‘କାଳିଆ’ ଲାଗି ବ୍ୟୟବରାଦ ବଢ଼ିଲା, ଉପକୃତ ହେବେ ୩୨.୩୪ଲକ୍ଷ କୃଷକ ପରିବାର

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟ ସରକାର ‘କାଳିଆ’ ଯୋଜନା ଲାଗି ଅଧିକ ବ୍ୟୟବରାଦ କରିଛନ୍ତି।  ଯୋଜନା ଲାଗି ଅଧିକ ୩୨୩୪ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହାଫଳରେ ୩୨.୩୪ ଲକ୍ଷ କୃଷକ ପରିବାର ଉପକୃତ ହେବେ। ଏଥିରେ ୫୦ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଛନ୍ତି। ସେହିଭଳି ୨୫ ଲକ୍ଷ ଭୂମିହୀନ ଚାଷୀ ମଧ୍ୟ ଏହି ଯୋଜନାରେ ଲାଭ ପାଇବେ ବୋଲି ଜଣାପଡ଼ିଛି। ତେବେ ମୋଟ ୭୫ ଲକ୍ଷ କୃଷକ ପରିବାର ଏହି ଯୋଜନାର ଅନ୍ତର୍ଭୁକ୍ତ ଅଛନ୍ତି।
ପ୍ରକାଶ ଯୋଗ୍ୟ, ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କୃଷକଙ୍କ ଉନ୍ନତି ନିମନ୍ତେ ଏହି ଯୋଜନା ଆଣିଥିଲେ। ଏହାଦ୍ୱାରା ପ୍ରତି କୃଷକ ପରିବାରକୁ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ତେବେ ନିର୍ବାଚନ ଯୋଗୁ କାଳିଆ ଟଙ୍କା ଦେବାରେ ବିଳମ୍ବ ହେଉଥିବାରୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଶେଷ ହେବା ପରେ ତୁରନ୍ତ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏବେ ସରକାର ଗଠନ କରିବା ପରେ ଏହି ପ୍ରତିଶ୍ରୁତି ପାଳନ ଦିଗରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରୁଛନ୍ତି।

Share