କୂଳ ଲଙ୍ଘୁଛି ଜନନୀ ଯନ୍ତ୍ରଣା: ଖଟିଆରେ ୪ କି.ମି. ବୁହାହେଲେ ଗର୍ଭବତୀ ମା’, ପାହାଡରେ ଜନ୍ମଦେଲେ ଶିଶୁକନ୍ୟା

ନୂଆପଡା ଅଫିସ/ଖଡିଆଳ,୨ା୭: ଶିଶୁ, ମାତୃ ମୃତ୍ୟୁହାର କମାଇବାକୁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଥିସକାଶେ ଆନୁଷ୍ଠାନିକ ପ୍ରସବ ଉପରେ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଉଛି । ହେଲେ ନୂଆପଡ଼ା ଜିଲା ସଦର ମହକୁମାଠାରୁ ୮୦ କି.ମି. ଦୂର ଦୁର୍ଗମ ପାହାଡ ମଧ୍ୟରେ ଥିବା ରାନିମୁଣ୍ଡା ଗ୍ରାମପଞ୍ଚାୟତ ସମାଡପଦର ଗାଁରେ ଏହି ଯୋଜନାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଠାକୁ ଜନନୀ ସୁରକ୍ଷା ଗାଡି ନ ପହଞ୍ଚତ୍ବାରୁ ଗର୍ଭବତୀ ମହିଳାଙ୍କୁ ଦୀର୍ଘ ୪ କି.ମି. ପଥ ଖଟିଆରେ ବୋହି ଆଣୁଥିବା ସମୟରେ ଏକ ଗଛମୂଳେ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ଏଭଳି ଘଟଣା ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଗାଁର ମୁକେଶ ମାଝି (୩୨)ଙ୍କ ସ୍ତ୍ରୀ ପ୍ରମିଳା(୨୭)ଙ୍କୁ ସୋମବାର ରାତିରେ ପ୍ରସବ ଯନ୍ତ୍ରଣା ହୋଇଥିଲା। ସେ ଜନନୀ ସୁରକ୍ଷା ଗାଡିକୁ ଯୋଗାଯୋଗ କରିଥିଲେ। ହେଲେ ଗାଡ଼ି ଆସିଲା ନାହିଁ । ନାଁ ଆଶା ନା ଅଙ୍ଗନୱାଡି କର୍ମୀଙ୍କ ମଧ୍ୟ ଦେଖା ମିଳି ନ ଥିଲା। ସକାଳ ଯାଏଁ ଅପେକ୍ଷା କରିବା ପରେ ୭/୮ଜଣ ଲୋକ ପ୍ରମିଳାଙ୍କୁ ଏକ ଖଟିଆରେ ଆବଡାଖାବଡା ରାସ୍ତାରେ ମୁଣ୍ଡ ଉପରେ ଛତା ଦେଇ ଦୀର୍ଘ ୪ କି.ମି. ଦୂର ବୋହି ଆଣିଥିଲେ । ପାହାଡ ତଳେ ଠିକ ପହଞ୍ଚତ୍ବାବେଳକୁ କନ୍ୟା ଶିଶୁଟି ଜନ୍ମ ନେଲା । ତଥାପି ସେଠାରେ ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ଗାଡି ନ ଆସିବାରୁ ବାଧ୍ୟ ହୋଇ ମା’ ଓ ଶିଶୁଙ୍କୁ ଗାଁକୁ ନେଇଯାଇଥିଲେ। ଏ ବିଷୟରେ ସିଡିଏମଓ ଡା.ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକଙ୍କୁ ପଚାରିବା ତାଙ୍କ ପାଖରେ ଏଭଳି ଖବର ନାହିଁ । ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri