କୃଷି ବିଭାଗ ଅଗୋଚରରେ କୃଷକ ପଞ୍ଜୀକରଣ: ଫେକ୍‌ ଓ୍ବେବ୍‌ସାଇଟ୍‌ରେ ପଞ୍ଜୀକରଣ କରି ଟଙ୍କା ହଡପ ସନ୍ଦେହ

ସୋରଡା, ୧୩ା୬ (ଡି.ଏନ.ଏ.)- ସୋରଡା ଅଞ୍ଚଳରେ କୃଷକ ପରିଚୟପତ୍ର ପାଇବା ପାଇଁ ମହିଳା ପୁରୁଷ ଚାଷୀମାନଙ୍କ ଭିଡ କୃଷି କାର୍ଯ୍ୟାଳୟରେ ଲାଗିରହିଛି। ରାଜ୍ୟ କୃଷିବିଭାଗ ତରଫରୁ ଆବଶ୍ୟକ କାଗଜପତ୍ର ଗ୍ରହଣ କରାଯାଇ ଅନଲାଇନ୍‌ ପଞ୍ଜୀକୃତ କରାଯାଇ କୃଷକ ପରିଚୟପତ୍ର ପ୍ରଦାନ କରାଯାଇଛି ସମ୍ପୂର୍ଣ୍ଣ ମାଗଣାରେ। ଯେଉଁଥିରେ କି ଚାଷୀମାନଙ୍କୁ ସବ୍‌ସିଡି ବ୍ୟବସ୍ଥା ରହିଛି ଏବଂ ଏହା ନିୟମାନୁଯାୟୀ ଚାଲିଛି ବିଭାଗ ତରଫରୁ। କିନ୍ତୁ ଅନ୍ୟପଟେ ଆଉ ଏକପ୍ରକାର କୃଷକ ପରିଚୟପତ୍ର ପଞ୍ଜୀକରଣ କରି ଦିଆଯାଇଛି। ଏଥିପାଇଁ ଶହେରୁ ୩ଶହ ଟଙ୍କା ଦାବି କରାଯାଉଛି। ଉକ୍ତ ହଳଦିଆ ରଙ୍ଗ ପରିଚୟପତ୍ରରେ ଚାଷୀଙ୍କ ନାମ, ଠିକଣା, ପଞ୍ଜୀକରଣ ନମ୍ବର, ଫଟୋ ଏବଂ କେବଳ କୃଷିବିଭାଗ ବୋଲି ଇଂଲିଶରେ ଉଲ୍ଲେଖ ରହିଛି। ଏଠାରେ ୨୬ ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଚାଷୀମାନଙ୍କୁ ପଞ୍ଜୀକରଣ କରାଯାଇଥିବା ଜଣାପଡିଛି। ଅଞ୍ଚଳର କେତେକ ବ୍ୟକ୍ତି ଚାଷୀଙ୍କ ଠାରୁ ତଥ୍ୟ ଓ ଟଙ୍କା ଆଣି ଏପରି ପଞ୍ଜୀକରଣ କରୁଛନ୍ତି। ବୁଧବାର ସୁଦ୍ଧା ରାଇବନ୍ଧ ପଞ୍ଚାୟତର ୪୨୮, ସିଦ୍ଧପୁର ୨୧୯, ଏକଲପୁରରେ ୧୫୧ ଏବଂ ଅନ୍ୟ ସବୁ ପଞ୍ଚାୟତରେ ଅଳ୍ପ କେତେଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଏହି ପରିଚୟପତ୍ର କେବଳ ସୋରଡା ନୁହେଁ ବରଂ ଗଞ୍ଜାମ ଜିଲାର ସବୁ ବ୍ଲକରେ ଚାଲିଛି। ପୁରୁଷୋତ୍ତମପୁର ୧୨୬୬୪, ଗଞ୍ଜାମ ୧୧୭୮୬, କବିସୂର୍ଯ୍ୟନଗର ୨୨୦୩୭, ଖଲ୍ଲିକୋଟରେ ୪୪୭୭୨ଜଣ ଚାଷୀ ପଞ୍ଜୀକରଣ କରିଥିବା ଓ୍ବେବ୍‌ସାଇଟ୍‌ରୁ ତଥ୍ୟ ମିଳୁଛି। କିଷାନ ଡଟ୍‌ ଜିଓଭିି ଡଟ୍‌ ଇନ୍‌ ନାମକ ଓ୍ବେବ୍‌ସାଇଟ୍‌ରେ ଏହା ପଞ୍ଜୀକୃତ ହୋଇଛି। ଓଡିଶାର ବିଭିନ୍ନ ଜିଲାରୁ ୪୨ଲକ୍ଷ ୩୪୨ ଜଣ ପଞ୍ଜୀକୃତ କରିସାରିଲେଣି।
ମାତ୍ର ଏଭଳି କୌଣସି ପରିଚୟପତ୍ର ପ୍ରଦାନ ବା ପଞ୍ଜୀକୃତ ପାଇଁ ନିର୍ଦ୍ଦେଶ ଆସିନି, ଉକ୍ତ ପରିଚୟପତ୍ରକୁ ନେଇ ଆମେ ମଧ୍ୟ ସନ୍ଦେହରେ ଅଛୁ। ଏହା ଏକ ଫେକ୍‌ ଓ୍ବେବସାଇଟ୍‌ ବୋଲି ଅନୁମାନ କରୁଛୁ। ଏନେଇ ଆମେ ଉପରିସ୍ଥ ଅଧିକାରୀମାନଙ୍କୁ ମଧ୍ୟ ଜଣାଇଛୁ। ଏହା ଉପରେ ଅନୁଧ୍ୟାନ ଚାଲିଛି ବୋଲି କହିଥିଲେ ବ୍ଲକ କୃଷି ଅଧିକାରୀ ରାଜକିଶୋର ସ୍ବାଇଁ ଓ ସବିତା ସୋରେନ୍‌। ଏପଟେ କାଳିଆ ଟଙ୍କା ମିଳିଥିବା ଯୋଗୁ ଚାଷୀମାନେ ମଧ୍ୟ କୌଣସି ସତ୍ୟତା ନ ଜାଣି ଯିଏ ଯାହା କହିଲା ବିଶ୍ୱାସ କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ହୋଇ ପଡିଛନ୍ତି ଟ୍ରମ୍ପଙ୍କ ପୁଅ!

ଓ୍ବାଶିଂଟନ,୫।୪: ଆମେରିକା ଏବଂ ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିବେଶ ମଧ୍ୟରେ, ଏକ ନୂତନ ବିବାଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଅ…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri