କାହାର ଲାଗି ଅଙ୍ଗନଓ୍ବାଡି: ଛାତ୍ରୀଛାତ୍ର ପାଠ୍‌ପଢ଼ି ଯିବେ ୨ କି.ମି.

 

ଜମନକିରା, ୭।୩ (ଡି.ଏନ୍‌.ଏ.)-
ସମ୍ବଲପୁର ଜିଲା ଜମନକିରା ବ୍ଲକ କଟଙ୍ଗପାଣି ପଁଚେତ୍‌ ଅଧୀନ ଫୁଲକୁସମ ଗଁ। ର ଲାଗି ଆସିଥିବାର ଅଙ୍ଗନଓ୍ବାଡି କେନ୍ଦ୍ରଟା ଗଁ। ରୁ ଦୁଇ କି.ମି. ଦୂରେ ତିଆର କରାଯାଇଛେ। ଏନ୍‌ତାଥି ଛୋଟ ଛୋଟ ଛୁଆମାନେ କେନ୍‌ଥେଇ ପଢ଼ିଯିବେ ଆର କେନ୍ଦ୍ରଟା କାହାର ସୁଆର୍‌ଥକେ ନେଇ ତିଆର ହେଇଛେ ବଲି ଜନ ଗଁ। ବାସୀ ପ୍ରଶ୍ନ କରିଛନ୍‌।
ସୂଚନା ଅନ୍‌ସାରେ କଟଙ୍ଗପାଣି ପଁଚେତ୍‌ ଫୁଲକୁସମ ପ୍ରାଥମିକ ସ୍କୁଲ ପାସେ ଅଙ୍ଗନଓ୍ବାଡି କେନ୍ଦ୍ର କରି ଛୁଆମାନକୁ ପାଠ୍‌ ପଢ଼ାଯାଉଥିଲା। ହେଲେ ବ୍ଲକ ପରଶାସନ ନୂତନ ଅଙ୍ଗନଓ୍ବାଡି କେନ୍ଦ୍ର ଫୁଲକୁସମରେ ନାଇଁକରି କରି ୨ କି.ମି. ଦୂରିଆ କଲାପାଟ ଗଁ। ରେ ତିଆର କରିଛେ। ଇଆଡ଼େ ଫୁଲକୁସମ ଗଁ। ରେ ଅଧ୍‌କା ଛୁଆ ରହିଥିଲାବେଲେ କେନ୍‌ ହିସାବେ ବ୍ଲକ କତୁରପକ୍ଷ କଲାପାଟ ଗଁ। ରେ କେନ୍ଦ୍ର ତିଆରି କଲେ ବଲି ଗଁ। ବାସୀ ପ୍ରଶ୍ନ କରିଛନ୍‌। ଇ ବାବ୍‌ଦେ ବ୍ଲକ କନିଷ୍ଠ ଯନ୍ତ୍ରୀ ରମେଶ ମହାପାତ୍ରକୁଁ ପଚ୍‌ରାଲାରୁ ଅଙ୍ଗନଓ୍ବାଡି ଉପରେ ନିରଭର କରୁଥିବାର ଲୁକ୍‌କୁ ନେଇ ଗୁଟେ ବଇଠକ୍‌ କରାଯାଇଥିଲା। ସେମାନେ କହେବାର ହିସାବେ କଲାପାଟରେ କେନ୍ଦ୍ରଟା ତିଆର କରାଯାଇଛେ ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଜମନକିରା ସିଡିପିଓ ଜୟଶ୍ରୀ ପଟ୍ଟନାୟକକୁଁ ପଚ୍‌ରାଲାରୁ ମୁଇଁ ଟ୍ରେନିଂରେ ଥିଲାବେଲେ ମୋତେ ବ୍ଲକ ପରଶାସନ ନାଇଁ ଜନେଇ କରି ଅଙ୍ଗନଓ୍ବାଡି କେନ୍ଦ୍ରର କୁଠା ତିଆର କରିଛନ୍‌। ଇ ବାବ୍‌ଦେ ମୁଇଁ ଉପଜିଲାପାଳକୁଁ ବି ଜନେଇଛେଁ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ରନ୍ଧନ ଗ୍ୟାସ୍‌ ବିକ୍ରି କଟକଣା: ଛାତ୍ରୀଛାତ୍ର, କର୍ମଜୀବୀ, ଶ୍ରମିକ ଚିନ୍ତାରେ

ଖୋଲା ବଜାରରେ ଖୁଚୁରାରେ ବିକ୍ରି ହେଉଥିବା ରନ୍ଧନ ଗ୍ୟାସ୍‌ ଆଉ ମିଳିବ ନାହିଁ। ହିତାଧିକାରୀ ଠିକ୍‌ ସମୟରେ ଗ୍ୟାସ୍‌ ପାଉ ନ ଥିବାବେଳେ ବେଆଇନ କାରବାର ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri