କେଜିବିଭି ହଷ୍ଟେଲରେ ପାଣି ସମସ୍ୟା, ଛାତ୍ରୀଙ୍କୁ ଧମକଚମକ: ରାସ୍ତାକୁ ଓହ୍ଲାଇଲେ ଅନ୍ତେବାସିନୀ

ଲୋଇସିଂହା,୬।୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ(କେଜିବିଭି)ର ଅନ୍ତେବାସିନୀମାନେ ନାନା ସମସ୍ୟା ଦେଇ ଗତି କରୁଛନ୍ତି। ଏହାର ପ୍ରତିବାଦ କଲେ ସେମାନଙ୍କୁ ନାଲିଆଖି ଦେଖାଯାଉଛି। ଟିସି ନେଇ ଯିବାକୁ ଧମକଚମକ ଦିଆଯାଉଛି । ପ୍ରତିବାଦ କରିଥିବା ସୁଜିଆ ଗ୍ରାମର ୪ ଅନ୍ତେବାସିନୀଙ୍କୁ ହଷ୍ଟେଲରୁ ତଡି ଦିଆଯାଇଥିବା ଅଭିଯୋଗ ହୋଇଛି । ଏସବୁ ଘଟଣା ଅସହ୍ୟ ହେଲା ପରେ ଅନ୍ତେବାସିନୀମାନେ ସୋମବାର ରାଜରାସ୍ତାକୁ ଓହ୍ଲାଇଥିଲେ । ସ୍କୁଲ ସମ୍ମୁଖ ବଲାଙ୍ଗୀର-ବରଗଡ ୨୬ ନଂ ଜାତୀୟ ରାଜପଥକୁ ସେମାନେ ପ୍ରାୟ ଅଢେଇ ଘଣ୍ଟା ଧରି ଅବରୋଧ କରି କର୍ତ୍ତୃପକ୍ଷଙ୍କ ବିରୋଧରେ ବିଷୋଦ୍‌ଗାର କରିଥିଲେ। ପରେ ଶିକ୍ଷା ବିଭାଗ, ବ୍ଲକ ପ୍ରଶାସନ ଏବଂ ସ୍ଥାନୀୟ ବୁଦ୍ଧିଜୀବୀଙ୍କୁ ନେଇ ତ୍ରିପାକ୍ଷିକ ଆଲୋଚନା କରାଯାଇଥିଲା। ଜନସାଧାରଣଙ୍କ ପକ୍ଷରୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସମସ୍ୟା ସମାଧାନ ପାଇଁ ଦାବି କରାଯାଇଥିଲା ।

୨୦୦୬ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ଲୋଇସିଂହା କେଜିବିଭି ଆରମ୍ଭ ସମୟରେ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କାର୍ଯ୍ୟ କରିଥିଲା। ପିଲାମାନେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ନିବାସରେ ରହୁଛନ୍ତି। ୨୦୧୮-୧୯ ଶିକ୍ଷା ବର୍ଷ ପର୍ଯ୍ୟନ୍ତ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏ ଏକଶହ ଅନ୍ତେବାସୀ ରହୁଛନ୍ତି । ଚଳିତ ଶିକ୍ଷା ବର୍ଷରୁ ଏଠାରେ ନବମ ଶ୍ରେଣୀର ୩୨ଜଣ ଛାତ୍ରୀ ଅଧିକ ରହୁଛନ୍ତି। ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ପିଲାମାନେ ବାଳକ ଉଚ୍ଚ ବିଦ୍ୟାଳୟ ଓ ନବମ ଶ୍ରେଣୀର ପିଲାମାନେ ବାଳିକା ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ତେବେ ଛାତ୍ରୀ ନିବାସରେ ଲାଗି ରହିଥିବା ଅବ୍ୟବସ୍ଥାକୁ ନେଇ ପିଲାମାନେ ଅସନ୍ତୋଷ ପ୍ରକାଶ କରି ଆସୁଛନ୍ତି। ଏଠାରେ ଆରମ୍ଭରୁ ପାଣି ସମସ୍ୟା ଲାଗି ରହିଛି । ଗୋଟିଏ ନଳକୂପରେ ଶତାଧିକ ଅନ୍ତେବାସୀ ସ୍ନାନଶୌଚ କରିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ବିଭିନ୍ନ ସମୟରେ ଦାବି କରାଯାଇ ଆସୁଥିଲେ ବି ସମସ୍ୟାର କୌଣସି ସମାଧାନ ହୋଇ ପାରିନାହିଁ। ଚଳିତବର୍ଷ ଅଧିକ ୩୨ଜଣ ଛାତ୍ରୀ ଆସିଥିବାରୁ ଏହି ସମସ୍ୟା ଅଧିକ ଜଟିଳ ହୋଇ ପଡିଛି। ଅପରପକ୍ଷରେ ରବିବାରଠାରୁ ଛାତ୍ରୀ ନିବାସକୁ ଜଳଯୋଗଣ ବନ୍ଦ ଥିବାରୁ ସ୍ଥିତି ସଙ୍ଗିନ ହୋଇଛି। ସୋମବାର ସକାଳୁ ଅନ୍ତେବାସିନୀମାନେ ଏହାର ପ୍ରତିବାଦ କରି ସ୍କୁଲଗେଟ ଆଗରେ ଧାରଣା ଦେଇଥିଲେ ।

ସେଠାରେ ଲୋକେ ରୁଣ୍ଡ ହେବାରେ ଛାତ୍ରୀମାନେ ସେମାନଙ୍କ ଦୁଃଖ ବଖାଣିଥିଲେ। ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ ହେଉଛି। ଏପରିକି ଦିଆଯାଉଥିବା ଖାଦ୍ୟରେ ପେଟ ପୂରୁ ନାହିଁ। ରୋଗବ୍ୟାଧି ହେଲେ ଚିକିତ୍ସା କରାଯାଉ ନ ଥିବା ଛାତ୍ରୀମାନେ ଅଭିଯୋଗ କରିଥିଲେ। ଏସବୁର ପ୍ରତିବାଦ କଲେ ହଷ୍ଟେଲ କର୍ତ୍ତୃପକ୍ଷ ଧମକଚମକ ଦେଉଥିବା ଅନ୍ତେବାସିନୀମାନେ ଅଭିଯୋଗ କରିଥିଲେ । ଏହା ଶୁଣିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ବିଇଓ ରୀନା ବେହେରା, ଆଇଆଇସି ଲଳିତା ଲେକ୍ରା, ବିଡିଓ ରାମଚନ୍ଦ୍ର ଖାଡିଆ, ଛାତ୍ରୀ ନିବାସ ସଂଯୋଜିକା ପୁଷ୍ପାଞ୍ଜଳି ଯୋଷୀ ପ୍ରମୁଖ ଘଟଣାସ୍ଥଳକୁ ଆସି ଆନ୍ଦୋଳନରତ ଛାତ୍ରୀମାନଙ୍କୁ ବୁଝାଶୁଝା କରି ରାସ୍ତାରୁ ଉଠାଇଥିଲେ। ପରେ ସ୍ଥାନୀୟ ବୁଦ୍ଧିଜୀବୀ, ବିଡିଓ, ବିଇଓ, ଆରଡବ୍ଲୁଏସଏସ ଯନ୍ତ୍ରୀ, ସରପଞ୍ଚ ସୁନୀଲ ଅଗ୍ରୱାଲ, ଛାତ୍ରୀ ନିବାସ ଇନଚାର୍ଜ ତଥା ଏମଇ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ କନକ ମଞ୍ଜରୀ ପାଣିଗ୍ରାହୀଙ୍କୁ ନେଇ ଏକ ବୈଠକ ହୋଇଥିଲା।

ପ୍ରଧାନଶିକ୍ଷୟିତ୍ରୀ ପାଣିଗ୍ରାହୀ ପାଣି ସମସ୍ୟା ଏବଂ ସକାଳ ବେଳା କମ୍‌ ଖାଦ୍ୟ ଦିଆଯିବାକୁ ସ୍ବୀକାର କରିଥିଲେ। ସ୍କୁଲର ଜମି ସମସ୍ୟା ଯୋଗୁ ଅନେକ ଅନୁଦାନ ଫେରିଯାଉଥିବାରୁ ସେ ଉଦ୍‌ବେଗ ପ୍ରକାଶ କରିଥିଲେ । ସ୍ଥାନୀୟ ସରପଞ୍ଚ ପାଣିର ସ୍ଥାୟୀ ସମାଧାନ ନହେବା ଯାଏ ଟ୍ୟାଙ୍କରରେ ପାଣି ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ।ା ସ୍ଥାନୀୟ ବୁଦ୍ଧିଜୀବୀମାନେ ପାଣି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ କହଥିଲେ। ଏଥିସହ ଅନ୍ତେବାସିନୀଙ୍କୁ ନିର୍ଯାତନା ଦେଇଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳଙ୍କୁ ଅବଗତ ପାଇଁ ବିଇଓ ଏବଂ ବିଡିଓଙ୍କଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହଛାତ୍ରୀ ନିବାସ ଅବ୍ୟବସ୍ଥାର ନିୟମିତ ଯାଞ୍ଚ ପାଇଁ ଏକ ୯ ଜଣିଆ କମିଟିକୁ ଦାୟିତ୍ୱ ଦିଆଯାଇଥିଲା । ଦିଲୀପ ବେହେରା, ବିଭୂତିଭୂଷଣ ସାହାଣୀ, କାହ୍ନୁ ପଧାନ, ଶ୍ୟାମସୁନ୍ଦର ଭୋଇ, ଲାଲମନନାଗଙ୍କ ସମେତ ବହୁ ବୁଦ୍ଧିଜୀବୀ ଏହି ଅବସରରେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

ବିଜେଡି କାହାକୁ କରିବ ରାଜ୍ୟସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା

ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ ଦରକାର।…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଭିିତ୍ତିପ୍ରସ୍ତର କରି କହିଲେ…

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

Valentine Day: ଭାଲେଣ୍ଟାଇନ୍ସ ଡେ’ରେ ଏହି ୩ ରାଶିର ଭାଙ୍ଗିବ ହୃଦୟ! ରୋମାଣ୍ଟିକ ଡିନର୍‌ରେ ଯିବେ ମୀନ ସହ ଏହି ୨ରାଶି…

ଆଜି ଭାଲେଣ୍ଟାଇନ୍ସ ଡେ। ପ୍ରେମର ଏହି ଦିନରେ, ଆଜି ପ୍ରେମ ରାଶିଙ୍କ ବିଷୟରେ ଆସନ୍ତୁ ଜାଣିବା। ମେଷ, ସିଂହ, କନ୍ୟା, ବିଛା ଏବଂ ମୀନ ରାଶିର ଲୋକମାନେ…

ରାସ୍ତା ଆଢୁଆଳରେ ନଳକୂପ: ପିଇବା ପାଣି ପାଇଁ ହଟହଟା

ଲୋଇସିଂହା,୧୩।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଗୁର୍ଜିଭଟାରୁ ବାଦିବାହାଲ ଆରଡି ରାସ୍ତା ପ୍ରଶସ୍ତ ଓ ଉନ୍ନତୀକରଣ କାମ ଚାଲିଛି ା ଏହାଦ୍ୱାର ରାସ୍ତା ପାର୍ଶ୍ୱରେ ଥିବା…

ରାତିରେ ଧୂମ୍‌ଧାମରେ ପାଳିଲେ ବିବାହବାର୍ଷିକୀ, ସକାଳୁ ପାଲଟିଗଲେ ଶବ

ବଣାଇଁ,୧୪ା୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ପର୍ଯ୍ୟଟନସ୍ଥଳ ଖଣ୍ଡାଧାରକୁ ୩୦ତମ ବିବାହ ବାର୍ଷିକୀ ପାଳନ ପାଇଁ ଆସି ଦମ୍ପତିଙ୍କ ମଧ୍ୟରୁ ଜଣେ ଶବ ହୋଇ ଫେରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri