Posted inଖେଳ

କୋଭିଡ୍‌-୧୯: ଜାତୀୟ ଫେଡେରେଶନଗୁଡିକୁ ୟୁଫାର ଅନୁଦାନ

ପ୍ୟାରିସ୍‌,୨୮।୪(ଏପି): କୋଭିଡ୍‌-୧୯ ମହାମାରୀ ଦ୍ୱାରା ସାରା ବିଶ୍ୱ ଫୁଟବଲ ପ୍ରଭାବିତ ହୋଇଥିବାରୁ ୟୁନିୟନ ଅଫ୍‌ ୟୁରୋପିଆନ ଫୁଟବଲ ଆସୋସିଏଶନ (ୟୁଫା) ତା’ର ଜାତୀୟ ଫେଡେରେଶଗୁଡିକୁ ସାହାଯ୍ୟର ହାତ ବଢାଇଛି। ୟୁଇଏଫଏ ସବୁ ଫେଡେରେଶନଗୁଡିକୁ ୨୩୬.୮ ମିଲିୟନ ୟୁରୋ ବା ୨୫୫ ମିଲିୟନ ଆମେରିକୀୟ ଡଲାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ୫୫ଟି ମେମ୍ବରଙ୍କୁ ୪.୭ ମିଲିୟନ ଡଲାର ପ୍ରଦାନ କରାଯିବ। ସେଣ୍ଟ୍ରାଲ ଫଣ୍ଡିଂ ମାଧ୍ୟମରେ ଆଗାମୀ ସେସନ ପାଇଁ ଏହି ପରିମାଣର ଅର୍ଥ ପ୍ରଦାନ କରାଯିବ।

ଆମ ମେମ୍ବର ଆସୋସିଏଶନଗୁଡିକ ଏହି ଅର୍ଥକୁ ଫୁଟବଲ ବ୍ୟବସ୍ଥାର ପୁନଃ ନିର୍ମାଣରେ ବ୍ୟବହାର କରିପାରିବେ ବୋଲି ୟୁଇଏଫ୍‌ଏ ଅଧ୍ୟକ୍ଷ ଆଲେକ୍‌ଜାଣ୍ଡାର ସେଫେରିନ୍‌ କହିଛନ୍ତି। ଯେତେ ସମ୍ଭବ ଆମେ ସାହାଯ୍ୟ କରିବାକୁ ପ୍ରୟାସ କରୁଛୁ ବୋଲି ସେ କହିଛନ୍ତି। ଯୁବ ଓ ମହିଳା ଫୁଟବଲ, ରେଫରି ଟ୍ରେନିଂ ଓ ପରିଚାଳନାଗତ ଖର୍ଚ୍ଚ ପାଇଁ ସାଧାରଣତଃ ଏହି ଅର୍ଥ ବ୍ୟବହୃତ ହୋଇଥାଏ। ଏହି ଅର୍ଥ ୟୁଇଏଫ୍‌ଏ ଅଡିଟ୍‌ରେ ସାମିଲ ହୋଇ ନ ଥାଏ। ୟୁଇଏଫ୍‌ଏର ଏହି ଫଣ୍ଡିଂ ପ୍ରୋଗ୍ରାମ ଫିଫାଠାରୁ ମିଳୁଥିବା ଅନୁଦାନର ଦୁଇଗଣା ହୋଇଥାଏ। ଫିଫା ଦ୍ୱାରା ପ୍ରଦାନ କରାଯାଉଥିବା ମୈଲିକ ଫଣ୍ଡିଂ (୬ ମିଲିୟନ ଡଲାର, ୨୦୧୯-୨୨) ତୁଳନାରେ ଏହି ପ୍ରୋଗ୍ରାମ ୧୨ ମିଲିୟନ ଆମେରିକୀୟ ଡଲାରରୁ ଊର୍ଦ୍ଧ୍ୱ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

ବାରବାଟୀରେ ହେବ ଜୋର୍‌ଦାର ଲଢ଼େଇ: ଭୁବନେଶ୍ୱରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ। ଆସନ୍ତା ୯ ତାରିଖ ଅର୍ଥାତ୍‌ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳିଙ୍କ...

ସ୍ମୃତି ମନ୍ଧାନାଙ୍କ ପୋଷ୍ଟ ପରେ ବଡ଼ ଖୁଲାସା କଲେ ପଲାଶ! କହିଲେ ଆକ୍ସନ ନେବି…

ନୂଆଦିଲ୍‌ଲୀ,୭।୧୨: କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲଙ୍କ ବିବାହ ଚର୍ଚ୍ଚାରେ ଏବେ ଫୁଲଷ୍ଟପ ପଡିଛିି। ସ୍ମୃତି ଏବଂ ପଲାଶଙ୍କ ବିବାହ ବହୁତ ଦିନ...

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri