କେନ୍ଦ୍ର ପଇସା ସୁଧରେ ଆଦର୍ଶ ବିଦ୍ୟାଳୟ: ବିରୋଧୀ ଦଳ ନେତାଙ୍କ ଅଭିଯୋଗ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଗତ ୨୧ ବର୍ଷରେ ମାତ୍ର ୨୬ ହଜାର ବେକାରିଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ଖାଲି ପଦବୀରେ ମାତ୍ର ୧% ନିଯୁକ୍ତି ଦେଇଛନ୍ତି। ସ୍କୁଲ, ଡାକ୍ତରଖାନା ସବୁଠି ପଦବୀ ଖାଲି। ୨୦୦୯ରୁ ୨୦୧୯ ମଧ୍ୟରେ ରାଜ୍ୟରେ ୨୨ ଲକ୍ଷ ୫୭ ହଜାର ବେକାର ଯୁବତୀଯୁବକ ନାମ ପଞ୍ଜୀକୃତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ୫୫,୫୫୬ ଜଣ ବେକାର ଯୁବତୀଯୁବକ ନିଯୁକ୍ତି ନ ପାଇ ନାମ ପଞ୍ଜୀକରଣ କରି ବସିଛନ୍ତି। କେନ୍ଦ୍ର ସରକାର ଦେଇଥିବା ଅନୁଦାନ ସୁଧରେ ରାଜ୍ୟରେ ସରକାର ଆଦର୍ଶ ବିଦ୍ୟାଳୟ ଖୋଲିଛନ୍ତି। ସ୍କୁଲରେ ଶିକ୍ଷକ ଦେଇପାରୁ ନାହାନ୍ତି। ଠିକା ଶିକ୍ଷକରେ କାମ ଚଳାଉଛନ୍ତି। ଗୁରୁବାର ବିଧାନସଭା ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଅଭିଯୋଗ କରିଥିଲେ। ଏହା କହିବା ମାତ୍ରେ ବିଜେଡି ସଭ୍ୟ ପ୍ରଦୀପ କୁମାର ଅମାତ, ଅମର ଶତପଥୀ ଏବଂ ଭୂପିନ୍ଦର ସିଂ ପଏଣ୍ଟ ଅଫ୍‌ ଅର୍ଡର ଜରିଆରେ ବିରୋଧ କରିଥିଲେ। ଅମାତ କହିଥିଲେ ଯେ ତତ୍କାଳୀନ ଉପା ସରକାର ସମୟରେ ଦେଶର ବିଭିନ୍ନ ରାଜ୍ୟରେ ୬ ହଜାରରୁ ଊର୍ଦ୍ଧ୍ୱ ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ଯୋଜନା ହୋଇଥିଲା। ଓଡ଼ିଶାରେ ଖୋଲିବାକୁ ପ୍ରସ୍ତାବ ଥିଲା। ମାତ୍ର କେନ୍ଦ୍ରରେ ଏନ୍‌ଡିଏ ସରକାର ଆସିବା ପରେ ତାହା ବନ୍ଦ ହୋଇଗଲା। ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ବୈଠକରେ ମୁଁ ଏହି ପ୍ରସଙ୍ଗ ଉଠାଇଥିଲି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେଉଥିବାରୁ ରାଜ୍ୟର ୩୧୪ ବ୍ଲକରେ ଆଦର୍ଶ ବିଦ୍ୟାଳୟ ନିଜସ୍ବ ଅର୍ଥରେ ଖୋଲିବାକୁ ଘୋଷଣା କରିଥିଲେ। ଏଥିରେ କେନ୍ଦ୍ର ସରକାରଙ୍କ କିଛି ଲେନାଦେନା ନାହିଁ। କୌଣସି ସୁଧ ଅର୍ଥରେ ଆଦର୍ଶ ବିଦ୍ୟାଳୟ ଖୋଲି ନ ଥିବା କହିଥିଲେ। ଅମର ଶତପଥୀ ଏବଂ ଭୂପିନ୍ଦର ସିଂ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା କେତେ ସୁଧ ଟଙ୍କା ପାଇଛନ୍ତି ତାହାର ହିସାବ ଦିଅନ୍ତୁ। ବିରୋଧୀ ଦଳ ନେତା ଗୃହକୁ ବିଭ୍ରାନ୍ତ କରୁଛନ୍ତି ବୋଲି ଆପତ୍ତି ଉଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri