କୁଳିଅଣା ବ୍ଲକ ଆଗରେ ଧାରଣା

କୁଳିଅଣା,୨୮ା୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ମୁଖ୍ୟ ଦପ୍ତର ଚାନ୍ଦୁଆ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ୧୭ଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ସହକାରୀ ଯନ୍ତ୍ରୀଙ୍କ ବଦଳି ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ଲକ ଘେରାଉ କରି ଧାରଣାରେ ବସିଥିଲେ। ଗତ ୨ମାସ ଆଗରୁ ସହକାରୀ ଯନ୍ତ୍ରୀ ମଦନମୋହନ ନାଏକଙ୍କ ବଦଳି ହେବାରୁ ତାଙ୍କ ସ୍ଥାନରେ ସବିତା ସୋରେନ ସହକାରୀ ଯନ୍ତ୍ରୀ ଭାବେ ବ୍ଲକ୍‌ରେ ଦାୟିତ୍ୱ ନେଇଛନ୍ତି। ବର୍ତ୍ତମାନ କୌଣସି ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ନ ହେବା ନିର୍ବାଚିତ ଜନପ୍ରତିନିଧିଙ୍କୁ ସହକାରୀ ଯନ୍ତ୍ରୀ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଆଦି ଅଭିଯୋଗ କରି ଏହି ଧାରଣା ଅନୁଷ୍ଠିତ ହୋଇଥିଲା। ଏନେଇ ଜିଲାପାଳ ଓ ବିଡିଓଙ୍କୁ ଲିଖିତ ଅଭିଯୋଗପତ୍ର ପ୍ରଦାନ କରାଯାଇଛି। ଏନେଇ ବିଡିଓ ଦେବାଶିଷ ମହାପାତ୍ରଙ୍କୁ ପଚାରିବାରୁ ଜିଲାପାଳଙ୍କଠାରେ ଅଭିଯୋଗ କରାଯାଇଛି। ଜିଲାପାଳ ଯାହା ନିଷ୍ପତ୍ତି ଗ୍ରହଣ କରିବେ ବୋଲି କହିଛନ୍ତି। ସେହିପରି ସହକାରୀ ଯନ୍ତ୍ରୀ ସୋରେନଙ୍କ ମତାମତ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।