କାଳବୈଶାଖୀ ହେଲା କାଳ: ଉପୁଡ଼ିଲା ଟେଣ୍ଟ ଖୁଣ୍ଟ, ଜୀବନ ବିକଳରେ ଦୌଡ଼ିଲେ ଦର୍ଶକ

ମହାକାଳପଡ଼ା, ୧୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମା’ ଦରିଆ ରାମଚଣ୍ଡୀ ମନ୍ଦିର ପୀଠରେ ଜମ୍ବୁ ଦ୍ୱୀପ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ୪ର୍ଥ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ହେଲେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା। ଭରପୂର ଦର୍ଶକ ସମ୍ବଲପୁରୀ ଓ ଓଡ଼ିଶୀ ନୃତ୍ୟର ମଜା ନେଉଥିଲେ। ସାଢ଼େ ୬ଟାରେ କାଳବୈଶାଖୀ ବର୍ଷା ଆରମ୍ଭ ହୋଇଥିଲା। ତୁହାକୁ ତୁହା ବର୍ଷା ଓ ପବନର ବେଗ ବଢ଼ିବାରୁ ମଞ୍ଚ ଭିତରେ ଥିବା ଦର୍ଶକ ଭୟଭୀତ ହୋଇଥିଲେ। ବିଶାଳ ମଞ୍ଚ ଲାଗି ପୋତା ଯାଇଥିବା ଖୁଣ୍ଟ ୨ରୁ ୩ ଫୁଟ୍‌ ଉପରକୁ ଉଠି ଓହଳି ଥିଲା। ମଞ୍ଚ ଭିତରେ ଥିବା ଦର୍ଶକମାନେ ଭୟଭୀତ ହୋଇ ଜୀବନ ବିକଳରେ ଯିଏ ଯୁଆଡେ ପାରିଲେ ଦୌଡିଥିଲେ। ଅନେକ ଦର୍ଶକ ଶିଶୁ, ମହିଳା, ବୃଦ୍ଧାବୃଦ୍ଧ, ବରିଷ୍ଠ ନାଗରିକ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ିଲା। ତଥାପି ଦର୍ଶକମାନେ ମା’ ରାମଚଣ୍ଡୀଙ୍କୁ ସ୍ମରଣ କରି ବ୍ୟାରିକେଡ୍‌ରୁ ବାହାରିବା ବେଳେ କାଦୁଅ ଓ ବର୍ଷାରେ ଭିଜି ଭିଜି ମା’ଙ୍କ ମନ୍ଦିରକୁ ଯାଇଥିଲେ। କାଳବୈଶାଖୀ ବର୍ଷା ପବନ ଅଧ ଘଣ୍ଟା ଧରି ତାଣ୍ଡବ ରଚାଇଥିଲା। ଏଥିରେ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଅପରପକ୍ଷରେ ୪ର୍ଥ ସା କାର୍ଯ୍ୟକ୍ରମରେ ଯୋଗଦେବାକୁ ଅସୁଥିବା ୨ ମନ୍ତ୍ରୀ ଅଧା ବାଟରୁ ଫେରି ଯାଇଥିବା ସୂଚନା ମିଳିଛି। କାଳବୈଶାଖୀରେ ଅନେକ ଦୋକାନର ପଲିଥିନ ଉଡ଼ି ଯାଇଛିି। ବର୍ଷା ପବନ ବେଳେ ରାଜସ୍ବ ନିରୀକ୍ଷକ ବିଜୟ କୁମାର ବେହେରା ଘଟଣାସ୍ଥଳରେ ଉପସ୍ଥିତ ରହି ଦର୍ଶକମାନଙ୍କୁ ଭୟଭୀତ ନ ହୋଇ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଥିଲେ। ଏ ସଂକ୍ରାନ୍ତରେ ମହାକାଳପଡ଼ା ତହସିଲଦାର ତଥା ମନ୍ଦିର ଟ୍ରଷ୍ଟି ଶିବ ମଲ୍ଲିକଙ୍କୁ ପଚାରିବାରେ ବର୍ଷା ପବନ ବେଳେ ଲୋକଙ୍କୁ ସତର୍କ ରହିବା ସହ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଥିବା ସେ କହିଛନ୍ତି।

Share
Tags: kalabaisakhi