କ୍ରାଫ୍ଟ ଟୁରିଜିମ କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି

କେନ୍ଦୁଝର, ୭ା୧୧ (ସ୍ବ.ପ୍ର.)-ଘଟଗାଁ ବ୍ଲକ ଟେରାକୋଟା ଗ୍ରାମ ହଳଧରପୁରକୁ କ୍ରାଫ୍ଟ ଗ୍ରାମ ଭାବରେ ଅଭିବୃଦ୍ଧି କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଗ୍ରାମକୁ ଯିବା ପାଇଁ ଜାତୀୟରାଜପଥ ୨୦ କଡରେ ଥିବା ଟେରାକୋଟା ଗ୍ରାମ ବାଟହରିଚନ୍ଦନପୁରରେ (କଳା ଓ ସ୍ଥାପତ୍ୟ ପର୍ଯ୍ୟଟନ କେନ୍ଦ୍ର ) କ୍ରାଫ୍ଟ ଟୁରିଜିମ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏନେଇ ବୁଧବାର ଏକ କମିଟି ଉକ୍ତ ଅଞ୍ଚଳ ଯାଇ ଅନୁଧ୍ୟାନ କରିଛି। ଏହି କମିଟିରେ ହ୍ୟାଣ୍ଡଲୁମ, ଟେକ୍ସଟାଇଲ ଓ ହ୍ୟାଣ୍ଡିକ୍ରାଫ୍ଟ ବିଭାଗର ଯୁଗ୍ମ ସଚିବ ବି.କେ.ପତି ଓ ହସ୍ତକଳା ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟର ସ୍ବତନ୍ତ୍ର ଅଧିକାରୀ ସନାତନ ନାୟକ ପରିଦର୍ଶନ କରିଛନ୍ତି। କେନ୍ଦୁଝର (ଡିଆଇସି )ଜେନେରାଲ ମ୍ୟାନେଜର କୃଷ୍ଣଚନ୍ଦ୍ର ନାୟକ, ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ ତଥା ଘଟଗାଁ ବିଡିଓ ଉପସ୍ଥିତ ଥିଲେ। ହଳଧରପୁର ହସ୍ତକଳା ଗ୍ରାମକୁ ନେଇ ବାଟହରିଚନ୍ଦନପୁର ଠାରେ ପର୍ଯ୍ୟଟକ ମାନଙ୍କ ପାଇଁ ଏକ କ୍ରାଫ୍ଟ ଟୁରିଜିମ ସେଣ୍ଟର ପ୍ରତିଷ୍ଠା କରାଯିବ। ଏଥିପାଇଁ ପାଖାପାଖି ୧ ଏକର ଜମି ଚିହ୍ନଟ କରାଯାଇଛି। ଏନେଇ ଭିତ୍ତିଭୂମିର ବିକାଶ କରିବା ପାଇଁ ୧ କୋଟି ଟଙ୍କା ଟଙ୍କା ଖର୍ଚ୍ଚ ହେବ। ଜିଲା ବାହାରୁ ଆସିଥିବା ଦେଶବିଦେଶ ପର୍ଯ୍ୟଟକଙ୍କୁ ଟେରାକୋଟା ସାମଗ୍ରୀ ବିଷୟରେ ଅବଗତ କରିବା ସହ ଏହି ସାମଗ୍ରୀର ନିର୍ମାଣ କଳା ବିଷୟରେ ଅବଗତ କରିବା ପାଇଁ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ସେହିପରି ଟେରାକୋଟା ସାମଗ୍ରୀ ର ପ୍ରଦର୍ଶନ ପାଇଁ ସେଠାରେ ଟ୍ରେନିଂ କମ ଡିସପ୍ଲେ ସେଣ୍ଟର ପ୍ରତିଷ୍ଠା କରାଯିବ। ସେଠାରେ ଟରୋକୋଟା ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ସହ ସାମଗ୍ରୀ ବିକ୍ରି କରିବା ବ୍ୟବସ୍ଥା ରହିବ। ଟୁରିଷ୍ଟ ଗାଇଡ ନିଯୁକ୍ତି ହେବେ। ସେମାନେ ପର୍ଯ୍ୟଟକ ଙ୍କୁ ହଳଧରପୁର କଳାଗ୍ରାମକୁ ନେଇ ବୁଲାଇଦେଖାଇବେ। ଏହା ଛଡା ଆଖପାଖରେ ଥିବା ପର୍ଯ୍ୟଟନ କେନ୍ଦ୍ର ସମ୍ବନ୍ଧରେ ଅବଗତ କରାଇବା ସହ ସହାୟତା କରିବେ। ଏନେଇ ଡିଆଇସି ଜିଏମ କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି ଯେ କ୍ରାଫ୍ଟ ଟୁରିଜିମ ର ବିକାଶ ପାଇଁ ଏଭଳି ପଦକ୍ଷେପ ନିଆଯାଉଛି। ଏହା ଦ୍ୱାରା ସ୍ଥାନୀୟ ଟେରାକୋଟା ଶିଳ୍ପୀମାନେ ସେମାନଙ୍କ ପ୍ରସ୍ତୁତ ସାମଗ୍ରୀର ବିକ୍ରି କରି ଉପକୃତ ହୋଇପାରିବେ। ଏନେଇ ପର୍ଯ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ କହିଛନ୍ତି ଯେ, ଜିଲାରେ ପ୍ରଥମ କରି ଟେରାକୋଟା କାରୁକାର୍ଯ୍ୟକୁ ପର୍ଯ୍ୟଟନର ମାନ୍ୟତା ଦେଇ ଅଧିକ ଆକର୍ଷଣୀୟ କରିବା ପାଇଁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri