କୋଭିଡ୍‌ ହସ୍‌ପିଟାଲ ନର୍ସଙ୍କ ସ୍ବାବ ପରୀକ୍ଷା ଦାବିରେ ବିକ୍ଷୋଭ

ବାଲେଶ୍ୱର ଅଫିସ, ୨୯।୫-ବାଲେଶ୍ୱର ଜିଲା କୁରୁଡ଼ାସ୍ଥିତ କୋଭିଡ୍‌-୧୯ ହସ୍‌ପିଟାଲରେ କାର୍ଯ୍ୟରତ ନର୍ସମାନଙ୍କର ସ୍ବାବ ପରୀକ୍ଷା ନିମନ୍ତେ ଦାବି କରାଯାଇଛି। ଶୁକ୍ରବାର ହସ୍‌ପିଟାଲ ସମ୍ମୁଖରେ ନର୍ସମାନେ ୨ଘଣ୍ଟା କାମ ବନ୍ଦ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
କିଛିଦିନ ପୂର୍ବରୁ ଉକ୍ତ ହସ୍‌ପିଟାଲରେ କାର୍ଯ୍ୟ କରୁଥିବା ଦୁଇଜଣ ନର୍ସ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସହକର୍ମୀମାନେ ଭୟଭୀତ ହେବା ସହ ନିଜର ସ୍ବାବ ପରୀକ୍ଷା ନିମନ୍ତେ ଜିଲା ପ୍ରଶାସନକୁ ଜଣାଇଥିଲେ। ଜିଲା ପ୍ରଶାସନ ସହମତି ପ୍ରକାଶ କରିଥିଲେ। ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ନ ହେବାରୁ ସେମାନେ ପ୍ରତିବାଦ କରିଛନ୍ତି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି, କୋଭିଡ୍‌-୧୯ ହସ୍‌ପିଟାଲର ସମସ୍ତ ଡାକ୍ତର, ନର୍ସ ଓ କର୍ମଚାରୀମାନେ ସ୍ବତନ୍ତ୍ର ସଙ୍ଗରୋଧ କେନ୍ଦ୍ରରେ ରହୁଛନ୍ତି। ସେମାନଙ୍କର କରୋନାଜନିତ କୌଣସି ଲକ୍ଷଣ ଦେଖାଯାଉ ନ ଥିବାରୁ ସ୍ବାବ ପରୀକ୍ଷା କରିବାର ଆବଶ୍ୟକ ନାହଁି। ଲକ୍ଷଣ ଜଣାପଡ଼ିଲେ ସମସ୍ତ ବ୍ୟବସ୍ଥା କରାଯିବାର ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଜିଲା କୋଭିଡ୍‌-୧୯ ହସ୍‌ପିଟାଲର ସଂଯୋଜକ ଡା. ମୃତ୍ୟୁଞ୍ଜୟ ମିଶ୍ର କହିଛନ୍ତି, କୋଭିଡ୍‌ ହସ୍‌ପିଟାଲରେ କାର୍ଯ୍ୟରତ ନର୍ସମାନଙ୍କର କୌଣସି କରୋନା ଲକ୍ଷଣ ଦେଖାଗଲେ ସଙ୍ଗେ ସଙ୍ଗେ ପରୀକ୍ଷା କରାଯାଇ ସେମାନଙ୍କୁ ସ୍ବତନ୍ତ୍ର ଚିକିତ୍ସା ଯୋଗାଇ ଦିଆଯିବ। ଅନ୍ୟପକ୍ଷରେ ସରକାରୀ ସ୍ବୀକୃତିପ୍ରାପ୍ତ ନର୍ସମାନଙ୍କ ପାଇଁ ରାଜ୍ୟ ସରକାର ଯୋଗାଇ ଦିଆଯାଉଥିବା ପ୍ରତିଦିନର ଦେୟ, ସ୍ବାସ୍ଥ୍ୟବୀମା ଭଳି କେତେକ ଦାବି ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଦିଆଯାଇଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri