Posted inଖେଳ

କ୍ରମାଗତ ପରାଜୟ ଧାରା ଭାଙ୍ଗିଲା ଶ୍ରୀଲଙ୍କା

ଲଣ୍ଡନ,୨୨।୫(ଏଏଫ୍‌ପି)- କ୍ରମାଗତ ୮ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ହାରିବା ପରେ ଶ୍ରୀଲଙ୍କା ବିଶ୍ୱକପ୍‌ ପୂର୍ବରୁ ପ୍ରଥମ ବିଜୟ ସ୍ବାଦ ଚାଖିଛି। ଏଡିନ୍‌ବର୍ଗଠାରେ ସ୍କଟଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌କୁ ଶ୍ରୀଲଙ୍କା ଦଳ ୩୫ ରନ୍‌ରେ ଜିତି ନେଇଛି। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବର୍ଷା କାରଣରୁ ସମ୍ଭବ ହୋଇପାରି ନ ଥିଲା। ଫଳରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିିଜ୍‌କୁ ଶ୍ରୀଲଙ୍କା ୧-୦ ବ୍ୟବଧାନରେ ଜିତିନେଇଛି।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିିଥିବା ଶ୍ରୀଲଙ୍କା ଦଳ ଧାର୍ଯ୍ୟ ୫୦ ଓଭରରେ ୮ ଉଇକେଟ ହରାଇ ୩୨୨ ରନ୍‌ କରିଥିଲା। ଦଳର ନୂଆ ଅଧିନାୟକ ଦିମୁଥ କରୁଣାରତ୍ନେ ସର୍ବାଧିକ ୭୭ ରନ୍‌ କରିଥିଲେ। ଏହା ତାଙ୍କ କ୍ୟାରିୟରର ଦ୍ୱିତୀୟ ଅର୍ଦ୍ଧଶତକ। ତାଙ୍କ ବ୍ୟତୀତ ଅଭିଶକା ଫର୍ନାଣ୍ଡୋ ୭୪, କୁସାଲ ମେଣ୍ଡିସ ଓ ଲାହିରୁ ଥିରିମାନେ ୪୪ ରନ୍‌ କରିଥିଲେ। ବୋଲିଂ ସ୍କଟଲାଣ୍ଡ ଲାଗି ବ୍ରାଡଲି ଓ୍ବେଲା ୩ ଓ ସାଫ୍ୟାନ ଶାରିଫ ୨ ଉଇକେଟ ନେଇଥିଲେ। ବର୍ଷା କାରଣରୁ ସ୍କଟଲାଣ୍ଡ ଆଗରେ ୩୪ ଓଭରରେ ୨୩୫ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ହେଲେ ନୂଆନ ପ୍ରଦୀପଙ୍କ ଘାତକ ବୋଲିଂ ଯୋଗୁ ସ୍କଟଲାଣ୍ଡ ୧୯୯ ରନ୍‌ରେ ସୀମିତ ରହିଥିଲା। ଘରୋଇ ଦଳ ପାଇଁ ମାଥ୍ୟୁ କ୍ରସ ୫୫ ଓ ଜର୍ଜ ମୁନ୍‌ସେ ୬୧ ରନ୍‌ କରିଥିବାବେଳେ ବିଜୟୀ ଦଳ ପକ୍ଷରୁ ପ୍ରଦୀପ ୪ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

‘ ଆପଣମାନଙ୍କ ପାଇଁ ଟ୍ରଫି ୬…’, IPL ପୂର୍ବରୁ ପ୍ରଶଂସକମାନଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୩: ମୁମ୍ବାଇ ଇଣ୍ଡିଆନ୍ସ ୨୯ ମାର୍ଚ୍ଚରେ IPL ୨୦୨୬ ଅଭିଯାନ ଆରମ୍ଭ କରିବ। ଦଳର ପ୍ରଥମ ମ୍ୟାଚ ୱାଙ୍ଖଡେରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ। ସବୁଦିନ ପରି,…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

ଆଇପିଏଲ୍‌ ପୂର୍ବରୁ କେକେଆରକୁ ବଡ଼ ଝଟ୍‌କା

କୋଲକାତା, ୨୧ା୩: ଭାରତ ସିମର ଆକାଶ ଦୀପ୍‌ଙ୍କ ପିଠିର ନିମ୍ନ ଭାଗରେ ଆଘାତ ଲାଗିଛି। ଫଳରେ ସେ ଅତି କମ୍‌ରେ ୮ ସପ୍ତାହ ଖେଳିପାରିବେନି। ଫଳରେ ଆସନ୍ତା…

IPL 2026ରେ ଖେଳିବେ ଏହି ୫ ବରିଷ୍ଠ ଖେଳାଳି, ଜାଣନ୍ତୁ କେଉଁ ଦଳରେ କିଏ ହେଲେ ସାମିଲ

ନୂଆଦିଲ୍ଲୀ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) କୁ ପ୍ରାୟତଃ ଯୁବ ଖେଳାଳିଙ୍କ ପାଇଁ ଏକ କ୍ୟାରିୟର ଲଞ୍ଚର ଭାବରେ ଗଣନା କରାଯାଏ, କାରଣ ଏହି ଟୁର୍ଣ୍ଣାମେଣ୍ଟ ସେମାନଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri