କିରାନା ଦୋକାନ, ରେଷ୍ଟୁରାଣ୍ଟ ଖୋଲିବା ହେବ ସହଜ

ନୂଆଦିଲ୍ଲୀ,୨୧-୬: କେନ୍ଦ୍ର ସରକାର କିରାନା ଦୋକାନ ଏବଂ ରେଷ୍ଟୁରାଣ୍ଟ ଖୋଲିବା ଲାଗି ଆବଶ୍ୟକ ଲାଇସେନ୍ସ ସଂଖ୍ୟା କମାଇବାକୁ ଯାଉଛନ୍ତି। ନାଲିଫିତା ବ୍ୟବସ୍ଥାକୁ ହ୍ରାସ କରିବା ଲାଗି ସରକାର ସିଙ୍ଗଲ ଓ୍ବିଣ୍ଡୋ ସିଷ୍ଟମ ଲାଗୁ କରନ୍ତୁ ବୋଲି ଦୀର୍ଘଦିନ ହେବ ଦାବି ହୋଇ ଆସୁଛି। ଏହା ଲାଗୁ ହେଲେ ବ୍ୟବସାୟ କରିବା ସହଜ ହେବ।
ବର୍ତ୍ତମାନ ସମୟରେ ଏକ କିରାନା ଦୋକାନ ଖୋଲିବା ଲାଗି ୨୮ ପ୍ରକାର କ୍ଲିୟରାନ୍ସ ଓ ଲାଇସେନ୍ସ ନେବାକୁ ପଡିଥାଏ। ସେହିପରି ଢାବା ଓ ରେଷ୍ଟୁରାଣ୍ଟ ଖୋଲିବା ଲାଗି ୧୭ ପ୍ରକାର ଲାଇସେନ୍ସ ଆବଶ୍ୟକ ହୋଇଥାଏ। ଏହା ପରେ ହିଁ କୌଣସି ବ୍ୟକ୍ତି ନିଜର ବ୍ୟବସାୟ ଖୋଲିପାରିବେ। ଜଣେ ଅଧିକାରୀ କହିଛନ୍ତି ଯେ, ସରକାର ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସକୁ ପ୍ରୋତ୍ସାହିତ କରିବାକୁ ଚାହାନ୍ତି। ଏହି କାରଣରୁ ନିୟମ କୋହଳ କରାଯିବ। ଏହାଦ୍ୱାରା ବ୍ୟବସାୟ କରିବା ସହଜ ହେବ। ବର୍ତ୍ତମାନ ସ୍ଥିତିରେ ଲାଇସେନ୍ସ ନେବା ଅଥବା ନବୀକରଣ କରିବା ଲାଗି ଦୀର୍ଘ ଦିନ ଲାଗିଥାଏ। ସେ କହିଛନ୍ତିି ଯେ, ଲାଇସେନ୍ସ ନବୀକରଣ ବ୍ୟବସ୍ଥାକୁ ହଟାଇ ଦିଆଯିବ। ସୂଚନାଯୋଗ୍ୟ ଯେ, ଚାଇନା ଓ ସିଙ୍ଗାପୁର ଭଳି ରାଷ୍ଟ୍ରରେ ରେଷ୍ଟୁରାଣ୍ଟ ଖୋଲିବା ଲାଗି ମାତ୍ର ୪ ପ୍ରକାର କ୍ଲିୟରାନ୍ସ ନେବାକୁ ପଡିଥାଏ। ନ୍ୟାଶନାଲ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଇଣ୍ଡିଆ ପକ୍ଷରୁ ପୁରୁଣା ଆଇନ ସମ୍ପର୍କରେ ମତପ୍ରକାଶ କରି କୁହାଯାଇଛି ଯେ, ଦିଲ୍ଲୀରେ ଗୋଟିଏ ସ୍ୟାଣ୍ଡଓ୍ବିଚ୍‌ ଦୋକାନ ଖୋଲିବା ପାଇଁ ପୋଲିସ ନିକଟରେ ପ୍ରାୟ ୨୪ ପ୍ରକାର ଦସ୍ତାବିଜ ଜମା କରିବାକୁ ପଡ଼ିଥାଏ। ଅନ୍ୟପକ୍ଷରେ ଗୋଟିଏ ବନ୍ଧୁକ କିଣିବା ପାଇଁ କେବଳ ୧୩ ପ୍ରକାର ଡକ୍ୟୁମେଣ୍ଟସ ଦେବାକୁ ପଡେ। ଏନଆର୍‌ଏଆଇ ପ୍ରେସିଡେଣ୍ଟ ତଥା ‘ ଦ ବିୟର କ୍ୟାଫେ’ ପ୍ରତିଷ୍ଠାତା ତଥା ସିଇଓ ରାହୁଲ ସିଂ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସ୍ବାଗତଯୋଗ୍ୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri