କାରଗିଲ୍‌ର ବ୍ୟଥା: ନିଜ ମୃତ ସୈନ୍ୟଙ୍କୁ ଚିହ୍ନିବାକୁ ମନା କରିଥିଲା ପାକିସ୍ତାନ

ଶ୍ରୀନଗର,୨୫।୭: ଭାରତରେ ଜୁଲାଇ ୨୬ରେ କାରଗିଲ୍‌ ବଜୟ ଦିବସ ପାଳିତ ହେଉଛି। ଗତ ୨୦ ବର୍ଷ ଧରି ଏହା ପାଳିତ ହୋଇଆସୁଛି। ୧୯୯୯ ଜୁଲାଇ ୨୬ରେ ଭାରତ ଏହି ଯୁଦ୍ଧରେ ବିଜୟ ଲାଭ କରିଥିଲା। ସମୁଦ୍ର ପତ୍ତନଠାରୁ ୧୬ ହଜାର ୫ଶହ ଫୁଟ ଉଚ୍ଚତାରେ ହୋଇଥିବା ଏହି ଯୁଦ୍ଧରେ ପାକିସ୍ତାନ ନିଜର ଅମାନବିକତାର ପରିଚୟ ଦେଇଥିଲା। ଯୁଦ୍ଧରେ ମୃତ୍ୟୁ ଘଟିଥିବା ୫୩ ପାକିସ୍ତାନୀ ସୈନ୍ୟଙ୍କୁ ଚିହ୍ନିବାକୁ ପାକିସ୍ତାନ ସରକାର ମନା କରିଥିଲେ। ମୃତ ସୈନ୍ୟମାନେ ପାକିସ୍ତାନ ୧୨-ନର୍ଦନ ଲାଇଟ୍‌ ଇନଫେଣ୍ଟ୍ରି ବାଟାଲିୟନ୍‌ର ଥିଲେ। ପାକିସ୍ତାନ ସେମାନଙ୍କୁ ଆତଙ୍କବାଦୀ ସଂଗଠନ ମୁଜାହିଦ୍ଦିନ୍‌ର ସଦସ୍ୟ ଭାବେ ଚିହ୍ନଟ କରିଥିଲା। ସେହିପରି ଶହୀଦ୍‌ ହୋଇଥିବା ଭାରତୀୟ ଯବାନଙ୍କୁ ପାକିସ୍ତାନ ଠିକ୍‌ ଭାବେ ସଂସ୍କାର ମଧ୍ୟ କରି ନ ଥିଲା। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ନାନା ଚର୍ଚ୍ଚା ହୋଇଥିଲା। ପାକିସ୍ତାନ ଅନ୍ତର୍ଜାତୀୟ ଯୁଦ୍ଧ ନୀତିର ଉଲ୍ଲଂଘନ କରିଥିବା କୁହାଯାଇଥିଲା। ଯୁଦ୍ଧରେ ୨୭ ଶହ ପାକିସ୍ତାନୀ ସୈନ୍ୟ ନିହତ ହୋଇଥିବା ରାଷ୍ଟ୍ରପତି ପରଭେଜ୍‌ ମୁଶାରଫ୍‌ଙ୍କ ପୁସ୍ତକ ଇନ୍‌ ଦି ଲାଇଟ୍‌ ଅଫ୍‌ ଫାୟାରରେ ପ୍ରକାଶ ପାଇଥିଲା। ପୁସ୍ତକରେ ପାକିସ୍ତାନ ସୈନ୍ୟ ବାହିନୀର ଏଭଳି କାର୍ଯ୍ୟକୁ ସମାଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ

ଶିମଲା,୧।୪: କରୋନା ସଂକ୍ରମଣ ଯୋଗୁ ଦେଶର ମହାରାଷ୍ଟ୍ର, ଛତିଶଗଡ଼, କର୍ନାଟକ, କେରଳ, ତାମିଲନାଡୁ, ଗୁଜରାଟ, ମଧ୍ୟପ୍ରଦେଶ, ପଞ୍ଜାବ ଆଦି ରାଜ୍ୟରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି।...

କରୋନା ଆକ୍ରାନ୍ତ ସରପଞ୍ଚ, ଆଶା, ଅଙ୍ଗନୱାଡି କର୍ମୀ, ଶିକ୍ଷକ, ସ୍ବାସ୍ଥ୍ୟକର୍ମୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୫(ବ୍ୟୁରୋ): କରୋନା ଆକ୍ରାନ୍ତ ସରପଞ୍ଚ, ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୂର୍ବାହ୍ନରେ ଟେଲିଫୋନ ଯୋଗେ କଥା ହୋଇଥିବା ବେଳେ...

ଭୁଲ ନ କରୁ ଭାରତ: ୧୦ ସପ୍ତାହରୁ କମ୍‌ ହେଲେ ଲକ୍‌ଡାଉନ, ପରିସ୍ଥିତି ହେବ ଅସମ୍ଭାଳ

ନୂଆଦିଲ୍ଲୀ,୨୩।୪: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଚାଲିଥିବା ୪୦ ଦିନିଆ ଲକ୍‌ଡାଉନ ଅବଧି ମେ’ ୩ରେ ଶେଷ ହେଉଛି। ସାଧାରଣ ଜନତା ଭାବୁଛନ୍ତି ଏହାପରେ...

ମାର୍ଚ୍ଚରେ ଅବସର ନେବାକୁ ଥିବା ଡାକ୍ତର, ନର୍ସ ଆଉ ୨ ମାସ ଯୋଗାଇବେ ସେବା

ଚେନ୍ନାଇ,୩୧।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ସବୁ ରାଜ୍ୟରେ...

କାର୍‌ଗିଲ ଯୁଦ୍ଧରେ ଶହୀଦ୍‌ ହୋଇଥିଲେ ପିତା, ସେହିଦିନ ଜନ୍ମ ନେଲେ ଝିଅ କିନ୍ତୁ ପାଳନ୍ତି ନାହିଁ ଜନ୍ମଦିନ

ପୁଣେ, ୨୬।୭: ସାରା ଦେଶ ଶୁକ୍ରବାର କାର୍‌ଗିଲ ବିଜୟ ଦିବସ ପାଳନ କରୁଥିଲାବେଳେ କିଛି ଘରେ ଆଜି ବି ସମ୍ପର୍କୀୟଙ୍କୁ ହରାଇବାର ଦୁଃଖ ଲିଭିନାହିଁ। ମହାରାଷ୍ଟ୍ରର...

କାରଗିଲ୍‌ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ଶ୍ରୀନଗର, ୨୬।୭: ଜମ୍ମୁ-କଶ୍ମୀରର ଦ୍ରାସ୍‌ରେ ଶୁକ୍ରବାର କାରଗିଲ ବିଜୟ ଦିବସର ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସାଧାରଣ ଲୋକଙ୍କଠାରୁ ଯବାନଙ୍କ...

୧୯୯୯ରେ କାରଗିଲ୍‌ ଯାଇଥିଲେ ମୋଦି, ଶେୟାର୍‌ କଲେ ଯୁଦ୍ଧ ବେଳର ଫଟୋ

ନୂଆଦିଲ୍ଲୀ, ୨୬।୭: ଆଜି ଦେଶ ପାଇଁ ଗୌରବର ଦିନଟିଏ। ଆଜକୁ ଠିକ୍‌ ୨୦ବର୍ଷ ପୂର୍ବେ କାରଗିଲରେ ଭାରତୀୟ ସୈନ୍ୟମାନେ ପାକିସ୍ତାନକୁ ଧୂଳି ଚଟେଇ ଦେଇଥିଲେ। ଯୁଦ୍ଧରେ...

କାରଗିଲ୍‌ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୭: ଆଜି ସାରା ଦେଶରେ କାରଗିଲ୍‌ ବିଜୟ ଦିସ ପାଳନ କରାଯାଉଛି। ଏହି ଅବସରରେ କାରଗିଲ୍‌ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri