Posted inଜାତୀୟ

କୋଲକାତା କାଣ୍ଡ: ବଳାତ୍କାର ପରେ ସେମିନାର ହଲ୍‌ରେ ପଶିଲେ, ପ୍ରମାଣ ଲୁଚାଇବା ପାଇଁ… ଭାଇରାଲ ହେଲା ଫଟୋ

କୋଲକାତା,୩୧।୮: କୋଲକାତା ଘଟଣାକୁ ନେଇ ଏକ ଫଟୋ ଭାଇରାଲ ହୋଇଛି। ଆରଜି ମେଡିକାଲ କଲେଜର ସେମିନାର ହଲ୍‌ରେ ଘଟଣା ପରେ ବହୁ ଲୋକ ଗହଳି କରିଥିବା ଫଟୋ ଭାଇରାଲ ହୋଇଛି। ତେବେ ଭାଇରାଲ ଫଟୋକୁ ନେଇ ସିବିଆଇ ସନ୍ଦେହ ପ୍ରକାଶ କରିଛି। ସୁପ୍ରିମକୋର୍ଟ ସାମ୍ନାରେ ଏହି ଫଟୋକୁପ୍ରେମାଣ ରଖି ସିବିଆଇ କହିଛି ଯେ, ଘଟଣା ଘଯିବା ପରେ ଘଟଣାସ୍ଥଳରେ ଅନେକ ଲୋକଙ୍କୁ ଦେଖିବାକୁ ମିଳିଥିଲା। ଯାହା ପ୍ରମାଣ ସହ କିଛି ଅଦଳବଦଳ କିମ୍ବା ଲଚା ଯାଇଥିବା ସନ୍ଦେହ କରାଯାଉଛି। ଯାହାକୁ କୋଲକାତା ପୋଲିସ ଖଣ୍ଡନ କରିଛି।

(Image of the crime scene released by Kolkata Police.)

ପୋଲିସ ସିବିଆଇର ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ, ଆରଜି କର୍‌ ମେଡିକାଲ କଲେଜ ଏବଂ ହସ୍ପିଟାଲର କ୍ରାଇମସିନ୍‌ରୁ କୌଣସି ଜିନିଷ ସହ ଅଦଳବଦଳ କରାଯାଇ ନାହିଁ। ଭାଇରାଲ ଫଟୋରେ ଥିବା ସମସ୍ତ ଲୋକ ସେଠାରେ ରହିବାକୁ ଅନୁମତି ପାଇଥିଲେ।

(Image of the crime scene released by Kolkata Police.)

କୋଲକାତା ପୋଲିସର ଡିସିପି ସେଣ୍ଟ୍ରାଲ ଇନ୍ଦିରା ମୁଖାର୍ଜୀ କହିଛନ୍ତି, ଭାଇରାଲ ଫଟୋରେ ଥିବା ସମସ୍ତ ବ୍ୟକ୍ତି ଯାଞ୍ଚ ପ୍ରକିୟାରେ ସାମିଲ୍‌ ଥିଲେ। ତେବେ ଘଟଣାସ୍ଥଳରେ ଘେରି ହୋଇ ଠିଆ ହୋଇଥିବା ଏତେଗୁଡିଏ ଲୋକ ସ୍ପଷ୍ଟ ଭାବରେ କିଏ ଜଣାନାହିଁ। ଅଭିଯୋଗ ହେଉଛି କି, ସେଠାରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ଉପସ୍ଥିତ ସନ୍ଦେହ ଘେରରେ ଅଛି। ତେବେ ଭାଇରାଲ ଫଟୋଟି ଯାଞ୍ଚ ପ୍ରକିୟା ସରିବା ପରେ ନିଆଯାଇଛି। ଆମ ତଦନ୍ତୁରୁ ଜଣାପଡିଛି ଉପସ୍ଥିତ ଲୋକମାନେ ଯାଞ୍ଚ ବିଭାଗର ଅଟନ୍ତି। ସେମାନେ ହେଲେ ଭିଡିଓଗ୍ରାଫର, ପୋଲିସ ଆୟୁକ୍ତ, ଅତିରିକ୍ତ ସିପି-୧, ମହିଳା ପୋଲିସ, ଫରେନ୍ସିକ ଅଧିକାରୀ, ସାକ୍ଷୀ ଦେଇଥିବା ଡାକ୍ତର ଇତ୍ୟାଦି।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri