କୋହଳ ହେଲା କର୍ମଚାରୀଙ୍କ ଉପହାର ଗ୍ରହଣ ନୀତି

ନୂଆଦିଲ୍ଲୀ,୨୩-୧୦: କେନ୍ଦ୍ର କର୍ମଚାରୀଙ୍କ ଲାଗି ରହିଥିବା ଉପହାର ଗ୍ରହଣ ନୀତିକୁ ସରକାର ମଙ୍ଗଳବାର କୋହଳ କରିଥିବା ଜଣାପଡ଼ିଛି। ଏହା ଅନ୍ତର୍ଗତ ଉପହାର କ୍ଷେତ୍ରରେ ଅର୍ଥ ଗ୍ରହଣ ସୀମାକୁ ୩ ଗୁଣରୁ ଅଧିକ ବୃଦ୍ଧି କରାଯାଇଥିବା ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଗ୍ରୁପ-ଏ ଏବଂ ବି ଅଧୀନରେ ଆସୁଥିବା କର୍ମଚାରୀ କେନ୍ଦ୍ର ସରକାରଙ୍କ ବିନା କୌଣସି ଅନୁମତିରେ ୫,୦୦୦ ଟଙ୍କାରୁ ଅଧିକ ମୂଲ୍ୟର କୌଣସି ଉପହାର ଗ୍ରହଣ କରିପାରିବେ ନାହିଁ। ନିକଟରେ ସଂଶୋଧନ କରାଯାଇଥିବା ଏ ସଂକ୍ରାନ୍ତ ନିୟମରେ ଏଭଳି ପ୍ରସଙ୍ଗ ଉଲ୍ଲେଖ ରହିଛି। ପୂର୍ବରୁ ଏହି ସୀମା ୧୫୦୦ ଟଙ୍କା ରହିଥିଲା। ସେହିଭଳି ଗ୍ରୁପ ସି କର୍ମଚାରୀଙ୍କ କ୍ଷେତ୍ରରେ ପୂର୍ବରୁ ଏହା ୫୦୦ ଟଙ୍କା ଥିବା ବେଳେ ବର୍ତ୍ତମାନ ୨୦୦୦ ଟଙ୍କା କରାଯାଇଛି। ଉପହାର ମଧ୍ୟରେ ମାଗଣା ପରିବହନ, ବୋର୍ଡିଂ, ଲଜିଂ ସାମିଲ ରହିଛି। ସମ୍ପର୍କୀୟ କିମ୍ବା ବ୍ୟକ୍ତିଗତ ବନ୍ଧୁ ବାଦ ଅନ୍ୟ କୌଣସି ବ୍ୟକ୍ତି ଏଭଳି ଡିଲ୍‌ ପ୍ରଦାନ କରୁଥିଲେ କର୍ମଚାରୀଙ୍କୁ ସରକାରଙ୍କ ଅନୁମତି ନେବାକୁ ହେବ ବୋଲି ନିୟମରେ ଉଲ୍ଲେଖ କରାଯାଇଛି। ସାଧାରଣ ମିଲ୍‌, ଲିଫ୍ଟ କିମ୍ବା ସାମାଜିକ ଆତିଥେୟତାକୁ ଉପହାର ଭାବେ ସାଧାରଣତଃ ବିଚାର କରାଯାଇ ନାହିଁ। ଏହବାଦ ବିଦେଶର କୌଣସି ବ୍ୟକ୍ତିଙ୍କ ଠାରୁ ସରକାରୀ କର୍ମଚାରୀଙ୍କ ଲାଗି ରହିଥିବା ଉପହାର ଗ୍ରହଣର ସୀମା ୧୦୦୦ହ ଟଙ୍କାକୁ ମଧ୍ୟ ଉଠାଇ ଦିଆଯାଇଛି। ବିଦେଶୀ ଯୋଗଦାନ ଆଇନ ୨୦୧୨ ମୁତାବକ କୌଣସି କର୍ମଚାରୀ ଉପହାର ଗ୍ରହଣ କରିପାରିବେ ବୋଲି କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

‘ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ’, TVKର ଦାବିରେ କଂଗ୍ରେସର କଟାକ୍ଷ- ‘୨୭୨ ସାଂସଦ…’

ଚେନ୍ନାଇ, ୨୪।୮: ତାମିଲନାଡୁର ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ସି. ଜୋସେଫ ବିଜୟ ଅର୍ଥାତ୍‌ ଥଲାପତି ବିଜୟଙ୍କୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବିଜୟଙ୍କ ଦଳ…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri