Posted inଜାତୀୟ

କ୍ଷମତାର ଏକବର୍ଷ: ରେଡ୍‌ଜୋନ୍‌ରେ ଶାସନ-ଅର୍ଥନୀତି, ଅରେଞ୍ଜ୍‌ରେ ରାଜନୀତି-ଗ୍ରୀନ୍‌ରେ ବିକାଶ

ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି। ଏନେଇ କିଛି ଗଣମାଧ୍ୟମ ସଂସ୍ଥା ପକ୍ଷରୁ ସରକାରଙ୍କ ଗୋଟିଏ ବର୍ଷର ୬ଟି ସ୍ତମ୍ଭ ବିଶିଷ୍ଟ ରିପୋର୍ଟ ଜାରି କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, କ୍ଷମତାର ଗୋଟିଏ ବର୍ଷରେ ଶାସନ ଏବଂ ଅର୍ଥନୀତି ରେଡ୍‌ ଜୋନ୍‌ରେ ଥିବାବେଳେ ରାଜନୀତି ଅରେଞ୍ଜ୍‌ ଏବଂ ବିକାଶ ଗ୍ରୀନ୍‌ଜୋନ୍‌ରେ ରହିଛି। ୬ଟି ସ୍ତମ୍ଭ ମଧ୍ୟରେ ଶାସନ ବ୍ୟବସ୍ଥା, ରାଜନୀତି, ନିଷ୍ପତ୍ତି ଗ୍ରହଣ, ଅର୍ଥନୀତି, ବିକାଶ, କୂଟନୈତିକ ସ୍ଥିତିକୁ ସାମିଲ କରାଯାଇଛି। ଗୋଟିଏ ବର୍ଷ ମଧ୍ୟରେ ସରକାରଙ୍କ ଦ୍ୱିତୀୟ ପାଳିର ଶାସନ ବ୍ୟବସ୍ଥାରେ ଭାରତୀୟ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ବୋଲାଉଥିବା ଗଣମାଧ୍ୟମର ସ୍ବାଧୀନତା ୨ ସ୍ଥାନ ତଳକୁ ଆସିଛି। ଏହା ୧୪୦ରୁ ଖସିଆସି ୧୪୨ରେ ରହିଛି। ସେହିପରି ସିଏଏ-ଏନ୍‌ଆର୍‌ସି ନେଇ ଦେଶରେ ହିଂସାକାଣ୍ଡ ଘଟିଛି। ଏହାକୁ ନେଇ ଆମେରିକାର ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ଆୟୋଗ ଭାରତ ସରକାରଙ୍କ ଉପରେ ଅଭିଯୋଗ ମଧ୍ୟ ଆଣିଛି। ସେହିପରି ରାଜନୀତି କ୍ଷେତ୍ରରେ ଚଳିତ ବର୍ଷ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ସ୍ଥିତି ଅରେଞ୍ଜ୍‌ ଜୋନ୍‌ରେ ରହିଛି। ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଦିଲ୍ଲୀ ଏବଂ ହରିୟାଣାର ନିର୍ବାଚନରେ କେବଳ ଭାଜପା ଗୋଟିଏ ରାଜ୍ୟରେ ସରକାର ଗଠନ କରିପାରିଛି। ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ଦିଲ୍ଲୀରେ ଅଣ ଭାଜପା ସରକାର ଗଠନ ହୋଇଛି। ଗୋଟିଏ ବର୍ଷରେ ସରକାରଙ୍କ ପକ୍ଷରୁ ବହୁ ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ରେଡ୍‌ଜୋନ୍‌ରେ ରହିଛି। ସେଥିରେ କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ ୬୫ ଦନର ଲକ୍‌ଡାଉନ୍‌ ମଧ୍ୟ ଅଛି। ଲକ୍‌ଡାଉନ୍‌ ପରେ ବି ସଂକ୍ରମିତଙ୍କ ସଂଖ୍ୟା ୨୮୮ ଗୁଣା ବଢ଼ିଥିବାବେଳେ ମୃତକଙ୍କ ସଂଖ୍ୟା ୪୨୭ ଗୁଣା ବୃଦ୍ଧି ପାଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅର୍ଥନୀତି କ୍ଷେତ୍ରରେ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ରେଡ୍‌ ଜୋନ୍‌ରେ ରହିଛି। ଜିଡ଼ିପି ଅଭିବୃଦ୍ଧି ହାର ୧୧ ବର୍ଷର ସର୍ବନିମ୍ନସ୍ତରରେ ପହଞ୍ଚିଛି। ରିପୋର୍ଟରେ ବିକାଶ ହାର ଗ୍ରୀନ୍‌ଜୋନ୍‌ରେ ରହିଛି। ପ୍ରତିଦିନ ୨୭.୧୯ କିଲୋମିଟର ସଡ଼କ ପଥ ନିର୍ମାଣ ହେଉଥିବାବେଳେ ଏକବର୍ଷ ମଧ୍ୟରେ ଏହା ୨୬.୬୨ କିଲୋମିଟର ରହିଛି। ସେହିପରି ଅନ୍ତର୍ଜାତୀୟ ଶ୍ରମ ସଂଗଠନ(ଆଇଏଲ୍‌ଓ) ଅନୁସାରେ କରୋନା ସଂକ୍ରମଣ ଯୋଗୁ ୪୦ କୋଟି ଭାରତୀୟ ଗରିବ ରେଖା ତଳକୁ ଖସିଆସିବେ। ସେହିପରି ଲକ୍‌ଡ଼ାଉନ୍‌ ଯୋଗୁ ଶିଳ୍ପ ଏବଂ ସେବା କ୍ଷେତ୍ରରେ ୧୨ କୋଟି ଲୋକ ଚାକିରି ହରାଇଛନ୍ତି। ବ୍ୟବସାୟିକ ସୁବିଧା କ୍ଷେତ୍ରରେ ଭାରତ ୧୪ ସ୍ଥାନ ଉପରକୁ ଆସିଛି। ସେହିପରି କୂଟନୈତିକ କ୍ଷେତ୍ର ଅରେଞ୍ଜ୍‌ ଜୋନ୍‌ରେ ରହିଛି। ନେପାଳ ସହିତ ଲିପୁଲେଖ, କାଲାପାଣି ଏବଂ ଧାରଚୁଲା ଆଦି ୩ଟି ସ୍ଥାନରେ ସୀମା ବିବାଦ ସୃଷ୍ଟି ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri