କେନ୍ଦ୍ର-ରାଜ୍ୟ ବିବାଦ: ଫସିଛନ୍ତି ସ୍ବାସ୍ଥ୍ୟବୀମା କାର୍ଡଧାରୀ

ଜଗତ୍‌ସିଂହପୁର ଅଫିସ, ୯।୩: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି। ହେଲେ ବାସ୍ତବରେ ଏହି ଯୋଜନା ଦ୍ୱାରା ଲୋକମାନେ କେତେମାତ୍ରାରେ ଉପକୃତ ହେଉଛନ୍ତି ତାକୁ ବିଶ୍ଳେଷଣ କରାଯାଉ ନାହିଁ। ଯାହାର ଜ୍ୱଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ଜଗତ୍‌ସିଂହପୁର ଜିଲାରେ। କେନ୍ଦ୍ର ସରକାର ଗରିବ ତଥା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନା (ଆର୍‌ଏସ୍‌ବିୱାଇ) ୨୦୦୮ ଏପ୍ରିଲ୍‌ ୧ରେ ପ୍ରଣୟନ କରିଥିଲେ। ପରେ ଏହି ଯୋଜନାକୁ ୨୦୧୮ ଡିସେମ୍ବର ୩୧ରେ ବନ୍ଦ କରି ଆୟୁଷ୍ମାନ୍‌ ଭାରତ ଯୋଜନା କାର୍ଯ୍ୟକାରୀ କଲେ। ହେଲେ ଓଡ଼ିଶା ସରକାର ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ନ ହେବାରୁ ସମସ୍ୟା ବଢିଥିଲା। ସମ୍ଭାବ୍ୟ ପରିସ୍ଥିତିକୁ ଏଡାଇବା ପାଇଁ ରାଜ୍ୟ ସରକାର ବିଜୁ କୃଷକ କଲ୍ୟାଣ ଯୋଜନା(ବିକେକେୱାଇ-୨)ରେ ସମସ୍ତ ଆର୍‌ଏସ୍‌ବିୱାଇ କାର୍ଡଧାରୀଙ୍କୁ ସମାନ ସହାୟତା ଯୋଗାଇ ଦେବାକୁ ଘୋଷଣା କରାଯାଇଥିଲା। କିନ୍ତୁ ଘୋଷଣାର ବାସ୍ତବ ରୂପାୟନ ହେଲାନାହିଁ। ଯାହାଦ୍ୱାରା ଜିଲାର ପାଖାପାଖି ୯ହଜାର ଆର୍‌ଏସ୍‌ବିୱାଇ କାର୍ଡଧାରୀ ସ୍ବାସ୍ଥ୍ୟ ବୀମା ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି। ଅନ୍ୟପଟେ ରାଜ୍ୟ ସରକାର ବିକେକେୱାଇ ବନ୍ଦ କରି ବିଏସ୍‌କେୱାଇ(ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା) ୨୦୧୮ ଅଗଷ୍ଟ ୧୫ରେ କାର୍ଯ୍ୟକାରୀ କରିଥିଲେ। ହେଲେ ଦୁଃଖର କଥା ଯେ, ପାଖାପାଖି ୭/୮ ମାସ ହେବ କେତେକ ଆର୍‌ଏସ୍‌ବିୱାଇ କାର୍ଡଧାରୀ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର କିଓସ୍କ ସେଲ୍‌ରେ ପହଞ୍ଚତ୍ ସେମାନଙ୍କୁ ବିଏସ୍‌କେୱାଇରେ ସାମିଲ କରିବାକୁ ଆବେଦନ କରିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କାର୍ଡ ଉପଲବ୍ଧ ହୋଇନାହିଁ। ଆଗକୁ କାର୍ଡ ମିଳିବ କି ନାହିଁ ତାହା ମଧ୍ୟ ସନ୍ଦେହ ସୃଷ୍ଟି କରିଛି।
କେନ୍ଦ୍ର ସରକାର ଆର୍‌ଏସ୍‌ବିୱାଇ ଯୋଜନାରେ ପଞ୍ଜୀକୃତ ପରିବାର ସଦସ୍ୟଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ସୁବିଧା ଯୋଗାଇ ଆସୁଥିବାବେଳେ ରାଜ୍ୟ ସରକାର ମଧ୍ୟ ବିକେକେୱାଇ(୧ଓ୨)ରେ ସ୍ବାସ୍ଥ୍ୟ ବୀମା ଯୋଗାଇଥିଲେ। ଯେଉଁମାନେ ଆର୍‌ଏସ୍‌ବିୱାଇରେ ସାମିଲ ହୋଇଥିଲେ ସେମାନଙ୍କ ନାଁ ବିକେକେୱାଇ-୨ରେ ରଖାଯିବା ପାଇଁ ଘୋଷଣା କରାଯାଇଥିଲା। କାରଣ ଗରିବ ପରିବାରକୁ ବାର୍ଷିକ ୧ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଯୋଗାଇବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଥିଲା। ଏହି ଅନୁଯାୟୀ ସରକାର ଆର୍‌ଏସ୍‌ବିୱାଇରେ ୩୦,୦୦୦ ଓ ବିକେକେୱାଇରେ ୭୦,୦୦୦ ଟଙ୍କାର ସ୍ବାସ୍ଥ୍ୟ ବୀମା ଯୋଗାଇବା ଘୋଷଣା କରିଥିଲେ। କେନ୍ଦ୍ର ସରକାର ଆର୍‌ଏସ୍‌ବିଓ୍ବାଇକୁ ବନ୍ଦ କରି ୧ା୧ା୧୯ରୁ ଦେଶରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କଲେ। ହେଲେ ଓଡ଼ିଶା ସରକାର ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବାକୁ ଚାହିଁଲେ ନାହିଁ। ପରେ ରାଜ୍ୟର ପାଖାପାଖି ୪୪ ଲକ୍ଷ ଆର୍‌ଏସ୍‌ବିୱାଇ କାର୍ଡଧାରୀଙ୍କ ସ୍ବାର୍ଥହାନି ହେଉଥିବା ରାଜ୍ୟ ସରକାର ଅନୁଭବ କରି ଏହାର ପ୍ରତିକାର ଚିନ୍ତା କରିଥିଲେ। ଆଉ ବିକେକେୱାଇ-୨ରେ କାର୍ଡଧାରୀଙ୍କୁ ୭୦,୦୦୦ ପରିବର୍ତ୍ତେ ଆର୍‌ଏସ୍‌ବିୱାଇ ବାବଦ ୩୦,୦୦୦ ଟଙ୍କା ମିଶାଯାଇ ମୋଟ ୧ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଘୋଷଣା କରାଯାଇଥିଲା। ବାସ୍ତବରେ କିନ୍ତୁ ପ୍ରତି ଜିଲାରେ ପଞ୍ଜୀକୃତ ସମସ୍ତ ଆର୍‌ଏସ୍‌ବିୱାଇ କାର୍ଡଧାରୀ, ଏପରି କି ସହରାଞ୍ଚଳର ଲୋକଙ୍କୁ ବିକେକେୱାଇ-୨ରେ ସାମିଲ କରାଯାଇ ନ ଥିବାରୁ ସମସ୍ୟା ବଢି ଯାଇଥିଲା। ଏହାର ପ୍ରତିକାର ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିକେକେୱାଇ କିଓସ୍କ କେନ୍ଦ୍ର ଖୋଲିଥିଲା। ଆର୍‌ଏସ୍‌ବିୱାଇ କାର୍ଡଧାରୀମାନେ ସେଠାରେ ପହଞ୍ଚତ୍ ବିକେକେୱାଇ-୨ରେ ନାମ ପଞ୍ଜୀକରଣ ପାଇଁ ଆବେଦନ କରିବାକୁ ଘୋଷଣା ହୋଇଥିଲା। ପରବର୍ତ୍ତୀ ସମୟରେ ବିକେକେୱାଇ ବନ୍ଦ ହୋଇ ବିଏସ୍‌କେୱାଇ ହୋଇଥିଲା। ବିଏସ୍‌କେୱାଇରେ କାର୍ଡଧାରୀ ପରିବାର ପିଛା ୧ ଲକ୍ଷ ପରିବର୍ତ୍ତେ ୫ ଲକ୍ଷ (ପୁରୁଷ) ଓ ମହିଳାଙ୍କ କ୍ଷେତ୍ରରେ ୧୦ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ ଜଗତ୍‌ସିଂହପୁର ଜିଲାର ସହସ୍ରାଧିକ ଆର୍‌ଏସ୍‌ବିୱାଇ କାର୍ଡଧାରୀ ଜିଲା ମୁଖ୍ୟ ଚିକିତ୍ସାଳୟ କିଓସ୍କ ସେଲ୍‌ରେ ପହଞ୍ଚତ୍ ସେମାନଙ୍କ ନାଁ ବିଏସ୍‌କେୱାଇରେ ସାମିଲ ପାଇଁ ଅନୁରୋଧ କରିଛନ୍ତି। ଏଥିମଧ୍ୟରେ ପାଖାପାଖି ୮ ମାସ ଅତିକ୍ରାନ୍ତ ହୋଇ ଯାଇଥିଲେ ସୁଦ୍ଧା ଫଳ ଶୂନ। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ଆର୍‌ଏସ୍‌ବିୱାଇ କାର୍ଡଧାରୀ ପ୍ରତିକ୍ରିୟାରେ କହିଛନ୍ତି, ସେମାନଙ୍କ ନାଁ ବିକେକେୱାଇ (୨)ରେ ସାମିଲ କରାଯାଇନାହିଁି। ଯେଉଁ କାରଣରୁ ସେମାନେ ସ୍ବାସ୍ଥ୍ୟବୀମା ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି । ଗାଲୁପଡ଼ାର ଦିଲୀପ ପ୍ରଧାନ କାନ ସମସ୍ୟା ଯୋଗୁ ଜିଲା ମୁଖ୍ୟ ଚିକିତ୍ସାଳୟ ଯାଇଥିଲେ । ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରି ଦେଇଥିଲା । କଟକରେ ସେ ଏକ ବେସରକାରୀ ନର୍ସିଂ ହୋମ୍‌ରେ ଖର୍ଚ୍ଚାନ୍ତ ହୋଇ କାନ ଅସ୍ତ୍ରୋପଚାର କରିଥିଲେ । ଏହିଭଳି ଅନେକ ଆର୍‌ଏସ୍‌ବିୱାଇ କାର୍ଡଧାରୀମାନେ ସ୍ବାସ୍ଥ୍ୟ ବୀମା ନ ପାଇ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଜିଲା ଶ୍ରମ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ଜଗତ୍‌ସିଂହପୁର ଜିଲାରେ ୧,୧୫,୧୩୨ ଜଣଙ୍କୁ ଆର୍‌ଏସ୍‌ବିୱାଇରେ ସାମିଲ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। କିନ୍ତୁ ୮୧,୯୫୮ ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସରକାରୀ ନିୟମ ମୁତାବକ ଏହି ସମସ୍ତ ଆର୍‌ଏସ୍‌ବିୱାଇ କାର୍ଡଧାରୀଙ୍କୁ ବିକେକେୱାଇ(୨)ରେ ସାମିଲ କରାଯିବା କଥା। ଜିଲା କୃଷି କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୭-୧୮ରେ ୫୫,୬୬୫ ଜଣଙ୍କୁ ବିକେକେୱାଇ(୨)ରେ ସାମିଲ କରାଯାଇଥିଲେ ସୁଦ୍ଧା ସେମାନଙ୍କ ମଧ୍ୟରୁ ମାତ୍ର ୫୪,୯୨୦ ଜଣଙ୍କୁ ସ୍ମାର୍ଟ କାର୍ଡ ଦିଆଯାଇଥିଲା। ୨୦୧୮-୧୯ରେ ଅଧିକ ୨୫,୦୦୮କାର୍ଡ ଛପାଯାଇ ଜିଲା କୃଷି ଉପନିର୍ଦ୍ଦେଶକ (ଡିଡିଏ)ଙ୍କୁ ଦିଆଯାଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ୧୮,୫୦୦ ଜଣଙ୍କ କାର୍ଡ ବଣ୍ଟାଯାଇପାରି ଥିଲା। ଅବଶିଷ୍ଟ ୬,୫୦୮ କାର୍ଡ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଫେରାଇ ଦିଆଯାଇଥିଲା। ମୋଟ ଉପରେ କହିବାକୁ ଗଲେ ୭୩,୪୨୦ ଜଣଙ୍କୁ ବିକେକେୱାଇ (୨) କାର୍ଡ ମିଳିଥିବା ବେଳେ ୮,୫୩୮ ଜଣ ବାଦ୍‌ ପଡିଛନ୍ତି । ଏହି ସମସ୍ୟା କେବଳ ଜଗତ୍‌ସିଂହପୁର ଜିଲାରେ ନୁହେଁ, ବରଂ ସାରା ରାଜ୍ୟରେ ଦେଖାଦେଇଥିବାରୁ ଗରିବ ହିତାଧିକାରୀଙ୍କ ମୁଣ୍ଡରେ ଚଡ଼କ ପଡିଛି। ଅପରପକ୍ଷରେ ଏନେଇ କୌଣସି ବିଭାଗୀୟ ଅଧିକାରୀ ମୁହଁ ଖୋଲିବାକୁ ମନା କରିଦେଇଛନ୍ତି।

ପ୍ରମୋଦ କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri