କୋଟିପତି କନିଷ୍ଠ ଯନ୍ତ୍ରୀ ଘରେ ଭିଜିଲାନ୍ସ ଯାଞ୍ଚ: ୧ କୋଟି ୩୩ ଲକ୍ଷ ୨୦ହଜାର ୯୩୯ ଟଙ୍କାର ସମ୍ପତ୍ତି ଠାବ

କଟକ ଅଫିସ,୨୭ା୬: ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକର କନିଷ୍ଠଯନ୍ତ୍ରୀ ତ୍ରିବିକ୍ରମ ସାମନ୍ତରାୟଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି। କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ପକ୍ଷରୁ ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ କଟକ ଭିଜିଲାନ୍ସ ଡିଭିଜନ ପକ୍ଷରୁ ଯନ୍ତ୍ରୀ ସାମନ୍ତରାୟଙ୍କ ଘର, ଅଫିସ ସମେତ ମୋଟ ୪ଟି ସ୍ଥାନରେ ଏକକାଳୀନ ଯାଞ୍ଚ କରାଯାଇଛି। ଯାଞ୍ଚ ହୋଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ଜଗତ୍‌ସିଂହପୁର ଜିଲା ଖେରସ ଗ୍ରାମରେ ଥିବା ତିନୋଟି କୋଠା, କୁଜଙ୍ଗ ଥାନା ବଡ଼ବାଲିକଣି ଗ୍ରାମରେ ଥିବା ଘର, ରଘୁନାଥପୁର ବ୍ଲକ ଅଫିସ ଓ ରଘୁନାଥପୁର ଥାନା ଅଧୀନ ହରିଶପୁର ଗ୍ରାମରେ ଥିବା ସାମନ୍ତରାୟଙ୍କ ସମ୍ପର୍କୀୟଙ୍କ ଘରକୁ ମଧ୍ୟ ଭିଜିଲାନ୍ସ ଯାଞ୍ଚ କରିଛି। ଯାଞ୍ଚରୁ ମୋଟ୍‌ ୧ କୋଟି ୩୩ ଲକ୍ଷ ୨୦ହଜାର ୯୩୯ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ଠାବ ହୋଇଥିବା ସମସ୍ତ ସମ୍ପତ୍ତି ଯନ୍ତ୍ରୀ ସାମନ୍ତରାୟ ଓ ତାଙ୍କ ପରିବାରବର୍ଗଙ୍କ ଦଖଲରେ ଥିବା ଭିଜିଲାନ୍ସ ସୂଚନା ଦେଇଛି। ଠାବ ସମ୍ପତ୍ତିଗୁଡ଼ିକର ଭିଜିଲାନ୍ସ ମୂଲ୍ୟାୟନ କରିଛି। ଖେରସ ଗ୍ରାମରେ ଥିବା ଦୁଇଟି ତିନି ମହଲା କୋଠାର ମୂଲ୍ୟ ୬୮ ଲକ୍ଷ ୨୪ହଜାର ୫୪୫ ଟଙ୍କା ହୋଇଥିବା ବେଳେ ଉକ୍ତ ଗ୍ରାମରେ ୧୨ ଲକ୍ଷ ୩୮ହଜାର ୨୧୨ ଟଙ୍କା ମୂଲ୍ୟର ଆଉ ଗୋଟିଏ ଏକ ମହଲା କୋଠା ଥିବା ଭିଜିଲାନ୍ସ ସୂଚନା ଦେଇଛି। ସେହିପରି କଟକ ସିଡିଏ ସେକ୍ଟର-୬ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଥିବା ସାମନ୍ତରାୟଙ୍କର ଗୋଟିଏ ଦୋକାନ ଘରର ମୂଲ୍ୟ ୧ ଲକ୍ଷ ୩୦ହଜାର ଟଙ୍କା ହେବ ବୋଲି ଭିଜିଲାନ୍ସ ସୂଚନା ଦେଇଛି। ସାମନ୍ତରାୟଙ୍କର ୧୧ ଲକ୍ଷ ୬ହଜାର ୩୬୨ ଟଙ୍କା ମୂଲ୍ୟର ଗୋଟିଏ କାର୍‌, ୬ ଲକ୍ଷ ୮୦ହଜାର ଟଙ୍କା ମୂଲ୍ୟର ଦୁଇଟି ପିକ୍‌ଅପ୍‌ ଭ୍ୟାନ୍‌, ୩ ଲକ୍ଷ ୮୦ହଜାର ଟଙ୍କା ମୂଲ୍ୟର ଗୋଟିଏ ଟାଟା ଇଣ୍ଡିକା କାର୍‌, ୧ ଲକ୍ଷ ୧୦ହଜାର ଟଙ୍କା ମୂଲ୍ୟର ଗୋଟିଏ ଅଲ୍‌ଟୋ କାର୍‌, ୧ ଲକ୍ଷ ଟଙ୍କା ମୂଲ୍ୟର ଦୁଇଟି ବାଇକ୍‌କୁ ଭିଜିଲାନ୍ସ ଠାବ କରିଛି। ଏହାବାଦ୍‌ ତାଙ୍କର ୨୦ ଲକ୍ଷ ଟଙ୍କା ମୂଲ୍ୟର ମସଲା ପ୍ରସ୍ତୁତ ଯନ୍ତ୍ରାଂଶ ଓ ମସଲା ଠାବ ହୋଇଥିବାବେଳେ ବିଭିନ୍ନ ବ୍ୟାଙ୍କରେ ୪୩, ୭୨୦ ଟଙ୍କା ଜମା ରହିଥିବା ଭିଜିଲାନ୍ସ ଯାଞ୍ଚରୁ ଜଣାପଡ଼ିଛି। ଯନ୍ତ୍ରୀ ସାମନ୍ତରାୟଙ୍କ ଘରୁ ୨ ଲକ୍ଷ ୨୬ହଜାର ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧୨, ୧୮୦ ଟଙ୍କା ଓ ୪ ଲକ୍ଷ ୬୯ହଜାର ୯୨୦ ଟଙ୍କା ମୂଲ୍ୟର ଆବବାବପତ୍ର ଭିଜିଲାନ୍ସ ଠାବ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ପ୍ରେମ, ପ୍ରତାରଣା ମାମଲା: ଆସିଷ୍ଟାଣ୍ଟ ଲେବର ଅଫିସର ଗିରଫ

ଭୁବନେଶ୍ୱର,୧୮।୨(ତ୍ରିନାଥ ମହାନ୍ତି):ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ବଲାଙ୍ଗୀରରେ କାର୍ଯ୍ୟରତ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ନୟାଗଡ଼ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri