Posted inଜାତୀୟ

କେନ୍ଦ୍ର କ୍ୟାବିନେଟ: ମୋଦି, ଶାହଙ୍କ ମନ୍ତ୍ରଣା

ନୂଆଦିଲ୍ଲୀ,୩୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟ ଥର ଲାଗି ସରକାର ଗଢ଼ିବାକୁ ଯାଉଥିଲାବେଳେ କେଉଁମାନେ ତାଙ୍କ କ୍ୟାବିନେଟରେ ସ୍ଥାନ ପାଇବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ୪ ପ୍ରମୁଖ ବିଭାଗ ପ୍ରତିରକ୍ଷା, ଅର୍ଥ, ସ୍ବରାଷ୍ଟ୍ର ଏବଂ ବହିର୍ବ୍ୟାପାର ବିଭାଗ କାହା ହାତରେ ରହିବ ଏହାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ମନ୍ତ୍ରୀ ଚୟନ ଓ ବିଭାଗ ବଣ୍ଟନ ନେଇ ବୁଧବାର ମୋଦି ଓ ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ଏହି ବୈଠକରେ ନୂଆ ମନ୍ତ୍ରୀମାନଙ୍କ ନଁା ଚୂଡାନ୍ତ ହୋଇଥିବା ଜାଣିବାକୁ ମିଳିଛି। ପୂର୍ବ ସରକାରର କେତେଜଣ ବରିଷ୍ଠ ମନ୍ତ୍ରୀ ସେମାନଙ୍କ ସ୍ଥାନ ବଜାୟ ରଖିବାକୁ ଥିବାବେଳେ ଆଉ କେତେକ ନୂଆ ମୁହଁ ନୂତନ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଯାଉଛନ୍ତି। ଭାଜପା ଅଧ୍ୟକ୍ଷ ଅମିତ ଶାହ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଆସନ୍ତାବର୍ଷ କେତେକ ପ୍ରମୁଖ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଶାହ ଭାଜପା ଅଧ୍ୟକ୍ଷ ପଦରେ ରହିପାରନ୍ତି ବୋଲି ମଧ୍ୟ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।
ରାଜନାଥ ସିଂ, ନୀତିନ ଗଡକରୀ, ନିର୍ମଳା ସୀଥାରାମନ୍‌, ସ୍ମୃତି ଇରାନୀ, ରବିଶଙ୍କର ପ୍ରସାଦ, ପୀୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ନରେନ୍ଦ୍ର ସିଂ ତୋମାର, ପ୍ରକାଶ ଜାଭଡେକର ମନ୍ତ୍ରିମଣ୍ଡଳରେ ସ୍ଥାନ ବଜାୟ ରଖିପାରନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ହରାଇଥିବା ଇରାନୀଙ୍କୁ ପ୍ରମୁଖ ବିଭାଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ସ୍ବାସ୍ଥ୍ୟଗତ କାରଣରୁ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ନାହିଁ ବୋଲି ମୋଦିଙ୍କୁ ପତ୍ର ଲେଖି ଜଣାଇଥିବାବେଳେ ତାଙ୍କୁ ନିଷ୍ପତ୍ତିରେ ପରିବର୍ତ୍ତନ ଲାଗି ଅନୁରୋଧ କରାଯାଇପାରେ ବୋଲି ଜଣାପଡିଛି। ମୋଦି ବୁଧବାର ରାତିରେ ଜେଟଲୀଙ୍କ ସରକାରୀ ବାସଭବନକୁ ଯାଇ ଆଲୋଚନା କରିଛନ୍ତି। ତେବେ ସେମାନଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ତାହା ଜଣାପଡିନାହିଁ। ପଶ୍ଚିମବଙ୍ଗ, ଓଡିଶା ଓ ତେଲେଙ୍ଗାନାରେ ଭାଜପାର ଶକ୍ତି ବୃଦ୍ଧି ହୋଇଥିବାରୁ ଉକ୍ତ ରାଜ୍ୟରୁ ଅଧିକ ଏମ୍‌ପି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ଆଶା କରାଯାଉଛି। ସେହିପରି ସହଯୋଗୀ ଜେଡିୟୁ ଏବଂ ଶିବସେନାକୁ ଦୁଇଟି ଲେଖାଏ ଏବଂ ଏଲ୍‌ଜେପି, ଏସ୍‌ଏଡି ଏବଂ ଏଆଇଏଡିଏମ୍‌କେକୁ ଗୋଟିଏ ଲେଖାଏ ମନ୍ତ୍ରୀପଦ ମିଳିପାରେ। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ବହିର୍ବ୍ୟାପାର ଏବଂ ସ୍ମୃତି ଇରାନୀଙ୍କୁ ପ୍ରତିରକ୍ଷା ମିଳିପାରେ ବୋଲି ଶୁଣିବାକୁ ମିଳୁଛି। ସେହିପରି ବରିଷ୍ଠ ଭାଜପା ନେତା ଶିବରାଜ ସିଂ ଚୌହାନଙ୍କୁ କୃଷିମନ୍ତ୍ରୀ କରାଯାଇପାରେ। ଅମିତ ଶାହ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ତାଙ୍କୁ ସ୍ବରାଷ୍ଟ୍ର, ପ୍ରତିରକ୍ଷା କିମ୍ବା ଅର୍ଥ ମନ୍ତ୍ରଣାଳୟ ମିଳିପାରେ ବୋଲି ମଧ୍ୟ କଳ୍ପନାଜଳ୍ପନା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

୧୪ ଥର ସାକ୍ଷାତ, ୬୨ ଇମେଲ୍‌: ଏପ୍‌ଷ୍ଟିନ୍‌-ପୁରୀ ସମ୍ପର୍କର ସ୍ପଷ୍ଟୀକରଣ ମାଗିଲା କଂଗ୍ରେସ

ନୂଆଦିଲ୍ଲୀ,୧୮ା୨(ପି.ଟି.):ଆମେରିକାର ଦୋଷୀସାବ୍ୟସ୍ତ ଯୌନ ଅପରାଧୀ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ କେନ୍ଦ୍ରମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ୨୦୧୪ରୁ ୨୦୧୭ ମଧ୍ୟରେ ୧୪ ଥର ଭେଟିଥିଲେ। ଏହି ସମୟ ମଧ୍ୟରେ ଉଭୟଙ୍କ…

୩ ଘଣ୍ଟାରେ ବୈଠକ ଶେଷ, ଫଳ ଶୂନ: ଯୁଦ୍ଧ ଆଶଙ୍କା ମଧ୍ୟରେ…

ଜେନେଭା,୧୮ା୨:ଆମେରିକା-ଇରାନ ଯୁଦ୍ଧ ଆଶଙ୍କା ମଧ୍ୟରେ ଉଭୟ ପକ୍ଷଙ୍କ ଭିତରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ମଙ୍ଗଳବାର ଜେନେଭାରେ ଶେଷ ହୋଇଛି। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି…

କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ: କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮ା୨(ପି.ଟି.):ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌, ୨୦୨୬ର ଉଦ୍‌ଘାଟନ ଦିବସରେ ଯୋଗ ଦେଇଥିବା ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର କ୍ଷମା…

ଅସୀମାଙ୍କ ଗୀତରେ ମତୁଆଲା ଦର୍ଶକ

ଚଣ୍ଡିଖୋଲ,୧୮।୨(ପ୍ରଦୀପ୍ତ କୁମାର ପୃଷ୍ଟି): ବଡ଼ଚଣା ବ୍ଲକ୍‌ ଅଧୀନ ଚଣ୍ଡିଖୋଲ ମହାବିନାୟକ ପୀଠରେ ୩ ଦିନ ଧରି ଚାଲୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ମଙ୍ଗଳବାର ରାତିରେ ଉଦ୍‌ଯାପିତ ହୋଇଯାଇଛି। ସାଂସ୍କୃତିକ…

ଆଜିଠାରୁ +୨ ପରୀକ୍ଷା: ୨୫ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର,୧୮ା୨(ସୁଚିସ୍ମିତା ସାହୁ): ରାଜ୍ୟରେ ବୁଧବାରଠାରୁ ଯୁକ୍ତ୨ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୨୫ ପର୍ଯ୍ୟନ୍ତ ଚାଲିବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଏହି…

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri