କାର୍ଯ୍ୟାଳୟରେ କାମ କରୁନି ଇଣ୍ଟରନେଟ୍‌: ୧୫ ମଧ୍ୟରେ କେମିତି ସରିବ ଡିଜିଟାଲ ବ୍ୟବସ୍ଥା

ଅନୁଗୋଳ ଅଫିସ, ୧୩।୯-ହିତାଧିକାରୀଙ୍କ ଭତ୍ତା କାର୍ଡ ସହ ଆଧାର କାର୍ଡ ସଂଲଗ୍ନ କରାଯିବ। ଗତ ଫେବୃୟାରୀରୁ ରାଜ୍ୟ ସରକାରଙ୍କ ନିକଟରୁ ଏ ନେଇ ନିର୍ଦ୍ଦେଶ ଆସିଥିଲା। ହେଲେ ଅଗଷ୍ଟ ଶେଷ ଆଡ଼କୁ ରିମାଇଣ୍ଡର ଆସିବା ପରେ ଅନୁଗୋଳ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଗତ ୫ ତାରିଖରେ ପ୍ରତି ଉପଖଣ୍ଡ ଉପଜିଲାପାଳଙ୍କୁ ଚିଠି (ନଂ. ୯୩୪) କରାଯାଇ ଆସନ୍ତା ୧୫ ତାରିଖ ମଧ୍ୟରେ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଅଧିକାଂଶ ସମୟ ଇଣ୍ଟରନେଟ କାର୍ଯ୍ୟ କରୁ ନ ଥିବାରୁ ଏହି ସମୟ ମଧ୍ୟରେ କିପରି କାର୍ଯ୍ୟ ଶେଷ କରାଯିବ ତାହାକୁ ନେଇ ଏବେ ହରଡ଼ଘଣାରେ ପଡ଼ିଛି ପ୍ରଶାସନ।
ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଫେବୃୟାରୀ ୧୧ରେ ଚିଠି ନଂ ୧୩୧୭ରେ ଅନୁଗୋଳ ଜିଲା ପ୍ରଶାସନ ନିକଟକୁ ଏହି ନିର୍ଦ୍ଦେଶ ଆସିଥିଲା। ଏହାପରେ ଚିଠି ନଂ ୭୩୬୭/୩୦ା୮ା୨୦୧୯ ଓ ୭୪୦୯/୩୧ା୮ା୨୦୧୯ରେ ବିଭାଗୀୟ ନିର୍ଦ୍ଦେଶକ ପୁନର୍ବାର ଜିଲା ପ୍ରଶାସନ ନିକଟକୁ ଚିଠି ଲେଖିଥିଲେ। ଉକ୍ତ ଚିଠି ପାଇବା ପରେ ଅନୁଗୋଳ ଜିଲା ପ୍ରଶାସନ ଗତ ୫ ତାରିଖରେ ଉପଖଣ୍ଡ ଉପଜିଲାପାଳମାନଙ୍କୁ ଚିଠି କରି ଏହାର ଶତପ୍ରତିଶତ ରୂପାୟନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ପ୍ରତି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଠିକା କର୍ମଚାରୀ (ପ୍ରୋଗ୍ରାମ ଆସିଷ୍ଟାଣ୍ଟ) ମାନଙ୍କୁ ଭିନ୍ନ ଭିନ୍ନ ବ୍ଲକରେ କାର୍ଯ୍ୟ କରିବା ପାଇଁ ଡେପୁଟେଶନରେ ପଠାଯିବା ସହ କାର୍ଯ୍ୟ ନ ସରିବା ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟରେ ରହିବାକୁ କୁହାଯାଇଛି। ତଦନୁଯାୟୀ ପାଲଲହଡ଼ା ଉପଜିଲାପାଳଙ୍କ କାର୍ଯ୍ୟାଳୟର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ପ୍ରସନ୍ନ କୁମାର ସାହୁଙ୍କୁ ପାଲଲହଡ଼ା ବ୍ଲକକୁ ବଦଳି କରାଯାଇଛି। ସେହିପରି ଆଠମଲ୍ଲିକ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ସୁଧାଂଶୁ ଶେଖର ପାତ୍ରଙ୍କୁ ଆଠମଲ୍ଲିକ ବ୍ଲକ, ଅନୁଗୋଳ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ନିବେଦିତା ପଟ୍ଟନାୟକଙ୍କୁ ଅନୁଗୋଳ ବ୍ଲକ ଓ ତାଳଚେର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଜିତେନ୍ଦ୍ର କୁମାର ପ୍ରଧାନଙ୍କୁ ବଅଁରପାଳ ବ୍ଲକକୁ ଡେପୁଟେଶନରେ ପଠାଯାଇଛି। ଏଥିସହ ଅନୁଗୋଳ ଜିଲାରେ ଥିବା ଦୁଇଟି ପୌରପାଳିକା ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳ ପରିଷଦରେ ମଧ୍ୟ ଜଣେ ଲେଖାଏ କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ହେଲେ ସମସ୍ୟା ହେଉଛି, ନିୟୋଜିତ ଏହି କର୍ମଚାରୀମାନଙ୍କୁ କମ୍ପ୍ୟୁଟର ପ୍ରଦାନ କରାଯାଇଥିଲେ ହେଁ ଅଧିକାଂଶ ସ୍ଥାନରେ ଇଣ୍ଟରନେଟ ସୁବିଧା ସମ୍ପୂର୍ଣ୍ଣ ଭାବେ ଉପଲବ୍ଧ ହୋଇପାରୁ ନାହିଁ। ଏପରି କି ବ୍ଲକ କାର୍ଯ୍ୟାଳୟର ଅଧିକାରୀମାନେ ସେମାନଙ୍କୁ ମୋବାଇଲ ଡାଟା କେବୁଲ ଲଗାଇ କାର୍ଯ୍ୟ କରିବାକୁ ବାଧ୍ୟ କରୁଛନ୍ତି ବୋଲି ବିଭିନ୍ନ ସ୍ଥାନରୁ ଅଭିଯୋଗ ହେଉଛି। ଏପରି ପରିସ୍ଥିତିରେ ସରକାର ଧାର୍ଯ୍ୟ କରିଥିବା ସମୟସୀମା ମଧ୍ୟରେ କିପରି କାର୍ଯ୍ୟ ଶେଷ କରାଯିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ବ୍ଲକ ଅଞ୍ଚଳରେ ଏଭଳି ସମସ୍ୟା ଥିବା ବେଳେ ପୌରାଞ୍ଚଳ ଓ ଏନଏସିରେ ୯୦ ପ୍ରତିଶତରୁ ଅଧିକ କାର୍ଯ୍ୟ ସରିଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ବର୍ଷ ଆରମ୍ଭରୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିଥିବାବେଳେ କାହିଁକି ଏତେ ବିଳମ୍ବରେ ଓ ଅବ୍ୟବସ୍ଥିତ ଢଙ୍ଗରେ ଡିଜିଟାଲ ବ୍ୟବସ୍ଥା ଗ୍ରହଣ କରାଯାଉଛି ତାହାକୁ ନେଇ କର୍ମଚାରୀମାନେ ପ୍ରଶ୍ନ ଉଠାଇଛନ୍ତି।
ଏ ସମ୍ପର୍କରେ ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ କହିଛନ୍ତି, ଜିଲାରେ ଭତ୍ତା ପାଉଥିବା ଲୋକଙ୍କୁ ଡିଜିଟାଲ ସଂଲଗ୍ନ କରାଯିବା ପାଇଁ ୪ଟି ଉପଖଣ୍ଡର ପ୍ରୋଗ୍ରାମ ଆସିଷ୍ଟାଣ୍ଟମାନଙ୍କୁ ନିୟୋଜିତ କରାଯାଇଛି। ୧୫ ତାରିଖ ମଧ୍ୟରେ କାର୍ଯ୍ୟ ସରିବାର ସମୟସୀମା ରହିଛି। ଅଧିକ ୨/୩ ଦିନ ପର୍ଯ୍ୟନ୍ତ ଏହାକୁ ବଢ଼ାଯାଇପାରେ। କାର୍ଯ୍ୟ ସରିବା ପରେ ସମ୍ପୃକ୍ତ କର୍ମଚାରୀମାନଙ୍କୁ ପୁଣି ନିଜ କାର୍ଯ୍ୟାଳୟକୁ ପଠାଇ ଦିଆଯିବ। ବିଭିନ୍ନ ସ୍ଥାନରେ ଇଣ୍ଟରନେଟ ନ ଥିବା ଅଭିଯୋଗ ଆସୁଛି। ସେହିସବୁ ସ୍ଥାନରେ କିପରି ସେବା ତ୍ୱରାନ୍ବିତ କରାଯିବ ସେ ନେଇ ଜିଲା ପ୍ରଶାସନ ନଜର ରଖିଥିବା ଉପଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଧାନକ୍ରୟ କେନ୍ଦ୍ର ସାମ୍ନାରେ ୨ ଚାଷୀଙ୍କ ଧାରଣା: ସମିତିର ଏମିତି ତ୍ରୁଟି…

ତିହିଡି଼,୧୯/୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ବାରସର ସମବାୟ ସମିତି ଧାନ କ୍ରୟ କେନ୍ଦ୍ର କାର୍ଯ୍ୟାଳୟ ସାମ୍ନାରେ ଗୁରୁବାର ସକାଳଠାରୁ ୨ଜଣ ଚାଷୀ ଧାରଣାରେ ବସିଛନ୍ତି l ତିଆଡ଼ିସାହି…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri