କିରାନା ଦୋକାନ, ରେଷ୍ଟୁରାଣ୍ଟ ଖୋଲିବା ହେବ ସହଜ

ନୂଆଦିଲ୍ଲୀ,୨୧-୬: କେନ୍ଦ୍ର ସରକାର କିରାନା ଦୋକାନ ଏବଂ ରେଷ୍ଟୁରାଣ୍ଟ ଖୋଲିବା ଲାଗି ଆବଶ୍ୟକ ଲାଇସେନ୍ସ ସଂଖ୍ୟା କମାଇବାକୁ ଯାଉଛନ୍ତି। ନାଲିଫିତା ବ୍ୟବସ୍ଥାକୁ ହ୍ରାସ କରିବା ଲାଗି ସରକାର ସିଙ୍ଗଲ ଓ୍ବିଣ୍ଡୋ ସିଷ୍ଟମ ଲାଗୁ କରନ୍ତୁ ବୋଲି ଦୀର୍ଘଦିନ ହେବ ଦାବି ହୋଇ ଆସୁଛି। ଏହା ଲାଗୁ ହେଲେ ବ୍ୟବସାୟ କରିବା ସହଜ ହେବ।
ବର୍ତ୍ତମାନ ସମୟରେ ଏକ କିରାନା ଦୋକାନ ଖୋଲିବା ଲାଗି ୨୮ ପ୍ରକାର କ୍ଲିୟରାନ୍ସ ଓ ଲାଇସେନ୍ସ ନେବାକୁ ପଡିଥାଏ। ସେହିପରି ଢାବା ଓ ରେଷ୍ଟୁରାଣ୍ଟ ଖୋଲିବା ଲାଗି ୧୭ ପ୍ରକାର ଲାଇସେନ୍ସ ଆବଶ୍ୟକ ହୋଇଥାଏ। ଏହା ପରେ ହିଁ କୌଣସି ବ୍ୟକ୍ତି ନିଜର ବ୍ୟବସାୟ ଖୋଲିପାରିବେ। ଜଣେ ଅଧିକାରୀ କହିଛନ୍ତି ଯେ, ସରକାର ଇଜ୍‌ ଅଫ୍‌ ଡୁଇଂ ବିଜ୍‌ନେସକୁ ପ୍ରୋତ୍ସାହିତ କରିବାକୁ ଚାହାନ୍ତି। ଏହି କାରଣରୁ ନିୟମ କୋହଳ କରାଯିବ। ଏହାଦ୍ୱାରା ବ୍ୟବସାୟ କରିବା ସହଜ ହେବ। ବର୍ତ୍ତମାନ ସ୍ଥିତିରେ ଲାଇସେନ୍ସ ନେବା ଅଥବା ନବୀକରଣ କରିବା ଲାଗି ଦୀର୍ଘ ଦିନ ଲାଗିଥାଏ। ସେ କହିଛନ୍ତିି ଯେ, ଲାଇସେନ୍ସ ନବୀକରଣ ବ୍ୟବସ୍ଥାକୁ ହଟାଇ ଦିଆଯିବ। ସୂଚନାଯୋଗ୍ୟ ଯେ, ଚାଇନା ଓ ସିଙ୍ଗାପୁର ଭଳି ରାଷ୍ଟ୍ରରେ ରେଷ୍ଟୁରାଣ୍ଟ ଖୋଲିବା ଲାଗି ମାତ୍ର ୪ ପ୍ରକାର କ୍ଲିୟରାନ୍ସ ନେବାକୁ ପଡିଥାଏ। ନ୍ୟାଶନାଲ ରେଷ୍ଟୁରାଣ୍ଟ ଆସୋସିଏଶନ ଅଫ୍‌ ଇଣ୍ଡିଆ ପକ୍ଷରୁ ପୁରୁଣା ଆଇନ ସମ୍ପର୍କରେ ମତପ୍ରକାଶ କରି କୁହାଯାଇଛି ଯେ, ଦିଲ୍ଲୀରେ ଗୋଟିଏ ସ୍ୟାଣ୍ଡଓ୍ବିଚ୍‌ ଦୋକାନ ଖୋଲିବା ପାଇଁ ପୋଲିସ ନିକଟରେ ପ୍ରାୟ ୨୪ ପ୍ରକାର ଦସ୍ତାବିଜ ଜମା କରିବାକୁ ପଡ଼ିଥାଏ। ଅନ୍ୟପକ୍ଷରେ ଗୋଟିଏ ବନ୍ଧୁକ କିଣିବା ପାଇଁ କେବଳ ୧୩ ପ୍ରକାର ଡକ୍ୟୁମେଣ୍ଟସ ଦେବାକୁ ପଡେ। ଏନଆର୍‌ଏଆଇ ପ୍ରେସିଡେଣ୍ଟ ତଥା ‘ ଦ ବିୟର କ୍ୟାଫେ’ ପ୍ରତିଷ୍ଠାତା ତଥା ସିଇଓ ରାହୁଲ ସିଂ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସ୍ବାଗତଯୋଗ୍ୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri