Posted inରାଜ୍ୟ

କାଳିଆ ଯୋଜନାରେ ଚାଷୀଙ୍କୁ ମିଳିନି ଟଙ୍କା

ନୟାଗଡ଼ ଅଫିସ,୧୯।୭-ନୟାଗଡ଼ ଜିଲା ସଦର ବ୍ଲକ ଘଡ଼ୁଆଳ ଗ୍ରାମର ଦୁର୍ଯ୍ୟୋଧନ ପାଳ ବୃତ୍ତିରେ ଜଣେ ଚାଷୀ। ନିଜର କିଛି ଏକର ଚାଷଜମିରେ ଫସଲ କରି ପରିବାର ପ୍ରତିପୋଷଣ କରନ୍ତି। କାଳିଆ ଯୋଜନାରେ ତାଙ୍କ ନାମ ତାଲିକାରେ ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିନାହିଁ। ଏ ନେଇ ଜିଲା କୃଷି କାର୍ଯ୍ୟାଳୟଠାରୁ ଆରମ୍ଭ କରି ଉପ କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟଠାରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳି ନାହିଁ। ଟଙ୍କା ମିଳିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଉଥିବା ବେଳେ କେବେ ମିଳିବ ତାହାର ଉତ୍ତର ଦେଇପାରୁନାହାନ୍ତି। ଫଳରେ କାଳିଆ ଯୋଜନା ପ୍ରହସନ ପାଲଟିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଖାଲି ଦୁର୍ଯ୍ୟୋଧନ ନୁହନ୍ତି ଜିଲାରେ ଅଧିକାଂଶ ଚାଷୀଙ୍କୁ ବର୍ତ୍ତମାନ ସୁଦ୍ଧା ପ୍ରଥମ କିସ୍ତି ଟଙ୍କା ମିଳିନାହିଁ। ଦ୍ୱିତୀୟ କିସ୍ତି ଟଙ୍କା କେବେ ମିଳିବ ତାହା କାହା ପାଖରେ ଉତ୍ତର ନାହିଁ।
ଯେ, ସାଧାରଣ ନିର୍ବାଚନ ପୂର୍ବରୁ ଏପ୍ରିଲ ୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଯେ ବିଜେଡି ସରକାର ଗଢ଼ିଲେ ପ୍ରଥମ ଦିନରେ ହିଁ କାଳିଆ ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଏକା ସଙ୍ଗେ ୨ଟି କିସ୍ତିରେ ଟଙ୍କା ପଠାଯିବ। ବିଜେଡି ସରକାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ମୁତାବକ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ପାଇଁ ଘୋଷଣା କଲେ। ହେଲେ ନୟାଗଡ଼ ଜିଲାରେ ଏ ପର୍ଯ୍ୟନ୍ତ ଦ୍ୱିତୀୟ କିସ୍ତି କ’ଣ ପ୍ରଥମ କିସ୍ତିରେ ଆବେଦନ କରିଥିବା ସମସ୍ତ ଚାଷୀଙ୍କୁ ଟଙ୍କା ମିଳିନାହିଁ। ଫଳରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପାଣିରେ ଗାର ବୋଲି ଚାଷୀମାନେ କହିଛନ୍ତି।
୮ ବ୍ଲକର ୧୭୦୨ ଗ୍ରାମର ୨ ଲକ୍ଷ ୭ ହଜାର ୯୮୪ ଜଣ ଚାଷୀ କାଳିଆ ଯୋଜନାରେ ସାମିଲ ହେବା ପାଇଁ ପ୍ରଥମ ପର୍ଯ୍ୟାୟରେ ଆବେଦନ କରିଥିଲେ। ସବୁଜ ଫର୍ମରେ ନୟାଗଡ଼ ବ୍ଲକର ୩୫,୧୦୮, ଓଡ଼ଗାଁର ୩୩,୩୨୫, ଖଣ୍ଡପଡ଼ାର ୨୫,୦୮୬ , ରଣପୁରର ୩୮,୨୪୭, ଭାପୁରର ୨୨,୦୧୩, ଦଶପଲ୍ଲାର ୨୨,୦୬୧, ନୂଆଗାଁର ୨୩,୯୧୫, ଗଣିଆର ୮୨୨୯ଜଣ ଏହିଭଳି ମୋଟ ୨ ଲକ୍ଷ ୭ ହଜାର ୯୮୪ ଜଣ ଚାଷୀ ଆବେଦନ କରିଥିଲେ। ପ୍ରଥମ କିସ୍ତିରେ ବର୍ତ୍ତମାନ ସୁଦ୍ଧା ନୟାଗଡ଼ ବ୍ଳକରେ ୧୯,୨୮୨, ଓଡ଼ଗାଁରେ ୨୫୨୬୪, ଖଣ୍ଡପଡ଼ାରେ ୧୪,୯୭୩, ରଣପୁରରେ ୨୩,୦୧୦, ଭାପୁରରେ ୧୫୨୯୭, ଦଶପଲ୍ଲାରେ ୧୪,୩୨୩, ନୂଆଗାଁରେ ୧୭,୧୧୯ ଓ ଗଣିଆ ବ୍ଲକରେ ୪,୯୭୭ ଜଣ ଏହିଭଳି ମୋଟ ୧ଲକ୍ଷ ୩୪ ହଜାର ୨୪୫ ଜଣ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ଅନ୍ୟମାନଙ୍କ ଆକାଉଣ୍ଟକୁ ବର୍ତ୍ତମାନ ସୁଦ୍ଧା ଟଙ୍କା ଯାଇନାହିଁ। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୧ ଲକ୍ଷ ସବୁଜ ଫର୍ମ ପଡ଼ିଥିଲା। ଏହି ପର୍ଯ୍ୟାୟରେ ପ୍ରଥମ କିସ୍ତିରେ ବାଦ୍‌ ପଡ଼ିଥିବା ଅଧିକାଂଶ ଚାଷୀ କାଳେ ପୁଣିଥରେ ସେମାନଙ୍କ ନାମ ଚୟନ କରାଯିବ ତାହା ଭାବି ପୁନର୍ବାର ଫର୍ମ ପକାଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ ହୋଇନାହିଁ। ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଯୋଜନାରେ ଟଙ୍କା ଯାଇ ନ ଥିବା ନେଇ ଉପ କୃଷି ନିର୍ଦ୍ଦେଶକ ଶିଶିର କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କୁହନ୍ତି, ଯେଉଁ ଚାଷୀମାନଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବର ଭୁଲ ଥିବ କିମ୍ବା ଆଧାର କାର୍ଡ଼ ସଂଯୋଗ ହୋଇ ନ ଥିବ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇ ନ ଥିବ। ଆଗାମୀ ଦିନରେ ଯୋଗ୍ୟ ଚାଷୀଙ୍କୁ କାଳିଆ ଯୋଜନାରେ ଟଙ୍କା ମିଳିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

୨୦୨୯ରେ ରାହୁଲ ଗାନ୍ଧୀ ହେବେ କି ବିରୋଧୀଙ୍କ ଚେହେରା? ମମତାଙ୍କ ଜବାବକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍‌ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍‌ର ନେତାମାନେ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?