କୁଟୁରା ମାଂସ ସହ ବନ୍ଧୁକ ଜବତ, ୨ ଗିରଫ

ଆଠମଲ୍ଲିକ, ୧୫ା୪(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବନବିଭାଗ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇ ଶିକାର କୁଟୁରା ମାଂସ ଜବତ ସହ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଆଠମଲ୍ଲିକ ଥାନା ଦୁଧିଆନାଳୀ ଗ୍ରାମର ନରେନ୍ଦ୍ର ମୁଣ୍ଡା(୪୨) ଓ ଖମ୍ବେଶ୍ୱରପାଲି ଗ୍ରାମର ଭଦ୍ର ଦେହୁରୀ(୫୫)। ସେମାନଙ୍କଠାରୁ ଶିକାରରେ ବ୍ୟବହୃତ ଗୋଟିଏ ଦେଶୀ ବନ୍ଧୁକ, କିଛି ଅଫୁଟା ଗୁଳି ଓ ଗୋଟିଏ ଛୁରି ଜବତ କରାଯାଇଛି।
ବନବିଭାଗ ସୂତ୍ରରୁ ପ୍ରକାଶ, ଆଠମଲ୍ଲିକ ରେଞ୍ଜ ତଲେଇପଥର ସଂରକ୍ଷିତ ଜଙ୍ଗଲର ୧୯ ନମ୍ବର କମ୍ପାର୍ଟମେଣ୍ଟରେ ଏହି ଶିକାର କରାଯାଇଛି। ଅଭିଯୁକ୍ତମାନେ ମାଂସ ଧରି ଫେରୁଥିବା ବେଳେ ଖବରପାଇ ଡିଏଫଓ ସମ୍ୟକ୍ ସାମନ୍ତରାଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗ କର୍ମଚାରୀମାନେ ସେଠାରେ ଚଢ଼ାଉ କରିଥିଲେ। ଖମ୍ବେଶ୍ବରୀଖୋଲ ନାଳ ନିକଟରୁ ଉଭୟଙ୍କୁ ଗିରଫ କରାଯିବା ପରେ ଭଦ୍ରଙ୍କ ଘରୁ ଦେଶୀ ବନ୍ଧୁକ ଜବତ କରାଯାଇଛି। ପରେ ବିଭାଗ ପକ୍ଷରୁ ଜବତ ମାଂସକୁ ପୋତି ଦିଆଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା ଡିଏଫ୍ଓ ପ୍ରକାଶ କରିଛନ୍ତି । ଚଢ଼ାଉରେ ରେଞ୍ଜ ଅଫିସର କୈଳାସଚନ୍ଦ୍ର ସାହୁ, ଫରେଷ୍ଟର ଶୁଭେନ୍ଦୁ କୁମାର ପ୍ରଧାନ, ସତ୍ୟବାନ୍ ମାହାର, ବିଦ୍ୟାଧର ପ୍ରଧାନ, ପରମେଶ୍ବର ବେହେରା, ଦିବାକର ପାତ୍ର, ସୁଧାକର ବିଶ୍ବାଳ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା: ତୁରେକେଲାରେ ଉତ୍ତରାଞ୍ଚଳ ଆଇଜି

ବଲାଙ୍ଗୀର,୪।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତୁରେକେଲା ନାବାଳିକା ଗଣବଳାତ୍କାର ଘଟଣାରେ ତୁରେକେଲାରେ ପହଞ୍ଚି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଅନୁଧ୍ୟାନ କରିଛନ୍ତି। ଘଟଣାରେ ୬ ଜଣ ନାବାଳକଙ୍କୁ…

ସୁନା ସଫା ପାଉଡର ବିକ୍ରି ବାହାନାରେ ଆସିଲେ, ମହିଳାଙ୍କଠୁ ସୁନା ଗହଣା ଲୁଟ୍ କରି….

ଧର୍ମଶାଳା,୪।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଜାରକାର ଏକ କଲୋନୀରେ ସୁନା ସଫା ପାଉଡର ବିକ୍ରି ନାଁରେ ଲୁଟ୍ କଲେ ଦୁର୍ବୃତ୍ତ । ଜଣେ ମହିଳାଙ୍କ…

ଦାରିଙ୍ଗବାଡିରେ ପୁଣି ବୁଲିଲା ବୁଲ୍‌ଡୋଜର: ଜବରଦଖଲ ଉଚ୍ଛେଦ 

ଦାରିଙ୍ଗବାଡି,୪।୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି  ଥାନା ଅଞ୍ଚଳରେ ପୁଣି ବୁଧବାର ବୁଲଡୋଜର ବୁଲିଛ। ସରକାରୀ ଜମିକୁ ଜବରଦଖଲ କରି ରଖିଥିବା ଦୋକାନ ଗୃହ ସମେତ ବାସ ଗୃହକୁ…

କୂଅରୁ ମିଳିଥିଲା ଛାତ୍ରଙ୍କ ମୃତଦେହ: ୨ ଶିକ୍ଷୟିତ୍ରୀ ନିଲମ୍ବିତ

ନୟାଗଡ଼, ୪।୨( ଲୋକନାଥ ମିଶ୍ର/ ସନ୍ତୋଷ ପ୍ରଧାନ): ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମର ନିଖୋଜ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ବୁଧବାର କୂଅରୁ ଉଦ୍ଧାର…

କାମରେ ଲାଗୁନି ‘ଆମ ଶୌଚାଳୟ’, ଅସୁବିଧା ଭୋଗୁଛନ୍ତି ଯାତ୍ରୀ

ଧର୍ମଶାଳା,୪।୩(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ବସ୍‌ ରହଣି ସ୍ଥାନରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ରହିଥିବା ଶୌଚାଳୟ କାମରେ ଲାଗୁନି। ଏହା ଅପରିଷ୍କାର ଭାବେ ଅଳିଆ ଆବର୍ଜନା…

ସ୍କୁଲରୁ ଶୌଚ ପାଇଁ ଯାଇ ଆଉ ଫେରିନଥିଲେ, ଆଜି କୂଅରୁ ମିଳିଲା ମୃତଦେହ

ନୟାଗଡ଼, ୪।୨( ଲୋକନାଥ ମିଶ୍ର/ ସନ୍ତୋଷ ପ୍ରଧାନ): ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମର ନିଖୋଜ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ବୁଧବାର କୂଅରୁ ଉଦ୍ଧାର…

ପୁଅର ମୃତ୍ୟୁ ପାଇଁ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଦାୟୀ କଲେ ମା’

ତୁମୁଡିବନ୍ଧ,୪ା୨ (ଦୀପକ କୁମାର ପରାସେଠ): ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ମଙ୍ଗଳବାର ମୃତ ଛାତ୍ରଙ୍କ ମା’ ଅଭିଯୋଗ ଆଣିଛନ୍ତି।…

ଡକାୟତି ପାଇଁ କରୁଥିଲେ ଯୋଜନା, ଅତର୍କିତ ଚଢାଉ କଲା ପୋଲିସ, ତା’ପରେ…

ବଲାଙ୍ଗୀର, ୪।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସ ଟିମ ମଙ୍ଗଳବାର ପାଟ୍ରୋଲିଂ କରିବାବେଳେ ହାଇୱେ ଏବଂ ଆଖପାଖରେ ଡକାୟତି ଯୋଜନା କରୁଥିବା ୪ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri