କିଟ୍‌ ବିଶ୍ୱବିଦ୍ୟାଳୟକୁ ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏମିନେନ୍ସ’ ମାନ୍ୟତା

ଭୁବନେଶ୍ୱର, ୮।୯(ବ୍ୟୁରୋ): କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କିଟ୍‌ ବିଶ୍ୱବିଦ୍ୟାଳୟକୁ ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏମିନେନ୍ସ’ ମାନ୍ୟତା ପ୍ରଦାନ କରାଯାଇଛି। ମନ୍ତ୍ରାଳୟ ପକ୍ଷରୁ ଦେଶର ୫ଟି ସରକାରୀ ଓ ୫ଟି ଘରୋଇ ଅନୁଷ୍ଠାନକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଉକ୍ତ ୫ଟି ଅଗ୍ରଣୀ ଉଚ୍ଚତର ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ ଓଡ଼ିଶାର ଏକମାତ୍ର ଅନୁଷ୍ଠାନ ଏବଂ ପୂର୍ବ ଭାରତରେ ଏକମାତ୍ର ଘରୋଇ ଅନୁଷ୍ଠାନ ଭାବେ କିଟ୍‌ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଏହି ପରିପ୍ରେକ୍ଷୀରେ ଗତ ୪ତାରିଖରେ ମନ୍ତ୍ରଣାଳୟ ପକ୍ଷରୁ କିଟ୍‌ ବିଶ୍ୱବିଦ୍ୟାଳୟକୁ ‘ହେତୁ ପତ୍ର’ (ଲେଟର ଅଫ୍‌ ଇଣ୍ଟେଣ୍ଟ୍‌) ପ୍ରଦାନ କରାଯାଇଥିଲା। ଏ ନେଇ ଶନିବାର କିଟ୍‌ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ସୂଚନା ଦେଇଛନ୍ତି। ଏହି ସଫଳତା କିଟ୍‌ର ଛାତ୍ରୀଛାତ୍ର, ଅଭିଭାବକ ଓ ଅଧ୍ୟାପିକା ଅଧ୍ୟାପକଙ୍କ ପାଇଁ ଯେତିକି ଗୌରବର ବିଷୟ, ଓଡ଼ିଶା ରାଜ୍ୟ ପାଇଁ ମଧ୍ୟ ସେତିକି ଗୌରବର ବିଷୟ ବୋଲି ସାମନ୍ତ କହିଛନ୍ତି।

ସୂଚନାଯୋଗ୍ୟ, ଭାରତର କେତେକ ଅଗ୍ରଣୀ ଉଚ୍ଚତର ଶିକ୍ଷାନୁଷ୍ଠାନକୁ ବିଶ୍ୱର ଅନ୍ୟ ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନ ସହ ସମକକ୍ଷ କରାଇବା ପାଇଁ ପ୍ରୟାସ ଆରମ୍ଭ କରାଯାଇଥିଲା। ଏଥି ନିମନ୍ତେ ପ୍ରାକ୍ତନ ମୁଖ୍ୟ ନିର୍ବାଚନ କମିଶନର ଏନ୍‌. ଗୋପାଳସ୍ବାମୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ଏହି ଚୟନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବା ପାଇଁ ଦେଶରେ ଥିବା ସମସ୍ତ ଘରୋଇ ଓ ସରକାରୀ ଅନୁଷ୍ଠାନଠାରୁ ଦରଖାସ୍ତ ଆହ୍ବାନ କରାଯାଇଥିଲା। ବିଶ୍ୱସ୍ତରୀୟ ମାନ୍ୟତା ପାଇବା ପାଇଁ ଦେଶର ଯେଉଁ ସବୁ ଶିକ୍ଷାନୁଷ୍ଠାନ ଆବେଦନ କରିଥିଲେ, ସେମାନଙ୍କୁ ନୂଆଦିଲ୍ଲୀରେ ସେମାନଙ୍କ ଅନୁଷ୍ଠାନ ସମ୍ପର୍କରେ ପ୍ରଦର୍ଶନ କରିବା ପାଇଁ କୁହାଯାଇଥିଲା। ଏହି ପ୍ରଦର୍ଶନକୁ ଭିତ୍ତିକରି ଗୋପାଳସ୍ବାମୀ କମିଟି ଦେଶର ୧୦ଟି ପ୍ରମୁଖ ସରକାରୀ ଓ ୧୦ଟି ଘରୋଇ ଶିକ୍ଷାନୁଷ୍ଠାନକୁ ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏମିନେନ୍ସ’ ମାନ୍ୟତା ପ୍ରଦାନ ନିମନ୍ତେ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ୍‌ (ୟୁଜିସି)କୁ ସୁପାରିଶ କରିଥିଲେ। ପରେ ୟୁଜିସି ଦ୍ୱାରା ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇ ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ୧୦ଟି ଶିକ୍ଷାନୁଷ୍ଠାନ ନାମ ସୁପାରିସ କରାଯାଇଥିଲା। ଉକ୍ତ ଖବରଦାତା ସମ୍ମିଳନୀରେ କିଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି ଏବଂ କୁଳସଚିବ ପ୍ରଫେସର ସସ୍ମିତାରାଣୀ ସାମନ୍ତ ପ୍ରମୁଖ ଏନେଇ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

ରାଜଧାନୀରେ ମଦର ମାହୋଲ: ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇଲେ ଭୁବନେଶ୍ୱରବାସୀ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜଧାନୀ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରି କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅବକାରୀ ବିଭାଗର...

ନବୀନଙ୍କ ଉତ୍ତରାଧିକାରୀକୁ ନେଇ ଚର୍ଚ୍ଚା, ଅଶୋକ ପଣ୍ଡା କହିଲେ ଯେବେ ଯାଏ ନବୀନ ଅଛନ୍ତି…

ଭୁବନେଶ୍ବର,୧।୧: ନୂଆବର୍ଷର ପ୍ରଥମ ଦିନରେ ପୁଣି ଥରେ ନବୀନଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା ବଢ଼ିଛି ।ନବୀନଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ପରେ ମୁହଁ ଖୋଲିଛନ୍ତି ଅଶୋକ...

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...

ନୂଆବର୍ଷରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବର ନିକୋ ପାର୍କର…

ଭୁବନେଶ୍ୱର,୧।୧: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି...

ନୂଆ ମୁଖ୍ୟ ଶାସନ ସଚିବଙ୍କୁ ୧୫ ସୂତ୍ରୀ ନିର୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧।୧: ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ୧୫ ଦଫା ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଲକ୍ଷ୍ୟ ହାସଲ ପାଇଁ...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri