କୋଇଲା ଖଣି ବନ୍ଦ ଘଟଣାରେ ସରପଞ୍ଚଙ୍କ ଅଭିଯୋଗ

କଣିହଁ।, ୧୧ା୬ (ଡି.ଏନ.ଏ.)କଣିହାଁ ବ୍ଲକସ୍ଥିତ ଏମ୍‌ସିଏଲ୍‌ର କୋଇଲା ଖଣି କାର୍ଯ୍ୟ ରବିବାର ବନ୍ଦକୁ ନେଇ ମାମଲା ରୁଜୁ ପରେ ସୋମବାର ଖବରଦାତା ସମ୍ମିଳନୀ କରିଛନ୍ତି ଜରଡା ସରପଞ୍ଚ ସୁମିତ୍ରା ଦାସ। ଖଣି କର୍ତ୍ତୃପକ୍ଷଙ୍କ ସମେତ ମାଟିଉଠା କାର୍ଯ୍ୟ ନେଇଥିବା ଠିକାସଂସ୍ଥା ଅଧିକାରୀ ଦାଦାଗିରି କରୁଥିବା ସରପଞ୍ଚ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କଣିହାଁ ଥାନାରେ ସରପଞ୍ଚଙ୍କ ଅଭିଯୋଗ କ୍ରମେ ଖଣି ଜିଏମ୍‌ ଓ ଠିକାସଂସ୍ଥା ଅଧିକାରୀଙ୍କ ନାମରେ ନଂ. ୧୦୫ ଓ ୧୦୬ରେ ଦୁଇଟି ମାମଲା ରୁଜୁ ହୋଇଛି।
ସରପଞ୍ଚ ଦାସଙ୍କ ଅଭିଯୋଗ ମୁତାବକ, ଜରଡ଼ା ପଞ୍ଚାୟତବାସୀ କୋଇଲା ଖଣି ଯୋଗୁ ପ୍ରଦୂଷଣ, ପାନୀୟ ଜଳ ସଙ୍କଟ, ରାସ୍ତା ଓ ଅନ୍ୟାନ୍ୟ ସମସ୍ୟାରେ ଯୁଝି ହେଉଛନ୍ତି। ଖଣିରେ କ୍ଷତିଗ୍ରସ୍ତ ଲୋକଙ୍କୁ ଆଜି ପର୍ଯ୍ୟନ୍ତ ନିଯୁକ୍ତି କିମ୍ବା ଥଇଥାନ କରାଯାଇନାହିଁ। ଏ ନେଇ ବାରମ୍ବାର ଅଭିଯୋଗ, ଆନ୍ଦୋଳନ ସତ୍ତ୍ୱେ ସୁଫଳ ମିଳୁନି। ଗତ ୭ ତାରିଖରେ ସମସ୍ୟା ସମାଧାନ ପାଇଁ ପଞ୍ଚାୟତ ତରଫରୁ ସେ କଣିହାଁ କ୍ଷେତ୍ର ମହାପ୍ରବନ୍ଧକ ଓ ପ୍ରକଳ୍ପ ଅଧିକାରୀ, ତାଳଚେର ଉପଜିଲାପାଳ, କଣିହାଁ ତହସିଲଦାର, କଣିହାଁ ବିଡିଓ ଏବଂ ଆଞ୍ଚଳିକ ପ୍ରଦୂଷଣ ଅଧିକାରୀଙ୍କୁ ଲିଖିତ ଭାବରେ ଅବଗତ କରିଥିଲେ। ହେଲେ ଏହି ପରିପ୍ରେକ୍ଷୀରେ ତାଙ୍କୁ ଆଲୋଚନାକୁ ଡକା ନ ଯାଇ ସ୍ବାମୀ ରଞ୍ଜିତ ସାମଲଙ୍କୁ ଶନିବାର ପ୍ରକଳ୍ପ କାର୍ଯ୍ୟାଳୟକୁ ଜିଏମ୍‌ ଡାକିଥିଲେ। ସେଠାରେ ଜିଏମଙ୍କ ସମେତ ପିଓ, ଠିକାସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ। ହେଲେ ସମସ୍ୟାର ସମାଧାନ ପରିବର୍ତ୍ତେ ସେମାନେ ତାଙ୍କ ସ୍ବାମୀ ରଞ୍ଜିତଙ୍କୁ ଗାଳିଗୁଲଜ କରିବା ସହ ଲୋକଙ୍କୁ ଆନ୍ଦୋଳନ ପାଇଁ ମତାଉଥିବା କହି ଧମକାଇଥିଲେ। ଏ କଥା ବାହାରେ ପ୍ରକାଶ କଲେ ଜୀବନରୁ ମାରିଦେବାକୁ ରଞ୍ଜିତଙ୍କୁ ଠିକାସଂସ୍ଥା ଅଧିକାରୀ ଏ. କେ. ଗାଙ୍ଗୁଲି ଧମକ ଦେଇଥିଲେ ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି। ଏଥିସହ ଖଣିରେ ବିଭିନ୍ନ କାର୍ଯ୍ୟରେ ଅନିୟମିତତା କରାଯାଇ ଦୈନିକ ଲକ୍ଷ ଲକ୍ଷ ଟଙ୍କା ଲୁଟ ହେଉଥିବା ସରପଞ୍ଚ ଅଭିଯୋଗ ଆଣିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ସେ ଦାବି କରିଛନ୍ତି।
ଏ ନେଇ କଣିହାଁ ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀ କହିଛନ୍ତି, ସରପଞ୍ଚଙ୍କ ଏତଲା ଆଧାରରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି। ଅପରପକ୍ଷେ ୨ ଦିନ ହେଲା ଅଞ୍ଚଳବାସୀଙ୍କ ଆନ୍ଦୋଳନ ଯୋଗୁ ବନ୍ଦ ଥିବା ଖଣି କାର୍ଯ୍ୟ ସୋମବାର ଅପରାହ୍ନରେ ତାଳଚେର ଉପଜିଲାପାଙ୍କ କାର୍ଯ୍ୟାଳୟରେ ଆଲୋଚନା ପରେ ଆରମ୍ଭ ହୋଇଛି। ଏ ବାବଦରେ ଖଣି ଜିଏମ୍‌ ନାରାୟଣ ଦାସ କହିଛନ୍ତି, ସରପଞ୍ଚଙ୍କ ନାମରେ ତାଙ୍କ ସ୍ବାମୀ ନିଜ ସ୍ବାର୍ଥ ପାଇଁ କାମ କରୁଛନ୍ତି। ଏକଥା ଅଞ୍ଚଳବାସୀ ମଧ୍ୟ ଜାଣିଛନ୍ତି। ସ୍ବାର୍ଥ ହାସଲ ପାଇଁ ସେମାନେ ଏପରି କରୁଛନ୍ତି। ଯାହା ଅଭିଯୋଗ ଆସିଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

ଜିଏମ୍‌ଡିସି: ଗୁଜରାଟରୁ ଆସି ଖାଇଗଲେ

ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri