କେନ୍ଦ୍ରାପଡ଼ା ବିଧାନସଭା ଆସନ, ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୯୭ ଖଣ୍ଡରେ ଆଗୁଆ

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୫- କେନ୍ଦ୍ରାପଡ଼ା ବିଧାନସଭା ଆସନର ପ୍ରଥମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ଶଶିଭୂଷଣ ବେହେରା କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କଠାରୁ ୯୭ ଭୋଟରେ ଆଗୁଆ ଅଛନ୍ତି। ବିଜେଡି ୧୭୫୯ ଭୋଟ ପାଇଥିବା ବେଳେ କଂଗ୍ରେସ ୧୬୬୨ ଭୋଟ ପାଇଛି। ଭାଜପା ପ୍ରାର୍ଥୀ ସୁନାକର ବେହେରା ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ୫୨୮ ଭୋଟ ପାଇଥିବା ଜଣାପଡ଼ିଛି।