କେବିସିରେ ‘ସିନ୍ଧୁତାଇ’, ପାଦ ଛୁଇଁ ସ୍ବାଗତ କଲେ ଅମିତାଭ

ମୁମ୍ବାଇ: ଆରମ୍ଭ ହୋଇଛି ସୋନି ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ରିଆଲିଟି ଶୋ’ ‘କୌନ୍‌ ବନେଗା କରୋଡ଼ପତି’। ସୁପରଷ୍ଟାର ଅମିତାଭ ଏଥର ମଧ୍ୟ ଶୋ’ ହୋଷ୍ଟ ଭାର ସମ୍ଭାଳିଛନ୍ତି। ତେବେ ଶୁକ୍ରବାର ପ୍ରସାରିତ ହେବାକୁ ଥିବା ଏପିସୋଡ୍‌ରେ ଅମିତାଭ ଜଣେ ମହିଳାଙ୍କୁ ସମ୍ମାନ ପୂର୍ବକ ସ୍ବାଗତ କରିବା ସହ ପାଦ ଛୁଇଁ ଆଶୀର୍ବାଦ ନେଉଥିବା ଦେଖିବାକୁ ମିଳିବ। ଚ୍ୟାନେଲ୍‌ର ଅଧିକାରୀଙ୍କ ଟୁଇଟର ହ୍ୟାଣ୍ଡେଲରେ ଏ ନେଇ ଭିଡିଓ ଶେୟାର ହେବା ପରେ ମହିଳା ଜଣଙ୍କ କିଏ ସେ ନେଇ ଚର୍ଚ୍ଚା ଜୋର ଧରିଛି।

ମହିଳା ଜଣଙ୍କ ହେଉଛନ୍ତି ମହାରାଷ୍ଟ୍ରର ପୁଣେରେ ରହୁଥିବା ସିନ୍ଧୁତାଇ ସପକାଲ। ପେସାରେ ସେ ଜଣେ ସମାଜସେବିକା। ଅନାଥ ପିଲାଙ୍କ ମା’ ହିସାବରେ ସେ ବେଶ ପରିଚିତ। ରାସ୍ତାକଡ଼ରେ ଫିଙ୍ଗି ଦିଆଯାଉଥିବା ଶିଶୁଙ୍କ ସେ ପାଲଟିଥାଆନ୍ତି ସାହାରା। ବୟସାଧିକ ହେଲେ ସୁଦ୍ଧା ଏବେ ବି ସେ ତାଙ୍କ ପ୍ରୟାସ ଜାରି ରଖିଛନ୍ତି। ଇତିମଧ୍ୟରେ ସେ ବାରଶହରୁ ଅଧିକ ଅନାଥ ସନ୍ତାନଙ୍କୁ ସାହାରା ଦେଇଛନ୍ତି। ଏଭଳି ମହାନ୍‌ କାମ ପାଇଁ ସେ ରାଷ୍ଟ୍ରପତି ପୁରସ୍କାରଠାରୁ ଆରମ୍ଭ କରି ୭୫୦ରୁ ଊର୍ଦ୍ଧ୍ୱ ପୁରସ୍କାରରେ ହୋଇଛନ୍ତି ସମ୍ମାନିତ।

କେବିସି ମଞ୍ଚରେ ସିନ୍ଧୁତାଇ ପହଞ୍ଚତ୍ବା ପରେ ଅମିତାଭ ତାଙ୍କୁ ସମ୍ମାନ ଜଣାଇ ହଟ୍‌ସିଟ୍‌ରେ ବସାଇଛନ୍ତି। ଏହାପରେ ଶୋ’ ସହ ଜଡ଼ିତ ପ୍ରଶ୍ନ ସହ ତାଙ୍କ ଜୀବନର ଅନେକ ଘାତପ୍ରତିଘାତ ସମ୍ପର୍କରେ ଅମିତାଭ ପ୍ରଶ୍ନ ପଚାରିଥିବା ଦେଖାଯାଉଛି। ତେବେ ଶାଶୁଘର ଲୋକେ ବାହାର କରିଦେବା ପରେ କିଭଳି ଭାବେ ତାଙ୍କ ଜୀବନରେ ପରିବର୍ତ୍ତନ ଆସିଲା, ସେ ଅନାଥଙ୍କ ‘ମା’ ପାଲଟିଲେ, ସେ ସବୁ ବିଷୟରେ ସିନ୍ଧୁତାଇ କହୁଥିବା ଦେଖିବାକୁ ମିଳିବ। ଏବେ ତାଙ୍କର ପରିବାର ବହୁତ ବଡ଼ ହୋଇଯାଇଛି। ୨୦୭ ଜଣ ଜ୍ୱାଇଁ, ୩୬ ଜଣ ବୋହୂ ଏବଂ ୧ ହଜାରରୁ ଅଧିକ ନାତିନାତୁଣୀଙ୍କୁ ନେଇ ସଂସାର ବେଶ ଭଲରେ ଚାଲିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ…

ବିଜୟ ସରକାରର ୧୦୦ ଦିନ ପୂର୍ତ୍ତିରେ ରଜନୀକାନ୍ତଙ୍କ ‘ସାଇଲେଣ୍ଟ ମୋଡ’, ପ୍ରଶ୍ନ ଶୁଣି ଏମିତି ଦେଲେ ରିଆକ୍ସନ

ଚେନ୍ନାଇ,୨୬।୮: ଥଲାପତି ବିଜୟ ମେ’ ୧୦ ତାରିଖରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ। ତାମିଲନାଡୁରେ ସରକାର ଗଠନକୁ ନେଇ ରହିଥିବା ସସ୍ପେନ୍ସର ଅନ୍ତ ଘଟାଇ, ନିଜ…

କୀର୍ତ୍ତନ ମଣ୍ଡଳୀ ଉପରେ ମାଡ଼ିଗଲା କାର୍‌: ଚାଲିଗଲା ୫ ଜୀବନ

ପାଟନା,୨୬।୮: ବିହାରର ସୁପୌଲ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପିପ୍ରା ଥାନା ଅଞ୍ଚଳର କଟାୟା ଚୌକର ବଜରଙ୍ଗବଳୀ ମନ୍ଦିର ନିକଟରେ ଏକ ନିୟନ୍ତ୍ରଣହୀନ କାର…

ଧନଲାଭର ମହାଯୋଗ! ଏହି ୫ ରାଶିଙ୍କ ପାଇଁ ଶୁଭ ସଙ୍କେତ, ଜାଣନ୍ତୁ କ’ଣ କହୁଛି ଆଜିର ରାଶିଫଳ

୨୬ ଅଗଷ୍ଟ ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ଏକ ବିଶେଷ ଦିନ ହୋଇପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାରର ସଂଯୋଗ ରହିଛି।…

କ୍ରିତି ସାନନଙ୍କ ସମର୍ଥନରେ ବାହାରିଲେ ରାହୁଲ ଗାନ୍ଧୀ, ମୁହଁତୋଡ଼ ଜବାବ ଦେଇ କହିଲେ…

ନୂଆଦିଲ୍ଲୀ,୨୬।୮: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିନେତ୍ରୀ କ୍ରିତି ସାନନଙ୍କ ସମର୍ଥନରେ ଆଗକୁ ଆସିଛନ୍ତି। ଇନଷ୍ଟାଗ୍ରାମରେ କ୍ରିତି ସାନନଙ୍କ ଷ୍ଟୋରିକୁ ରିପୋଷ୍ଟ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri