କୋର୍ଟ, ସରକାରଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ଘରୋଇ ହସ୍ପିଟାଲ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ଘରୋଇ ହସ୍ପିଟାଲରେ ରୋଗୀଙ୍କୁ ଲୁଟ କରାଯାଉଛି। ଏପରି କି ମୃତ୍ୟୁ ପରେ ମଧ୍ୟ ଟଙ୍କା ନ ଦେଲେ ମୃତଦେହ ଛଡ଼ା ଯାଉନାହିଁ। ଦୀର୍ଘ ସମୟ ଧରି ମୃତଦେହ ଅଟକ ରଖାଯାଉଛି। ସରକାରଙ୍କଠାରୁ ଜମି ନେଇ ହସ୍ପିଟାଲ କରୁଥିବା ଘରୋଇ ସଂସ୍ଥା ଗରିବ ଲୋକଙ୍କୁ ମାଗଣା ସେବା ଯୋଗାଇବା ପରିବର୍ତ୍ତେ ଲୁଟି ଚାଲିଛନ୍ତି। କୋର୍ଟ, କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ବାଚସ୍ପତିଙ୍କ ନିର୍ଦ୍ଦେଶକୁ ମଧ୍ୟ ଘରୋଇ ହସ୍ପିଟାଲଗୁଡିକ ବେଖାତିର କରି ଚାଲିଛନ୍ତି। ଏ ପ୍ରସଙ୍ଗ ନେଇ ଶୁକ୍ରବାର ବିଧାନସଭାରେ ଭାଜପା ସଭ୍ୟମାନେ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ଘରୋଇ ହସ୍ପିଟାଲ ଉପରେ ଅଙ୍କୁଶ ଲଗାଇବାକୁ ଦାବି କରିଥିଲେ। ଶୂନ୍ୟକାଳରେ ଭାଜପା ସଭ୍ୟ ବିଷ୍ଣୁଚରଣ ସେଠୀ ଆମ୍ରି ହସ୍ପିଟାଲରେ ଜଣେ ରୋଗୀଙ୍କ ମୃତ୍ୟୁ ଓ ତାଙ୍କ ସମ୍ପର୍କୀୟଙ୍କଠାରୁ ଜବରଦସ୍ତ ଅର୍ଥ ଆଦାୟ କରୁଥିବା ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ, ରାଜ୍ୟ ସରକାର ଘରୋଇ ହସ୍ପିଟାଲଗୁଡିକୁ ମାଗଣାରେ ଜମି ଯୋଗାଇ ଦେଉଛନ୍ତି। ୨୫ ପ୍ରତିଶତ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ନାଁରେ ଜମି ନେଉଛନ୍ତି। ସେବା ଯୋଗାଇବା ବଦଳରେ ରୋଗୀଙ୍କୁ ଲୁଟ୍‌ କରାଯାଉଛି । ଗତ କିଛିଦିନ ତଳେ ଆପୋଲୋ ହସ୍ପିଟାଲରେ ଟଙ୍କା ଜମା ନ ଦେବାରୁ ପାଟକୁରାର ସୁନାକର ସାହୁଙ୍କ ପୁତ୍ରର ମୃତଦେହ ଛାଡି ନ ଥିଲେ। ସେହିପରି ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କୁ ମଧ୍ୟ କଳିଙ୍ଗ ହସ୍ପିଟାଲରେ ଦୁର୍ବ୍ୟବହାର କରାଗଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀର ରୋଗୀଙ୍କୁ ଆମ୍ରିରେ ୧ଲକ୍ଷ ୯୯ ହଜାର ଟଙ୍କା ଜମା ନ ଦେବାରୁ ଛାଡୁ ନାହାନ୍ତି। ଘରୋଇ ହସ୍ପିଟାଲଗୁଡିକ ଦାଦାଗିରି କରୁଛନ୍ତି। ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାୟକ ଏହି ପ୍ରସଙ୍ଗରେ କହିଥିଲେ ଯେ, ସରକାର ମାହାଳିଆ ଜମି ଦେଉଛନ୍ତି। ଘରୋଇ ହସ୍ପିଟାଲ ୨୫ ପ୍ରତିଶତ ମାଗଣା ରୋଗୀସେବା ଦେବା କଥା। ମଲା ପରେ ମଧ୍ୟ ମୃତଦେହକୁ ସମ୍ମାନ ମିଳୁନାହିଁ। ଭାଜପା ସଭ୍ୟମାନେ ଛିଡାହୋଇ ପାଟି କରିବା ସହ ଗୃହର ମଧ୍ୟଭାଗକୁ ଆସି କ୍ଷୋଭପ୍ରକାଶ କଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସେମାନଙ୍କୁ ବୁଝାଶୁଝା କରି ଫେରାଇ ଦେଇଥିଲେ।
ବାଚସ୍ପତି ଘରୋଇ ହସ୍ପିଟାଲଙ୍କ କାର୍ଯ୍ୟକଳାପ ବିଷୟରେ ସ୍ବାସ୍ଥ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା, ବିରୋଧୀ ଦଳ ମୁଖ୍ୟ ସଚେତକ ଏବଂ ସରକାରୀ ଦଳ ମୁଖ୍ୟ ସଚେତକଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri