କ୍ରିତିଙ୍କୁ କ’ଣ ଭଲ ଲାଗେ

ବାହାରେ ଝିପିଝିପି ବର୍ଷା। ଘର ଭିତରେ ବସି ଝରକା ଫାଙ୍କରେ ତାହାକୁ ଉପଭୋଗ କରିବାର ମଜା ନିଆରା। ବର୍ଷା ହେଲା ମାତ୍ରେ ସେ ଝରକା ପାଖରେ ବସି ଏହାକୁ ମନଭରି ଉପଭୋଗ କରନ୍ତି। କେବଳ ଅଭିନୟ ନୁହେଁ, ବକ୍ସିଂ ପ୍ରାକ୍ଟିସ୍‌ କରିବାକୁ ସେ ପସନ୍ଦ କରନ୍ତି। ଶୁଟିଂରୁ ଫୁର୍‌ସତ ମିଳିଲେ ସେ ବାଇକ୍‌ ହେଉ କି କାର୍‌ ଧରି ଲଙ୍ଗ୍‌ ଡ୍ରାଇଭ୍‌ରେ ବାହାରି ଯାଆନ୍ତି। ହଁ, ଏହି ଅଭିନେତ୍ରୀ ଜଣକ ହେଲେ କ୍ରିତି ସାନନ୍‌। ‘ହେରୋପନ୍ଥୀ’ରୁ ଆରମ୍ଭ ହୋଇଥିଲା ତାଙ୍କର ବଲିଉଡ୍‌ କ୍ୟାରିୟର। ବର୍ଷ କେଇଟା ଭିତରେ ସେ ବେଶ୍‌ କେତୋଟି ହିଟ୍‌ ସିନେମାରେ ଅଭିନୟ କରି ନିଜକୁ ନାୟିକା ଦୌଡ଼ରେ ସାମିଲ କରିଛନ୍ତି। ‘ବର୍ଲି କି ବର୍ଫି’, ‘ଦିଲ୍‌ଓ୍ବାଲେ’ରେ ତାଙ୍କର ଅଭିନୟକୁ ଯେତେ ପ୍ରଶଂସା କରାଯିବ ତାହା ସେତେ କମ୍‌ ହେବ। ଦିଲ୍ଲୀରେ ଜନ୍ମିତା କ୍ରିତିଙ୍କର ଶିକ୍ଷାଗତ ଯୋଗ୍ୟତା ହେଲା ବି.ଟେକ୍‌। ଆକ୍ଟିଂ କରିବା ପୂର୍ବରୁ ସେ ମଡେଲିଂ ସହ ଜଡ଼ିତ ଥିଲେ। ବଲିଉଡ୍‌ରେ ଏଣ୍ଟ୍ରି କରିବା ପୂର୍ବରୁ ସେ କ୍ୟାମେରା ସାମ୍‌ନା କରିସାରିଥିଲେ। ଲୋକପ୍ରିୟ ଷ୍ଟାର୍‌ ମହେଶ ବାବୁଙ୍କ ଅପୋଜିଟ୍‌ରେ ତେଲୁଗୁ ଥ୍ରୀଲର ‘ନେନୋକ କାଡନି’ରେ ଅଭିନୟ କରି ବେଶ୍‌ ପ୍ରଶଂସିତ ହୋଇଥିଲେ। ମିଠା ଖାଇବାକୁ କ୍ରିତି ଭାରି ଭଲ ପାଆନ୍ତି। ଆଉ ଏକ ମଜାଦାର କଥା। ସଲ୍‌ମାନଙ୍କର ସେ ହେଉଛନ୍ତି ଜଣେ ବଡ଼ ପ୍ରଶଂସକ। ସଲମାନଙ୍କ ଅଭିନୀତ ପ୍ରତିଟି ଫିଲ୍ମକୁ ସେ ଦେଖିସାରିଛନ୍ତି। କ୍ରିତି ହେଉଛନ୍ତି ଜଣେ କଥକ ନୃତ୍ୟଶିଳ୍ପୀ। ତା’ସହ ସ୍ବାଦିଷ୍ଟ ଖାଦ୍ୟ ରୋଷେଇ କରିବା ତାଙ୍କର ଏକ ଅଭ୍ୟାସ। ଗପ, କବିତା ପଢ଼ିବାକୁ ସେ ଭଲ ପାଆନ୍ତି। ତାଙ୍କର ଫେଭରାଇଟ ଟୁରିଷ୍ଟ ପ୍ଲେସ୍‌ ହେଲା ଗୋଆ। କାଜୋଲ ଏବଂ ରେଖାଙ୍କୁ ସେ ନିଜର ରୋଲ୍‌ ମଡେଲ ଭାବେ ଗ୍ରହଣ କରିଛନ୍ତି। ସୌଭାଗ୍ୟବଶତଃ ‘ଦିଲ୍‌ଓ୍ବାଲେ’ରେ ସେ କାଜୋଲଙ୍କ ସହ ଅଭିନୟ କରିଥିଲେ, ଯାହାର ସ୍ମୃତିକୁ ସେ ଶେୟାର କରିବାକୁ ଭୁଲି ନ ଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଯୁଦ୍ଧବିରତି ଭିତରେ ଭାରତର ବଡ଼ ବିଜୟ! ୭ବର୍ଷ ପରେ ଚାଇନାକୁ ଦେଲା ଝଟ୍‌କା

ନୂଆଦିଲ୍ଲୀ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ, ବୁଧବାର (୮ ଏପ୍ରିଲ, ୨୦୨୬) ଦିନ ଅଶୋଧିତ ତୈଳ ଭବିଷ୍ୟତରେ ତୀବ୍ର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri