କୋରେଇ ଟ୍ରେନ୍‌ ଦୁର୍ଘଟଣା ପରେ ୮ ଟ୍ରେନ୍‌ ବାତିଲ୍‌, ଜାରି ହେଲା ହେଲ୍ପଲାଇନ୍‌ ନମ୍ବର

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଯାଜପୁର ଜିଲା କୋରେଇ ରେଳ ଷ୍ଟେଶନରେ ସୋମବାର ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇ ବିଶ୍ରାମାଗାର ଉପରେ ମାଡିଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଫଳରେ ସେହି ରୁଟ୍‌ରେ ଯିବାକୁ ଥିବା ୮ଟି ଟ୍ରେନ୍‌ ବାତିଲ୍‌ କରାଯାଇଛି। ତେବେ ବାତିଲ ହୋଇଥିବା ଟ୍ରେନ ଗୁଡିକ ହେଉଛି ହାୱାଡ଼ା-ଭୁବନେଶ୍ୱର ଜନ ଶତାଦ୍ଦୀ ଏକ୍ସପ୍ରେସ, ହାୱାଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ,ସାଲିମାର-ପୁରୀ ଓ ପୁରୀ-ସାଲିମାର ଏକ୍ସପ୍ରେସ, ସାଲିମାର-ହାଇଦ୍ରାବାଦ ଏକ୍ସପ୍ରେସ, କଟକ-ଭଦ୍ରକ-କଟକ ପାସେଞ୍ଜର ସ୍ପେଶାଲ, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେଶାଲ ଓ ଭୁବନେଶ୍ୱର- ବାଲେଶ୍ୱର ପାସେଞ୍ଜର ସ୍ପେଶାଲ। ଅନ୍ୟପଟେ, ମୃତକ ତଥା ଗୁରୁତରଙ୍କ ସମ୍ପର୍କରେ ପରିବାର ଲୋକଙ୍କୁ ସୂଚନା ଦେବାକୁ ରେଲୱେ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ଜାରି ହୋଇଛି।