କେନ୍ଦୁଝର ପୁରୁଣା ସହରରେ ଦୁର୍ଗାପୂଜା ପ୍ରସ୍ତୁତି: ‘ଲାଲ’ରୁ ଏବେ ହଳଦୀ ବର୍ଣ୍ଣା

କେନ୍ଦୁଝର, ୨୯ା୯- ରାଜାରାଜୁଡା ଅମଳରେ କେନ୍ଦୁଝର ପୁରୁଣା ସହରସ୍ଥିତ ରାଜ ଉଆଁସରେ ଦେବୀ ଦୁର୍ଗାଙ୍କ ପୂଜା ଅନୁଷ୍ଠିତ ହେଉଥିଲା। ୧୯୫୧ ମସିହାରୁ ଏହା ସାର୍ବଜନୀନ ପୂଜାର ରୂପ ନେଇଛି। ରାଜ ଉଆଁସ ପରିବର୍ତ୍ତେ ପୁରୁଣା ବଜାର ପରିସରରେ ପୂଜା ହେଉଛି। ୧୯୯୩-୯୪ରୁ ସ୍ଥାନୀୟ ଭକ୍ତଙ୍କ ଉଦ୍ୟମ କ୍ରମେ ସାର୍ବଜନୀନ ଶ୍ରୀ ଦୁର୍ଗାତ୍ସୋବ କଲଚୁରାଲ କମିଟି ଗଢାଯାଇ ପ୍ରତିବର୍ଷ ପାରମ୍ପରିକ ରୀତିରେ ପୂଜା ହୋଇ ଆସୁଛି। ଏଥର ଦୁର୍ଗାପୂଗାକୁ ଆକର୍ଷଣୀୟ କରିବା ଲାଗି ବିଭିନ୍ନ ପ୍ରକାରର ଲୋକନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା କମିଟଇ ପକ୍ଷରୁ କୁହାଯାଇଛି।
ଏକ ପୁରାତନ ପୂଜା ଅନୁଷ୍ଠାନ ଭାବେ ମାନ୍ୟତା ପାଇଥିବା ଏହି ଦୁର୍ଗାପୂଜାର ଏକଦା ଆୟୋଜନର ମୁଖ୍ୟ ପୁରୋଧା ଥିଲେ ବରିଷ୍ଠ ସାହିତ୍ୟିକ ତଥା ଗବେଷକ ରମେଶ ଚନ୍ଦ୍ର ଚକ୍ରବର୍ତୀ ଓ ଅନ୍ୟ ମାନେ ା ବର୍ତ୍ତମାନ କମିଟିରେ ସଂଗ୍ରାମ ଦାସ ସଭାପତି ଓ ଜିତେନ୍ଦ୍ର କୁମାର ସାହୁ ସମ୍ପାଦକ ରହିଛନ୍ତି।
ରାଜଉଆସ ମଧ୍ୟରେ ହେଉଥିବା ଦୁର୍ଗାପୂଜାରେ ତନ୍ତ୍ର ସାଧନ ଦ୍ୱାରା ପୂଜାର୍ଚ୍ଚନା କରାଯାଉଥିଲା ବୋଲି କୁହାଯାଏ । ଗଡର ଅଧିଷ୍ଠାତ୍ରୀ ଦଣ୍ଡଦେବୀଙ୍କ ପ୍ରଭାବରୁ ଏଭଳି ପୂଜା କରାଯାଥିଲା। ମା’ ଦୁର୍ଗାଙ୍କ ମୁହଁର ବର୍ଣ୍ଣ ଲାଲ ଥିଲା। ତେବେ ପରବର୍ତ୍ତୀ ସମୟରେ ରାଜପରିବାର ଓ ଠାକୁରଙ୍କ ଆଜ୍ଞା ନେଇ ଉଅଁାସ ବାହାରେ ପୁରୁଣା ସହରରେ ପୂଜା କରାଯାଇଆସୁଛି । ଏବେ ଦୁର୍ଗାଙ୍କ ମୁଖର ରଙ୍ଗ ଲାଲ ପରିବର୍ତ୍ତେ ହଳଦୀ ବର୍ଣ୍ଣା ହୋଇଥିବା କମିଟିର ବରିଷ୍ଠ ସଦସ୍ୟ ଗଦାଧର ପୃଷ୍ଟି କହିଛନ୍ତି।
ଦୀର୍ଘ ୨୫ ବର୍ଷ ଧରି ଶିଳ୍ପୀ ସ୍ବର୍ଗତ ବାବାଜୀ ଚରଣ ମହାରଣା ଏଠାରେ ମୂର୍ତ୍ତି ଗଢିଆସୁଥିଲେ ା ତାଙ୍କ ପରେ ଶିଳ୍ପୀ ମାଗୁଣୀ ଚରଣ କୁଅଁର ଏବଂ ଏବେ ପ୍ରାୟ ୭ବର୍ଷ ହେଲା ଶିଳ୍ପୀ ଗଦାଧର ପୃଷ୍ଟି ମୂର୍ତ୍ତିଗଢା କାମ କରୁଛନ୍ତି। ଆସନ୍ତା ୪ ତାରିଖରେ ଷଷ୍ଠୀ ପୂଜାଠାରୁ ପୂଜାମଣ୍ଡପରେ ଗହଳ ଚହଲ ବୃଦ୍ଧି ପାଇବ । ୮ ତାରିଖରେ ଦଶମୀ ପୂଜା ସମ୍ପନ୍ନ ହେବା ପରେ ୯ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ । ତେବେ ଏଥର ଭସାଣୀ ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ମୋଟ ବ୍ୟୟ ଅଟକଳ ପୟାୟ ସାଢେ ୫ ଲକ୍ଷ ରହିଥବବା ଜଣାପଡିଛି।