କେନ୍ଦ୍ରକୁ ରାଜସ୍ବ ବୃଦ୍ଧି ଚିନ୍ତା

ନୂଆଦିଲ୍ଲୀ,୧୨-୧୨: ଗତ କିଛି ମାସ ଧରି ପରୋକ୍ଷ ଟିକସ ବାବଦ ରାଜସ୍ବ ହ୍ରାସ ହେଉଥିବାରୁ ଏହା କେନ୍ଦ୍ର ସରକାରଙ୍କ ଚିନ୍ତାକୁ ବଢାଇଛି। ଟିକସ ସଂଗ୍ରହକୁ ନେଇ ସରକାର ଚାପରେ ରହିଥିବା ବେଳେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ହାର ଏବଂ ସ୍ଲାବରେ ପରିବର୍ତ୍ତନ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଡିସେମ୍ବର ୧୮ରେ ଜିଏସ୍‌ଟି ପରିଷଦ ବୈଠକ ଅନୁଷ୍ଠିତ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ବୈଠକରେ ରାଜସ୍ବ ହ୍ରାସ ସଂକ୍ରାନ୍ତ ବିଭିନ୍ନ ଦିଗ ଉପରେ ରାଜ୍ୟର ଅର୍ଥମନ୍ତ୍ରୀମାନେ ଆଲୋଚନା କରିବେ ବୋଲି ସୂଚନା ରହିଛି। ସେହିଭଳି ଆଶାଠାରୁ କମ୍‌ ପରୋକ୍ଷ ଟିକସ ସଂଗ୍ରହ ଏବଂ ରାଜ୍ୟଗୁଡିକର ଜିଏସ୍‌ଟି କ୍ଷତିପୂରଣ ବକେୟା ପ୍ରସଙ୍ଗ ମଧ୍ୟ ବୈଠକରେ ସାମିଲ କରାଯିବ। ଜିଏସଟିରେ ବର୍ତ୍ତମାନ ୫,୧୨,୧୮ ଏବଂ ୨୮% ସ୍ଲାବ ରହିଛି। ୨୮% ସ୍ଲାବରେ ଥିବା ସାମଗ୍ରୀ ଉପରେ ଜିଏସ୍‌ଟି ସହ ସେସ୍‌ ବା ଉପକାର ଲାଗୁ ହେଉଛି। ଏହି ସେସ୍‌ ୧ରୁ ୨୫% ମଧ୍ୟରେ ରହୁଛି।
ଟିକସ ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେବା ଲାଗି ମଙ୍ଗଳବାର କେନ୍ଦ୍ର ଏବଂ ରାଜ୍ୟସ୍ତରର ଅଧିକାରୀଙ୍କ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହା ବିଭିନ୍ନ ବିକଳ୍ପ ଉପରେ ବିଚାର କରିଥିବା ଜଣାପଡିଛି। ୫% ଟିକସ ହାରକୁ ୮%କୁ ବୃଦ୍ଧି, ୧୨% ହାରକୁ ୧୫%କୁ ବଢାଇବା ନେଇ ଆଲୋଚନା କରାଯାଇଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି। ସେହିଭଳି ଟିକସ ସ୍ଲାବ କମାଇବା ଲାଗି ସ୍ଲାବର ମିଶ୍ରଣ ଉପରେ ରହିଥିବା ସମ୍ଭାବନାକୁ ମଧ୍ୟ ବିଚାର କରାଯାଉଛି। ଟିକସ ଛାଡ ପାଇଥିବା ସାମଗ୍ରୀ ତାଲିକା ଉପରେ ଧ୍ୟାନ ରଖାଯାଇଛି। କେତେକ ସେବା ଉପରେ ସେସ୍‌ ଲାଗୁ ହୋଇ ପାରିବ କି ନାହିଁ ତାହା ମଧ୍ୟ ବିଚାର କରାଯାଇଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ନଭେମ୍ବର ସମୟ ମଧ୍ୟରେ ପରୋକ୍ଷ ଟିକସ ସଂଗ୍ରହ ବଜେଟ ଧାର୍ଯ୍ୟଠାରୁ ୪୦% କମ୍‌ ରହିଛି।
ଏପ୍ରିଲ ନଭେମ୍ବରରେ ସରକାର କେନ୍ଦ୍ର ଜିଏସ୍‌ଟି ବାବଦକୁ ୩.୨୮ ଲକ୍ଷ କୋଟି ସଂଗ୍ରହ କରିଛନ୍ତି। ୫.୨୦ ଲକ୍ଷ କୋଟି କେନ୍ଦ୍ର ଜିଏସ୍‌ଟି ଆଦାୟ ଲାଗି ସରକାର ଲକ୍ଷ୍ୟ ରଖିଥିଲେ। ୨୦୧୮-୧୯ରେ ସରକାର ୬.୦୩ ଲକ୍ଷ କୋଟି ଟଙ୍କାର କେନ୍ଦ୍ର ଜିଏସ୍‌ଟି ଆଦାୟ ଲାଗି ଲକ୍ଷ୍ୟ ରଖିଥିଲେ ମଧ୍ୟ ଏହା ୪.୫୭ ଲକ୍ଷ କୋଟି ଟଙ୍କାକୁ ଖସିଥିଲା। ସେହିଭଳି ୨୦୧୭-୧୮ରେ ଏହା ୨.୦୩ ଲକ୍ଷ କୋଟି ଟଙ୍କା ଥିଲା। ଭାରତର ଦ୍ୱିତୀୟ ତ୍ରୈମାସ ଜିଡିପି ଅଭିବୃଦ୍ଧି ୨୬ ତ୍ରୈମାସର ସର୍ବନିମ୍ନ ସ୍ତର ୪.୫%କୁ ଖସିଛି। ମାନୁଫାକଚରିଂ କ୍ଷେତ୍ରକୁ ଗ୍ରସ ଭାଲ୍ୟୁ ଆଡେଡ ୯ ତ୍ରୈମାସରେ ପ୍ରଥମଥର ଲାଗି ନିମ୍ନରେ ରହିଛି। ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ପ୍ରଦାନ ଲାଗି ସରକାର ଅତିରିକ୍ତ ସେସ୍‌ ଲାଗୁ କରିପାରନ୍ତି। ମାତ୍ର ଗତ କିଛି ମାସ ଧରି ଜିଏସ୍‌ଟି ଏବଂ କ୍ଷତିପୂରଣ ସେସ୍‌ ସଂଗ୍ରହ କମୁଥିବାରୁ ଏଦିଗରେ କି ପ୍ରକାରର ପଦକ୍ଷେପ ନିଆଯିବ ତାହା ଆଗାମୀ ଦିନରେ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…

ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍…

ଅଟୋ ସେକ୍ଟର ହେବ ମାଲାମାଲ! ସରକାର ୪,୦୦୦ କୋଟି ଯୋଜନା…

ନୂଆଦିଲ୍ଲୀ,୪।୮: ଭାରତୀୟ ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ଏକ ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଏବଂ ସାଂରଚନିକ ପରିବର୍ତ୍ତନ ଦେଇ ଗତି କରୁଛି। ବୈଦ୍ୟୁତିକ ଯାନ (EVs) ପାଇଁ ବର୍ଦ୍ଧିତ ଚାହିଦା…

୧୬ ଅଗଷ୍ଟ ସୁଦ୍ଧା ସାରିଦିଅନ୍ତୁ ଏହି କାମ, ନଚେତ୍ ମିଳିନପାରେ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ,୪।୮: ଏଲପିଜି ଗ୍ରାହକମାନେ ଅଗଷ୍ଟ ୧୫ ପୂର୍ବରୁ ସେମାନଙ୍କର ଇ-କେୱାଇସି କରିବା ବାଧ୍ୟତାମୂଳକ ରହିଛି । ସମୟ ମଧ୍ୟରେ ଇ-କେୱାଇସି ପୂରଣ ନକଲେ ଅଧିକ ମୂଲ୍ୟରେ ସିଲିଣ୍ଡର…

ଟିପିସିଓଡିଏଲ୍‌ ପକ୍ଷରୁ ଘର ଛାତରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ

ଭୁବନେଶ୍ୱର, ୩ା୮: ପିଏମ୍‌ ସୂର୍ଯ୍ୟଘର, ମୁଫ୍‌ତ ବିଜ୍‌ଲି ଯୋଜନା ଅଧୀନରେ ୫୦,୦୦୦ରୁ ଅଧିକ ରୁଫ୍‌ଟପ୍‌ ସୋଲାର (ଆର୍‌ଟିଏସ୍‌) ସ୍ଥାପନ କରିବାରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌…

EPFOକୁ ନେଇ ଆସିଲା ବଡ଼ ଖବର: ସରକାର ବଢାଇଲେ…

ନୂଆଦିଲ୍ଲୀ,୩।୮: ବହୁ ଦିନ ଧରି ବିଭିନ୍ନ କର୍ମଚାରୀ ସଂଗଠନଗୁଡ଼ିକ EPS ଦରମା ସୀମା ବୃଦ୍ଧି ଦାବିକୁ ଅର୍ଥ ମନ୍ତ୍ରଣାଳୟ ସମ୍ପ୍ରତି ଅନୁମୋଦନ କରିଛି। ଏହି ନିଷ୍ପତ୍ତି କର୍ମଚାରୀମାନଙ୍କ…

ବଦଳିଲା ୟୁପିଆଇ ପେମେଣ୍ଟ ନିୟମ, ଟ୍ରାଞ୍ଜାକ୍ସନ୍ ପୂର୍ବରୁ ବ୍ୟାଙ୍କ ପଚାରିବ Yes/No ପ୍ରଶ୍ନ…

ନୂଆଦିଲ୍ଲୀ,୩।୮: ଆପଣଙ୍କର ପରବର୍ତ୍ତୀ UPI ପେମେଣ୍ଟ (Payment) ହୁଏତ ସବୁବେଳେ ଗୋଟିଏ ଟ୍ୟାପ୍‌ରେ ସମ୍ପୂର୍ଣ୍ଣ ନହୋଇପାରେ। ଦେଶରେ ବୃଦ୍ଧି ପାଉଥିବା ଡିଜିଟାଲ୍‌ ପେମେଣ୍ଟ ଠକେଇକୁ ରୋକିବା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri