କାରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜଧାନୀରେ ଦିନକୁଦିନ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଅପରାଧୀମାନଙ୍କ ଲୁଟପାଟ ବଢିବାରେ ଲାଗିଛି। ପାସ୍‌ପୋର୍ଟ ଅଫିସ ନିକଟରେ ବୁଧବାର ଅପରାହ୍ନରେ ଜଣେ ଇଞ୍ଜିନିୟରଙ୍କ କାରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ର ତନାଘନା ଆରମ୍ଭ ହୋଇଛି। ପୋଲିସ ସୂଚନା ମୁତାବକ, ରାଜେଶ ସ୍ବାଇଁ ନାମକ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ବୁଧବାର ମଧ୍ୟାହ୍ନରେ ପାସ୍‌ପୋର୍ଟ କାର୍ଯ୍ୟାଳୟ ନିକଟରେ କାର ପାର୍କିଂ କରିଥିଲେ। ତାଙ୍କ ସହ ତାଙ୍କ ସ୍ତ୍ରୀ ଓ ସାନ ଭାଇ ମଧ୍ୟ ଥିବା ବେଳେ ସମସ୍ତେ କାରରୁ ଓହ୍ଲାଇ କାମରେ ଭିତରକୁ ଯାଇଥିଲେ। ସେଠାରୁ ଫେରି କାରରୁ ତାଙ୍କ ସ୍ତ୍ରୀଙ୍କର ଭ୍ୟାନିଟି ବ୍ୟାଗ ନ ଥିବା ଦେଖିବାକୁ ପାଇଥିଲେ। ଏଥିସହ ସେଥିରେ ଥିବା ଟଙ୍କା, ମୋବାଇଲ ଫୋନ ଏବଂ ସୁନା ମୁଦି ଓ ଚେନ ସହ ଜରୁରୀ କାଗଜପତ୍ର ଗାଏବ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗାରେ ମଶାଙ୍କ ପ୍ରାଦୁର୍ଭାବ: ପ୍ରତି ଡ୍ରେନ୍‌ରେ ପକାଯାଉଛି ମଶାତେଲ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି।…

କାରଣ ଖୋଜୁଛି ଦଳ? ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପାର ବଡ଼ ବୈଠକ

ପାଟନା,୫।୮: ବଡ଼ ପରାଜୟ ପରେ, ଭାଜପା ଆଜି (ବୁଧବାର) ପାଟନାସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ନେତାମାନେ ବୈଠକରେ…

କେବେ ମାର୍କେଟକୁ ଆସିବ ପ୍ଲାଷ୍ଟିକ୍‌ ନୋଟ୍‌? RBI ଗଭର୍ନର କହିଦେଲେ ଲଞ୍ଚ୍‌ ଡେଟ୍‌

ନୂଆଦିଲ୍ଲୀ,୫।୮: ଆପଣ ମଧ୍ୟ ଶୁଣିଛନ୍ତି କି ଯେ ଖୁବ୍‌ଶୀଘ୍ର ଭାରତରେ କାଗଜ ନୋଟ୍ ବଦଳରେ ପ୍ଲାଷ୍ଟିକ୍ (ପଲିମର୍) ନୋଟ୍ ଚାଲିବାକୁ ଯାଉଛି? ଯଦି ଆପଣଙ୍କ ମନରେ ମଧ୍ୟ…

ମୋଦିଙ୍କ ଭିଡିଓ ହଟାଇବା ପ୍ରସଙ୍ଗ; ସରକାରଙ୍କ ସହ ୪୫ ମିନିଟ୍ ଧରି ବୈଠକ କଲା ମେଟା, କହିଲା…

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ଫେସବୁକରେ ଅସ୍ଥାୟୀ ଭାବେ ରିଷ୍ଟ୍ରିକ୍ଟ କରିଦେଇଥିଲା । ଏହି ଘଟଣାକୁ ନେଇ ଦିନକୁ…

ପଟ୍ଟନାୟକ ବନ୍ଧ ଦୁର୍ନୀତି ଅଭିଯୋଗ: ଦୁଇ ଯନ୍ତ୍ରୀ-ଠିକାଦାରଙ୍କୁ ପଚରାଉଚରା ପାଇଁ ନେଲା ଭିଜିଲାନ୍ସ

ଗଜପତି,୫ା୮(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ସହରର ବହୁଚର୍ଚ୍ଚିତ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର କାର୍ଯ୍ୟରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଜୋରଦାର ହୋଇଛି। ଏହି କ୍ରମରେ…

ବାଲିଅନ୍ତା ସୌମ୍ୟରଞ୍ଜନ ମର୍ଡର କେସ୍‌: ଚାର୍ଜଶିଟ୍‌ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

କଟକ,୫ା୮(ପ୍ରଭୁକଲ୍ୟାଣ ପାଲ୍‌): ବାଲିଅନ୍ତା କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ୭୬୭ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଥିବାବେଳେ ୧୧ ଅଭିଯୁକ୍ତଙ୍କ…

ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦାବି ପୂରଣରେ ଟାଳଟୁଳ ନୀତି: ତେଜିଲା ଆନ୍ଦୋଳନ

ଗୁଣପୁର,୫ା୮(ସୁଜାତା ପାଢ଼ୀ): ରାଜ୍ୟ ସରକାର ଅନୁଦାନପ୍ରାପ୍ତ ଶିକ୍ଷକମାନଙ୍କ ମୌଳିକ ଦାବି ଯଥା ଚାକିରି ସର୍ତ୍ତାବଳୀ ଲାଗୁ, ପୁରୁଣା ପେନ୍‌ସନ୍‌ ପ୍ରଦାନ, ଅବସର ସୀମା ୬୨କୁ ବୃଦ୍ଧି, ଅନୁଦାନପ୍ରାପ୍ତ…

ବିଧାନସଭାରେ ଭାବପ୍ରବଣ ହୋଇଗଲେ ବାଚସ୍ପତି: କହିଲେ, ମୁଁ ଏହି ପଦବୀ ପାଇଁ ଯୋଗ୍ୟ କି ନୁହେଁ…

ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବାଚସ୍ପତି ସତୀଶ ମହାନା ବିଧାୟକମାନଙ୍କୁ ସମ୍ବୋଧିତ କରିବା ସମୟରେ ଭାବପ୍ରବଣ ହୋଇ ପଡ଼ିଥିଲେ। ଅଧିବେଶନର ଦ୍ୱିତୀୟ ଦିନ ଅଗଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri