‘କୃଷି କାର୍ଯ୍ୟ ସହ ଜଙ୍ଗଲକୁ ସମନ୍ବିତ କରାଯାଉ’

ସିମୁଳିଆ/ବାଲେଶ୍ୱର ଅଫିସ, ୧୮।୯(ଡି.ଏନ.ଏ.)-ସଚେତନତା ଅଭାବରୁ ପରିବେଶରେ ଅସନ୍ତୁଳନ ବଢିଚାଲିଛି। ଦିନକୁ ଦିନ ଗଛ ସଂଖ୍ୟା କମି ଯାଉଛି। ଫଳରେ ଜଳବାୟୁ ପରିବର୍ତ୍ତନ, ଭୂତାପନ ଓ ସମୁଦ୍ରର ଜଳସ୍ତର ବୃଦ୍ଧି ପରି ବିଭିନ୍ନ ସମସ୍ୟା ମୁଣ୍ଡ ଟେକୁଛି ା ଗଛ ଲଗାଇ ପରିବେଶକୁ ସୁରକ୍ଷା ଦେବା ଲାଗି କୃଷି କାର୍ଯ୍ୟ ସହିତ ଜଙ୍ଗଲ କାର୍ଯ୍ୟକ୍ରମକୁ ସମନ୍ବିତ କରିବାର ଆବଶ୍ୟକତା ଦେଖାଦେଇଛି ବୋଲି ରାଣିତାଲ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ‘ବିଶାଳ ବୃକ୍ଷରୋପଣ ଅଭିଯାନ ଓ କୃଷକ ଗୋଷ୍ଠୀ’ କାର୍ଯ୍ୟକ୍ରମରେ ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।
ଆଞ୍ଚଳିକ ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ ପ୍ରଫେସର ଡ. ଶ୍ୟାମସୁନ୍ଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲାର ଡିଏଫ୍‌ଓ ପୂର୍ଣ୍ଣିମା ପି. ମୁଖ୍ୟଅତିଥି ରୂପେ ଯୋଗଦେଇ ପରିବେଶ ସଚେତନତା ଉପରେ ଗୁରୁତ୍ୱାରୋପ କରି ଜଙ୍ଗଲର ପୁନରୁଦ୍ଧାର ଓ ବୃକ୍ଷରୋପଣ ଦିଗରେ କୃଷକମାନେ ସଚେତନ ହେବା ଦରକାର ବୋଲି କହିଥିଲେ। ଅନ୍ୟତମ ଅତିଥି ରୂପେ ଜିଲା ଉଦ୍ୟାନବିତ୍‌(ଏ.ଡି.ଏଚ୍‌)ଊର୍ମିଳା ମହାପାତ୍ର ଚାଷୀମାନେ ବିଭିନ୍ନ ସରକାରୀ ଯୋଜନାରେ ଥିବା ବୃକ୍ଷରୋପଣର ସୁବିଧା ସୁଯୋଗ ନେବା ସକାଶେ ପରାମର୍ଶ ଦେଇଥିଲେ। ଏପରି କି ଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ବୃକ୍ଷରୋପଣ କରାଯିବା ଓ ଗ୍ରାମ ସଭାରେ ନିଜ ଜମିରେ ଗଛ ଲଗାଇବା ପାଇଁ ନାମ ପଞ୍ଜୀକରଣ କରାଯାଉ ବୋଲି ସେ ମତ ଦେଇଥିଲେ। ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ ପ୍ରଫେସର ଡ. ଶ୍ୟାମସୁନ୍ଦର ମହାପାତ୍ର ଗଛ ଲଗାଇବା ସମ୍ପର୍କରେ ଅନୁରୂପ ମତବ୍ୟକ୍ତ କରିଥିଲେ। କୃଷି ବିଜ୍ଞାନକେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ. ଅରବିନ୍ଦ ଦାସ ଅତିଥି ପରିଚୟ ଦେଇଥିଲେ। ଉତ୍ସବରେ ବିଭିନ୍ନ ଅଞ୍ଚଳର ୯୭ ଚାଷୀ ଯୋଗଦେଇଥିଲେ। ଖଳାଗଡ଼ିଆର ଚାଷୀ ଶଙ୍କର୍ଷଣ ଯେନା ଓ ଜଗଦଳପୁରର ଚାଷୀ ନାରାୟଣ ମହାପାତ୍ର ରାଜପଥ ପାର୍ଶ୍ୱରେ ବୃକ୍ଷରୋପଣ ଲାଗି ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିଭିନ୍ନ ଚାଷୀ ଓ ଜନସାଧାରଣଙ୍କୁ ବିଭିନ୍ନ ଚାରା ବଣ୍ଟନ କରାଯାଇଥିଲା। କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅତିଥିମାନେ ବୃକ୍ଷରୋପଣ କରି ସଚେତନତାର ବାର୍ତ୍ତା ଦେଇଥିଲେ। ଇଫ୍‌କୋ କମ୍ପାନୀ ଏହି ଉତ୍ସବର ମୁଖ୍ୟ ସହଯୋଗୀ ଥିଲା। ମତ୍ସ୍ୟ ବୈଜ୍ଞାନିକ ଡ. ଅମ୍ବିକା ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ସେହିପରି ବାଲିଆପାଳସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ମଧ୍ୟ ବୃହତ୍‌ ବୃକ୍ଷରୋପଣ ଅଭିଯାନ ଏବଂ କୃଷକ ଗୋଷ୍ଠୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୦୦୨ଜଣ ଚାଷୀ ଭଉଣୀ ଓ ଭାଇ ଅଂଶଗ୍ରହଣ କରିଥିଲେ। କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡ. ସୁନୀଲ କୁମାର ମହାପାତ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିଲେ। ଇଫ୍‌କୋରୁ ଆସିଥିବା ଜିଲା ଉପପ୍ରବନ୍ଧକ ଶେଷଦତ୍ତ ସୋନି ଇଫ୍‌କୋ ଉପତ୍ାଦ ଓ ପରିବେଶ ସନ୍ତୁଳନ ସମ୍ପର୍କରେ ଉପସ୍ଥିତ ଚାଷୀମାନଙ୍କୁ ବୁଝାଇଥିଲେ। ଏହି ଅବସରରେ ଶାଗୁଆନ, ନିମ୍ବ, ଆକାଶିଆ, ମାଲାବାର ନିମ୍ବ ଆଦି ୮୦୦ରୁ ଊର୍ଦ୍ଧ୍ୱ ଚାରା ଚାଷୀମାନଙ୍କୁ ପ୍ରଦାନ କରାଯିବା ସହ ବୈଜ୍ଞାନିକ ପ୍ରଣାଳୀରେ ଲଗାଇବା ପାଇଁ ପରାମର୍ଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri