କ୍ଷତିଗ୍ରସ୍ତ ଧାନଜମି ବୁଲି ଦେଖିଲେ କୃଷି ଅଧିକାରୀ

ଜୁନାଗଡ,୨୧।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ଦକ୍ଷିଣ କେନାଲ ଅନ୍ତର୍ଗତ ଜୁନାଗଡ ବ୍ଲକ ତଳଜାରିଙ୍ଗ ପଞ୍ଚାୟତରେ କେନାଲ ପାଣି ତଳମୁଣ୍ଡରେ ପହଞ୍ଚି ପାରି ନ ଥିବାରୁ ରବିଧାନ ଫସଲ ଏବେ ମରିବାକୁ ବସିଛି। ରବି ଚାଷ ଆରମ୍ଭ ପୂର୍ବରୁ କେନାଲ ବିଭାଗ ୨୫ କ୍ୟୁବିକ ପାଣି ଦେବା ପାଇଁ ସର୍ତ୍ତ ରଖିଥିଲେ ମଧ୍ୟ ବିଜୁଳି ଉପତ୍ାଦନ ହେଉ ନ ଥିବା କାରଣ ଦର୍ଶାଇ ୧୫କ୍ୟୁବିକ ଦେବାରୁ ଏହି ପରିସ୍ଥିତି ସୃଷ୍ଟି ହେଲା ବୋଲି ଚାଷୀମାନେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ୨୧ ତାରିଖ ଧରିତ୍ରୀରେ ଖବର ପ୍ରକାଶନ ପରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚେତା ପଶିଛି। ମଙ୍ଗଳବାର ଜୁନାଗଡ କୃଷି ଜିଲା ଅଧିକାରୀ ପରମେଶ୍ୱର ମଳ୍ଲିକ, ସହକାରୀ କୃଷି ଅଧିକାରୀ ଗଜାନନ ସାହୁ ଓ ଗ୍ରାମ୍ୟ କୃଷି କର୍ମଚାରୀ ହେମନ୍ତ ରାଉତ ପ୍ରମୁଖ ତଳଜାରିଙ୍ଗ ପଞ୍ଚାୟତର ଘଣ୍ଟବାହାଲି, ଗୁଞ୍ଜୁଗୁଡା ଓ ଲବଣୀପୁର ଗ୍ରାମର ରବିଧାନ କ୍ଷେତ ପରିଦର୍ଶନ କରିଥିଲେ। ଏହି ସମୟରେ ପାଣି ଅଭାବରୁ ନଷ୍ଟ ହେବାକୁ ବସିଥିବା ଚାଷ ଜମି ବୁଲି ଦେଖିଥିଲେ। ପରେ ସେମାନେ ଇନ୍ଦ୍ରାବତୀ ଏସ୍‌ଡିଓଙ୍କୁ ଶୀଘ୍ର ଏହି ଅଞ୍ଚଳକୁ ପାଣି ଯୋଗାଇଦେବା ପାଇଁ ଫୋନ୍‌ ଯୋଗେ କଥା ହୋଇଥିଲେ। ତେବେ ଦୁଇଦିନ ଭିତରେ ଏହି ଅଞ୍ଚଳକୁ ଆବଶ୍ୟକ ପରିମାଣରେ ପାଣି ଯୋଗାଇ ଦିଆଯିବ ବୋଲି ଏସ୍‌ଡିଓ କହିଥିଲେ। ଉଲ୍ଲେଖନୀୟ ଯେ, ପାଣି ଅଭାବରୁ ଅଞ୍ଚଳର ଲବଣୀପୁର ଗ୍ରାମର କେତେକ ଚାଷୀଙ୍କ ପ୍ରାୟ ୨୦ଏକର ଧାନ ଚାଷ ନଷ୍ଟ ହୋଇଥିବା ସେଠାକାର ଚାଷୀ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

୫୩ନଂ ରାଜ୍ୟ ରାଜପଥରେ ଗୋଟିଏ ପରେ ଗୋଟିଏ ହାଇଓ୍ବାକୁ ମାଡ଼ି ବସିଲା ପୋଲିସ 

ବନ୍ତ,୧୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ବେଆଇନ ବାଲି ଚାଲାଣ କରୁଥିବା ୯ଟି ହାଇଓ୍ବା ଜବତ ହୋଇଛି। ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ…

ଯୁବକଙ୍କୁ ଧକ୍କାଦେଇ ଫେରାର ମାରିଲେ ହାଇଓ୍ବା ଚାଳକ, ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍‌ଏସ୍‌ଏସ୍‌ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍‌ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri