Close up of male hands in bracelets behind back
ତିହିଡ଼ି, ୬।୯ (ଡି.ଏନ.ଏ.): ଭଦ୍ରକ-ଚାନ୍ଦବାଲି ରାସ୍ତାର ଦୋଳସାହି ଗୋରୁହାଟ ନିକଟରୁ ଶୁକ୍ରବାର ତିହିଡ଼ି ଥାନା ପୋଲିସ କୋଇଲା ବେଝେଇ ଏକ ପିକ୍ଅପ୍ ଭ୍ୟାନ୍ ଜବତ କରିଛି। ଏଥିସହ ଭ୍ୟାନ୍ ଚାଳକ ବାସୁଦେବପୁର ଥାନା ଅଧୀନ ପୁରୁଣିଆ ଗ୍ରାମର ମନୋଜ ଦାସଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ତିହିଡ଼ି ଥାନାରେ ଏକ ମାମଲା(ନଂ.୩୯୫/୧୯) ରୁଜୁ ହୋଇଛି। ପିକ୍ଅପ୍ ଭ୍ୟାନ୍ରେ କୋଇଲା ବୋଝେଇ ହୋଇ ଯାଉଥିବା ଖବର ପାଇ ପୋଲିସ ସେଠାରେ ଚଢ଼ାଉ କରିଥିଲା। ଭ୍ୟାନ୍ରୁ ୪୫ ବସ୍ତା କୋଇଲା ଜବତ ହୋଇଥିବା ପୋଲିସ ସୂଚନା ଦେଇଛି।