କୋର୍‌ ସେକ୍ଟରରେ ସାମାନ୍ୟ ଅଭିବୃଦ୍ଧି

ନୂଆଦିଲ୍ଲୀ,୧-୫: ଦେଶର ୮ କୋର୍‌ ସେକ୍ଟର ଅଭିବୃଦ୍ଧି ମାର୍ଚ୍ଚରେ ସାମାନ୍ୟ ବଢ଼ି ୪.୭%ରେ ପହଞ୍ଚତ୍ଛି। ଗତବର୍ଷର ଏହି ଅବଧିରେ ଏହା ୪.୫% ଥିଲା। ମଙ୍ଗଳବାର ଜାରି ତଥ୍ୟ ଅନୁଯାୟୀ, ସମ୍ପୂର୍ଣ୍ଣ ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ୮ କୋର୍‌ ସେକ୍ଟର ଉଦ୍ୟୋଗ ଯଥା- କୋଇଲା, ଅଶୋଧିତ ତେଲ, ପ୍ରାକୃତିକ ବାଷ୍ପ, ରିଫାଇନେରୀ ଉତ୍ପାଦ, ସାର, ଇସ୍ପାତ, ସିମେଣ୍ଟ ଏବଂ ବିଜୁଳି ବୃଦ୍ଧି ହାର ୪.୩% ରହିଛି। ମାର୍ଚ୍ଚରେ କୋଇଲା ଉତ୍ପାଦନ ୯.୧% ହୋଇଥିବା ବେଳେ ପ୍ରାକୃତିକ ବାଷ୍ପ, ରିଫାଇନେରୀ ଉତ୍ପାଦ, ସାର, ଇସ୍ପାତ ତଥା ସିମେଣ୍ଟ କ୍ଷେତ୍ରର ବୃଦ୍ଧି ହାର ସକାରାମତ୍କ ହୋଇଛି। ଅନ୍ୟପକ୍ଷରେ ସମୀକ୍ଷାଧୀନ ମାସରେ ଅଶୋଧିତ ତେଲ ଉତ୍ପାଦନ ୬.୨% ଏବଂ ବିଜୁଳି ଉତ୍ପାଦନ ୧.୪%କୁ ହ୍ରାସ ପାଇଛି। ଅଶୋଧିତ ତେଲ ତଥା ରିଫାଇନେରୀ ଉତ୍ପାଦ ଉତ୍ପାଦନ ହ୍ରାସ ପାଇବା କାରଣରୁ ୮ କୋର୍‌ ସେକ୍ଟର ଉଦ୍ୟୋଗର ଅଭିବୃଦ୍ଧି ହାର ଫେବୃୟାରୀରେ ମାତ୍ର ୨.୧% ରହିଥିଲା। ଏହି କୋର୍‌ ସେକ୍ଟର ଅଭିବୃଦ୍ଧି ହାର ପ୍ରଭାବ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି) ଉପରେ ପଡିବ, କାରଣ ଫ୍ୟାକ୍ଟ୍ରି ଉତ୍ପାଦନରେ ଏହାର ପ୍ରାୟ ୪୧%  ଅଂଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri