତ ଦିଏ। କ୍ଷୀର ଉତୁରିଲେ ମଙ୍ଗଳ ଗ୍ରହ ମଧ୍ୟ ଅଶୁଭ ଫଳ ଦେଇଥାଏ। ସକାଳେ କ୍ଷୀର ଉତୁରି ପଡ଼ିଲେ ଦେବୀ ଅନ୍ନପୂର୍ଣ୍ଣାଙ୍କୁ ଅପମାନ ହୁଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ତେଣୁ କ୍ଷୀର ଗରମ କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଯେପରି ଉତୁରି ନ ପଡ଼ିବ।