Posted inରାଜ୍ୟ

କାଳିଆ ଯୋଜନାରେ ଚାଷୀଙ୍କୁ ମିଳିନି ଟଙ୍କା

ନୟାଗଡ଼ ଅଫିସ,୧୯।୭-ନୟାଗଡ଼ ଜିଲା ସଦର ବ୍ଲକ ଘଡ଼ୁଆଳ ଗ୍ରାମର ଦୁର୍ଯ୍ୟୋଧନ ପାଳ ବୃତ୍ତିରେ ଜଣେ ଚାଷୀ। ନିଜର କିଛି ଏକର ଚାଷଜମିରେ ଫସଲ କରି ପରିବାର ପ୍ରତିପୋଷଣ କରନ୍ତି। କାଳିଆ ଯୋଜନାରେ ତାଙ୍କ ନାମ ତାଲିକାରେ ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିନାହିଁ। ଏ ନେଇ ଜିଲା କୃଷି କାର୍ଯ୍ୟାଳୟଠାରୁ ଆରମ୍ଭ କରି ଉପ କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟଠାରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳି ନାହିଁ। ଟଙ୍କା ମିଳିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଉଥିବା ବେଳେ କେବେ ମିଳିବ ତାହାର ଉତ୍ତର ଦେଇପାରୁନାହାନ୍ତି। ଫଳରେ କାଳିଆ ଯୋଜନା ପ୍ରହସନ ପାଲଟିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଖାଲି ଦୁର୍ଯ୍ୟୋଧନ ନୁହନ୍ତି ଜିଲାରେ ଅଧିକାଂଶ ଚାଷୀଙ୍କୁ ବର୍ତ୍ତମାନ ସୁଦ୍ଧା ପ୍ରଥମ କିସ୍ତି ଟଙ୍କା ମିଳିନାହିଁ। ଦ୍ୱିତୀୟ କିସ୍ତି ଟଙ୍କା କେବେ ମିଳିବ ତାହା କାହା ପାଖରେ ଉତ୍ତର ନାହିଁ।
ଯେ, ସାଧାରଣ ନିର୍ବାଚନ ପୂର୍ବରୁ ଏପ୍ରିଲ ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ ବିଜେଡି ସରକାର ଗଢ଼ିଲେ ପ୍ରଥମ ଦିନରେ ହିଁ କାଳିଆ ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଏକା ସଙ୍ଗେ ୨ଟି କିସ୍ତିରେ ଟଙ୍କା ପଠାଯିବ। ବିଜେଡି ସରକାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ମୁତାବକ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ପାଇଁ ଘୋଷଣା କଲେ। ହେଲେ ନୟାଗଡ଼ ଜିଲାରେ ଏ ପର୍ଯ୍ୟନ୍ତ ଦ୍ୱିତୀୟ କିସ୍ତି କ’ଣ ପ୍ରଥମ କିସ୍ତିରେ ଆବେଦନ କରିଥିବା ସମସ୍ତ ଚାଷୀଙ୍କୁ ଟଙ୍କା ମିଳିନାହିଁ। ଫଳରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପାଣିରେ ଗାର ବୋଲି ଚାଷୀମାନେ କହିଛନ୍ତି।
୮ ବ୍ଲକର ୧୭୦୨ ଗ୍ରାମର ୨ ଲକ୍ଷ ୭ ହଜାର ୯୮୪ ଜଣ ଚାଷୀ କାଳିଆ ଯୋଜନାରେ ସାମିଲ ହେବା ପାଇଁ ପ୍ରଥମ ପର୍ଯ୍ୟାୟରେ ଆବେଦନ କରିଥିଲେ। ସବୁଜ ଫର୍ମରେ ନୟାଗଡ଼ ବ୍ଲକର ୩୫,୧୦୮, ଓଡ଼ଗାଁର ୩୩,୩୨୫, ଖଣ୍ଡପଡ଼ାର ୨୫,୦୮୬ , ରଣପୁରର ୩୮,୨୪୭, ଭାପୁରର ୨୨,୦୧୩, ଦଶପଲ୍ଲାର ୨୨,୦୬୧, ନୂଆଗାଁର ୨୩,୯୧୫, ଗଣିଆର ୮୨୨୯ଜଣ ଏହିଭଳି ମୋଟ ୨ ଲକ୍ଷ ୭ ହଜାର ୯୮୪ ଜଣ ଚାଷୀ ଆବେଦନ କରିଥିଲେ। ପ୍ରଥମ କିସ୍ତିରେ ବର୍ତ୍ତମାନ ସୁଦ୍ଧା ନୟାଗଡ଼ ବ୍ଳକରେ ୧୯,୨୮୨, ଓଡ଼ଗାଁରେ ୨୫୨୬୪, ଖଣ୍ଡପଡ଼ାରେ ୧୪,୯୭୩, ରଣପୁରରେ ୨୩,୦୧୦, ଭାପୁରରେ ୧୫୨୯୭, ଦଶପଲ୍ଲାରେ ୧୪,୩୨୩, ନୂଆଗାଁରେ ୧୭,୧୧୯ ଓ ଗଣିଆ ବ୍ଲକରେ ୪,୯୭୭ ଜଣ ଏହିଭଳି ମୋଟ ୧ଲକ୍ଷ ୩୪ ହଜାର ୨୪୫ ଜଣ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ଅନ୍ୟମାନଙ୍କ ଆକାଉଣ୍ଟକୁ ବର୍ତ୍ତମାନ ସୁଦ୍ଧା ଟଙ୍କା ଯାଇନାହିଁ। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୧ ଲକ୍ଷ ସବୁଜ ଫର୍ମ ପଡ଼ିଥିଲା। ଏହି ପର୍ଯ୍ୟାୟରେ ପ୍ରଥମ କିସ୍ତିରେ ବାଦ୍‌ ପଡ଼ିଥିବା ଅଧିକାଂଶ ଚାଷୀ କାଳେ ପୁଣିଥରେ ସେମାନଙ୍କ ନାମ ଚୟନ କରାଯିବ ତାହା ଭାବି ପୁନର୍ବାର ଫର୍ମ ପକାଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ ହୋଇନାହିଁ। ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଯୋଜନାରେ ଟଙ୍କା ଯାଇ ନ ଥିବା ନେଇ ଉପ କୃଷି ନିର୍ଦ୍ଦେଶକ ଶିଶିର କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କୁହନ୍ତି, ଯେଉଁ ଚାଷୀମାନଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବର ଭୁଲ ଥିବ କିମ୍ବା ଆଧାର କାର୍ଡ଼ ସଂଯୋଗ ହୋଇ ନ ଥିବ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇ ନ ଥିବ। ଆଗାମୀ ଦିନରେ ଯୋଗ୍ୟ ଚାଷୀଙ୍କୁ କାଳିଆ ଯୋଜନାରେ ଟଙ୍କା ମିଳିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri